AFFILIATE MARKETING

https://binomo.com?a=90810425bb57&t=0

Tuesday, July 29, 2025

ଦୁର୍ଗମ ଅଞ୍ଚଳରେ ଜୀବନ ରକ୍ଷକ ସାଜୁଛି ‘ନିରୋଗଶାଳା’

ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଉଛି ୟୁଏଆଇଏଲ


ରାୟଗଡା ୨୯/୦୭(ଦର୍ଶନ ନ୍ୟୁଜ): ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ୍‍) ‘ନିରୋଗଶାଳା’ ପ୍ରଚଳନ କରିଛି । ଏହି ସିଏସ୍‍ଆର ପ୍ରୟାସ ଓଡ଼ିଶାର ରାୟଗଡା ଜିଲ୍ଲାର ଦୁର୍ଗମ ଗ୍ରାମଗୁଡିକରେ ଜନସାଧାରଣଙ୍କ ଦ୍ୱାରଦେଶରେ ସେମାନଙ୍କୁ ଉଭୟ ପ୍ରତିଷେଧକ ଏବଂ ଆରୋଗ୍ୟକାରୀ ସ୍ୱାସ୍ଥ୍ୟଯତ୍ନ ସେବା ଯୋଗାଇ ଦେଉଛି । ନିରୋଗଶାଳା ସ୍ୱାସ୍ଥ୍ୟଯତ୍ନ ପ୍ରକଳ୍ପ ନୀରବରେ ତୃଣମୂଳ ସ୍ତରରେ ଜୀବନଗୁଡିକରେ ରୂପାନ୍ତରଣ ଆଣିଛି । ଏହା କାଶୀପୁର ବ୍ଲକର ପାଇକକୁପଖାଲ, ଅଣ୍ଡିରାକଞ୍ଚ ଏବଂ ଗୋପିନାଥପୁର ଆଦି ଦୂର ଦୂରାନ୍ତ ଗ୍ରାମରେ ସ୍ୱାସ୍ଥ୍ୟ ଡିସ୍‍ପେନସାରୀ ସ୍ଥାପନ କରିଛି । ପ୍ରାୟ ୨୦,୦୦୦ ଗ୍ରାମବାସୀ ଏହି ସେବାର ସୁଯୋଗ ନେଉଛନ୍ତି । ଅଞ୍ଚଳ

https://youtube.com/@coastalnewsodia?si=AB2TB8we6wtbHMXy

ଶ୍ରୀ ରବି ମିଶ୍ର, ୟୁନିଟ ହେଡ, ୟୁଏଆଇଏଲ, କହିଛନ୍ତି, “ନିରୋଗଶାଳା ଏକ ଅତ୍ୟନ୍ତ ବାସ୍ତବ ଏବଂ ଜରୁରୀ ଆବଶ୍ୟକତାରୁ ସୃଷ୍ଟି ହୋଇଥିଲା । ଏହି ସମସ୍ତ ଦୁର୍ଗମ ସ୍ଥାନଗୁଡିକରେ ଚିକିତ୍ସାଗତ ଜରୁରୀ ସ୍ଥିତି ସୃଷ୍ଟିହେଲେ ବିନା ସହାୟତାରେ ମାଇଲ ମାଇଲ ଚାଲିଚାଲି ଯିବାକୁ ହୁଏ । ଆମେ ଏକ ସୁସଂଗଠିତ, ମାଗଣା ସ୍ୱାସ୍ଥ୍ୟଯତ୍ନ ସେବା ଜନସାଧାରଣଙ୍କ ଦ୍ୱାରଦେଶକୁ ଆଣି ସମୟୋଚିତ ସହାୟତା ଆଉ ଏକ ବିଳାସର ବିଷୟ ହୋଇ ରହିନାହିଁ- ବରଂ ଏକ ଅଧିକାର ବୋଲି ସୁନିଶ୍ଚିତ କରୁଛୁ । ସୁବିଧା ଅଭାବରୁ କୌଣସି ଜୀବନ ହାନି ଯେଭଳି ନହୁଏ ତାହା ସୁନିଶ୍ଚିତ କରିବା ଆମର ଲକ୍ଷ୍ୟ ।”

