AFFILIATE MARKETING

https://binomo.com?a=90810425bb57&t=0

Wednesday, July 30, 2025

ବନ୍ୟା ଘେରରେ ୩ ଜିଲ୍ଲାର ୮୧ ଗାଁ: ଏରିଆଲ ସର୍ଭେ କଲେ ମୁଖ୍ୟମନ୍ତ୍ରୀ

ବନ୍ୟା ପ୍ରଭାବିତ ଲୋକଙ୍କୁ ଆହୁରି ୭ ଦିନ ଦିଆଯିବ ରନ୍ଧାଖାଦ୍ୟ

ଭୁବନେଶ୍ୱର, ୩୦/୦୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକର ଆକାଶ ମାର୍ଗରେ ସର୍ଭେ କରିଥିଲେ। ସର୍ଭେ ପରେ ୩ଟି ଜିଲ୍ଲାର ୮୧ଟି ଗାଁ ବନ୍ୟା ପ୍ରଭାବିତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଜାଣିବାକୁ ପାଇଛନ୍ତି।

ଆକାଶ ମାର୍ଗରେ ମୁଖ୍ୟମନ୍ତ୍ରୀ ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲ୍ଲାର ବନ୍ୟା ପରିସ୍ଥିତି ଆକଳନ କରିଥିଲେ। ସର୍ଭେରୁ ଜଣାପଡିଛି ଯେ ବାଲେଶ୍ୱରର ୪ଟି ବ୍ଲକ, ଭଦ୍ରକର ୨ଟି ବ୍ଲକ ଏବଂ ଯାଜପୁରର ୨ଟି ବ୍ଲକ ପ୍ରଭାବିତ ହୋଇଛି। ମୋଟ ୮ଟି ବ୍ଲକର ୮୧ଟି ଗାଁର ପ୍ରାୟ ୩୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଏହି ଅଞ୍ଚଳର କ୍ଷୟକ୍ଷତି ଆକଳନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ, ଯାହା ପରେ କ୍ଷତିପୂରଣ ପ୍ରଦାନ କରାଯିବ।

ଘର, ରାସ୍ତା ଏବଂ ସେତୁର କ୍ଷୟକ୍ଷତି ପାଇଁ କ୍ଷତିପୂରଣ ରିପୋର୍ଟ ଦାଖଲ କରିବାକୁ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ବନ୍ୟା ପ୍ରଭାବିତ ଲୋକଙ୍କୁ ଆହୁରି ୭ ଦିନ ରନ୍ଧା ଖାଦ୍ୟ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି

https://youtube.com/@coastalnewsodia?si=AB2TB8we6wtbHMXy

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...