ପ୍ରତ୍ୟେକ ନିରୋଗଶାଳାରେ ରୋଗ ନିରୂପଣକାରୀ ସମର୍ଥନ ବ୍ୟବସ୍ଥା ଏବଂ ଆମ୍ବୁଲାନ୍ସ ସୁବିଧା ସହିତ ଓପିଡି ସୁବିଧା ରହିଛି, ଏଠାରେ ମଧ୍ୟ ମୌଳିକ ଚିକିତ୍ସା ଭିତ୍ତିଭୂମି ରହିଛି । ଆଭ୍ୟନ୍ତରୀଣ ବ୍ୟବସ୍ଥାରେ ପୂର୍ଣ୍ଣକାଳୀନ ଫାର୍ମାସିଷ୍ଟ, ସ୍ୱାସ୍ଥ୍ୟ ସହାୟକ ଏବଂ ପ୍ରତି ତିନିଦିନ ଅଦଳ ବଦଳ ଭିତ୍ତିରେ ଏମ୍‍ବିବିଏସ୍‍ ଡାକ୍ତରମାନଙ୍କର ଉପସ୍ଥିତି ଏହି ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ଯତ୍ନ ବ୍ୟବସ୍ଥାକୁ ଉକତ ଅଞ୍ଚଳର ଜନସାଧାରଣଙ୍କ ନିକଟରେ ଉପଲବ୍ଧ କରାଉଛି । ପ୍ରତ୍ୟେକ କେନ୍ଦ୍ର ମାସିକ ହାରାହାରି ୭୦୦-୮୦୦ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେଉଛି ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି ।

ମାଇକଞ୍ଚ ପଞ୍ଚାୟତର ସରପଞ୍ଚ ଶ୍ରୀ ମସ୍ତରାମ ମାଝୀ ବିସ୍ତୃତ ଭାବରେ ଉଲ୍ଲେଖ କରି କହିଥିଲେ, “ନିରୋଗଶାଳା ସମସ୍ତ ନିକଟବର୍ତ୍ତୀ ଗ୍ରାମଗୁଡିକୁ ମାଗଣାରେ ସ୍ୱାସ୍ଥ୍ୟଯତ୍ନ ସେବା ଯୋଗାଇ ଦେଉଛି । ମାଇକଞ୍ଚ ଗ୍ରାମ ପଞ୍ଚାୟତର ଜନସାଧାରଣ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ସେମାନେ ଡାକ୍ତରୀ ଚିକିତ୍ସା କରାଇବାକୁ ଅସମର୍ଥ । ୟୁଏଆଇଏଲ୍‍କୁ ଧନ୍ୟବାଦ ଯେ, ସେମାନେ ଆବଶ୍ୟକ କରୁଥିବା ଗ୍ରାମବାସୀଙ୍କୁ ସ୍ୱାସ୍ଥ୍ୟଯତ୍ନ ସେବା ଏବଂ ଜୀବନ ରକ୍ଷାକାରୀ ଔଷଧଗୁଡିକ ଆବଶ୍ୟକ ସମୟରେ ବିନା ମୂଲ୍ୟରେ ଯୋଗାଇ ଦେଉଛନ୍ତି ।”

ଅଣ୍ଡିରାକଞ୍ଚ ଗ୍ରାମର ଜଣେ ବାସିନ୍ଦା କମଳ ଲୋଚନା ଝୋଡିଆ କହିଥିଲେ, “କୁରାଢୀରେ କାମ କରୁଥିବା ସମୟରେ ଦୁର୍ଯୋଗକୁ ଅନ୍ୟମନସ୍କ ହୋଇଯିବାରୁ ମୋର ପାପୁଲିରେ ଆଘାତ ଲାଗିଥିଲା । କ୍ଷତ ଗଭୀର ଥିଲା ଏବଂ ମୁଁ ତୁରନ୍ତ ଅଣ୍ଡିରାକଞ୍ଚରେ ଥିବା ନିରୋଗଶାଳାକୁ ଯାଇଥିଲି । ସେଠାରେ ଥିବା ଫାର୍ମାସିଷ୍ଟ ମୋର ପ୍ରାଥମିକ ଚିକିତ୍ସା କରିବା ସହିତ ଉପଯୁକ୍ତ ଭାବରେ କ୍ଷତ ସ୍ଥାନକୁ ବ୍ୟାଣ୍ଡେଜ୍‍ କରିଥିଲେ । ସେହି ନିରୋଗଶାଳାରୁ ନିର୍ଦ୍ଧାରିତ ଔଷଧ ମୋମେ ସମ୍ପୂର୍ଣ୍ଣ ମାଗଣାରେ ମିଳିଥିଲା । ଧନ୍ୟବାଦ ଦେବି ଯେ ନିରୋଗଶାଳାରେ ଯୋଗାଇ ଦିଆଯାଇଥିବା ଉପଯୁକ୍ତ ଯତ୍ନ ଏବଂ ଔଷଧ ସହିତ ଚିକିତ୍ସା ଦ୍ୱାରା ମୋର ପାପୁଲିରେ ହୋଇଥିବା କ୍ଷତ ଅଳ୍ପ ଦିନରେ ଭଲ ହୋଇଗଲା ଏବଂ ମୁଁ ଏବେ ପୂର୍ଣ୍ଣ ସୁସ୍ଥ ହୋଇସାରିଛି ଏବଂ ମୋ ହାତରେ ପୁନର୍ବାର କାମ କରିବାକୁ ସମର୍ଥ ।”

ୟୁଏଆଇଏଲ୍‍ର ସିଏସଆର ଟିମ୍‍ ଦ୍ୱାରା ମାସିକ ଭିତ୍ତିରେ ନିରୀକ୍ଷଣ ଏବଂ ସ୍ୱାଧୀନ ଭାବରେ ପରିଚାଳିତ ନିରୋଗଶାଳା ଏକ ଡିସ୍‍ପେନସାରୀ ଠାରୁ ଯଥେଷ୍ଟ ଅଧିକ ସେବା ଯୋଗାଉଛି ।

 

ଏକ ଦାୟିତ୍ୱସମ୍ପନ୍ନ କର୍ପୋରେଟ ସଂସ୍ଥା ଭାବରେ ଏବଂ ସମାଜ ପ୍ରତି ଅବଦାନ ରଖିବାର ନିରନ୍ତର ପ୍ରେରଣାରେ ପରିଚାଳିତ ହୋଇ ଆଦିତ୍ୟ ବିର୍ଲା ଗ୍ରୁପ୍‍ ଓଡ଼ିଶାରେ ୫ ଲକ୍ଷରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚୁଛି ଏବଂ ୧୨୮ଟି ଗ୍ରାମରେ ୨ ଲକ୍ଷରୁ ଅଧିକ ଲୋକଙ୍କ ଜୀବନକୁ ସ୍ପର୍ଶ କରୁଛି । ଗ୍ରୁପ୍‍ର ସିଏସଆର କାର୍ଯ୍ୟ ଶ୍ରୀମତୀ ରାଜଶ୍ରୀ ବିର୍ଲାଙ୍କ ଅଧ୍ୟକ୍ଷତାରେ ଆଦିତ୍ୟ ବିର୍ଲା ସେଣ୍ଟର ଫର୍‍ କମ୍ୟୁନିଟି ଇନିସିଏଟିଭସ୍‍ ଆଣ୍ଡ ରୁରାଲ ଡେଭେଲପମେଣ୍ଟ ଅଧୀନରେ ପରିଚାଳିତ ହେଉଛି । ଗ୍ରୁପ୍‍ର ଦୂରଦୃଷ୍ଟି ହେଉଛି ଏହା ନିଜର ବ୍ୟବସାୟିକ କାର୍ଯ୍ୟ ପରିଚାଳନା କରୁଥିବା ଅଞ୍ଚଳର ଜନସମୁଦାୟଙ୍କର ସାମାଜିକ ଓ ଆର୍ଥିକ ବିକାଶ ପ୍ରତି ସକ୍ରିୟ ଅବଦାନ ରଖିବା । ଏହା ଦ୍ୱାରା ସମାଜର ଦୁର୍ବଳ ବର୍ଗଙ୍କ ନିମନ୍ତେ ଏକ ଉତ୍ତମ, ଦୀର୍ଘସ୍ଥାୟୀ ଜୀବନ ଧାରଣା ପନ୍ଥା ସୃଷ୍ଟି ସହିତ ରାଷ୍ଟ୍ରର ମାନବ ବିକାଶ ସୂଚକରେ ଉନ୍ନତି ଅଣାଯାଉଛି । ଗ୍ରୁପ୍‍ର ସିଏସଆର୍‍ ଦୂରଦୃଷ୍ଟି ଦାରିଦ୍ର୍ୟ ଦୂରୀକରଣ ଏବଂ କ୍ଷୁଧାରୁ ମୁକ୍ତି ସୁନିଶ୍ଚିତ କରିବାକୁ ୟୁଏନଏସ୍‍ଡିଜି ଲକ୍ଷ୍ୟସମୂହ ସହିତ ମେଳ ଖାଉଛି ।

No comments:

COASTAL NEWS

ଏସଆଇ ନିଯୁକ୍ତି ଜାଲିଆତି ଘଟଣା : ଜେଲ୍‌ରୁ ବାହାରିଲେ ୧୧୪ ପରୀକ୍ଷାର୍ଥୀ

ଏସଆଇ ନିଯୁକ୍ତି ଜାଲିଆତି ଘଟଣା : ଜେଲ୍‌ରୁ ବାହାରିଲେ ୧୧୪ ପରୀକ୍ଷାର୍ଥୀ ବ୍ରହ୍ମପୁର: ଜେଲରୁ ବାହାରିଲେ ୧୧୪ ପରୀକ୍ଷାର୍ଥୀ। ଏସ୍‌ଆଇ ପରୀକ୍ଷା ଦୁର୍ନୀତି...