AFFILIATE MARKETING

https://binomo.com?a=90810425bb57&t=0

Sunday, July 13, 2025

ନିଜକୁ ପେଟ୍ରୋଲ ଢାଳି ଜାଳି ଦେଲେ ଛାତ୍ରୀ

୭ ଦିନ ତଳେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ନିକଟରେ ଅଭିଯୋଗ କରିଥିଲେ ଛାତ୍ରୀ

ବାଲେଶ୍ବର, ୧୨/୦୭: ବାଲେଶ୍ୱର ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଶନିବାର ଘଟି ଯାଇଛି ଏକ ଅଭାବନୀୟ ଘଟଣା। ନ୍ୟାୟ ଦାବି କରି ନ୍ୟାୟ ନ ମିଳିବାରୁ ଶେଷରେ ନିଜକୁ ମାରି ଦେବାର ନିଷ୍ପତ୍ତି ନେଇଛନ୍ତି। କଲେଜ ଫାଟକ ସମ୍ମୁଖରେ ନ୍ୟାୟ ପାଇଁ ଧାରଣାରେ ବସିଥିବା ଛାତ୍ରୀ ଜଣକ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିବା ବେଳେ ଆଉ ଦୁଇ ଜଣ ଛାତ୍ର ମଧ୍ୟ ଗୁରୁତର ହୋଇଛନ୍ତି।

ଆତ୍ମହତ୍ୟା ଉଦ୍ୟମ କରିଥିବା ଛାତ୍ରୀଙ୍କୁ ପ୍ରଥମେ ବାଲେଶ୍ଵର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ, ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ବରର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ି ଯାଇଛି। ସେହିପରି ବଞ୍ଚାଇବାକୁ ଚେଷ୍ଟା କରିଥିବା ଦୁଇ ଛାତ୍ରଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ମୁତାବକ, ଛାତ୍ରୀ ଜଣକ ଉକ୍ତ କଲେଜରେ ଇଣ୍ଟିଗ୍ରେଟେଡ ବି.ଇଡି ପାଠ୍ୟକ୍ରମର ଦ୍ୱିତୀୟ ବର୍ଷରେ ପଢୁଛନ୍ତି। ଏହା ସହିତ ଛାତ୍ରୀ ଜଣକ ସେହି କଲେଜରେ ହିଁ ଆତ୍ମରକ୍ଷା ପ୍ରଶିକ୍ଷଣ ଦେଉଥିଲେ। ଯାହା ଫଳରେ ଅନେକ ସମୟରେ କ୍ଲାସରେ ଅନୁପସ୍ଥିତ ରୁହନ୍ତି। ଏହାର ଫାଇଦା ଉଠାଇ ବି.ଇଡି ବିଭାଗର ଅଧ୍ୟାପକ ସମୀର ସାହୁ ତାଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହ ତାଙ୍କୁ ବୁଝାମଣା କରିବାକୁ ବାଧ୍ୟ କରିଥିଲେ। ନହେଲେ ପରୀକ୍ଷାରେ ଫେଲ କରାଇ ଦେବାକୁ ଧମକ ଦେଉଥିଲେ। ଏ ନେଇ ଛାତ୍ରୀ ଜଣକ ତାଙ୍କ କଥାରେ ରାଜି ନ ହେବାରୁ ସେ ବାରମ୍ବାର ତାଙ୍କୁ ଧମକ ଦେଇ ଆସୁଥିଲେ। ଏଥିରେ ଅତିଷ୍ଠ ହୋଇ ଛାତ୍ରୀ ଜଣକ ପୂର୍ବରୁ ଆତ୍ମହତ୍ୟା ଉଦ୍ୟମ ମଧ୍ୟ କରିବା ସହ କଲେଜ ଅଧ୍ୟକ୍ଷ ଓ ସହଦେବଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହା ପରେ ଏକ କମିଟି ଗଠନ କରାଯାଇ ଘଟଣାର ତଦନ୍ତଭାର ଦିଆଯାଇଥିଲେ ହେଁ ଏଯାବତ ଛାତ୍ରୀଙ୍କୁ ନ୍ୟାୟ ମିଳିନଥିଲା।

ଏପରିକି ଆଜି ମଧ୍ୟ ଛାତ୍ରୀ ଓ ଉକ୍ତ ଅଧ୍ୟାପକଙ୍କୁ କଲେଜ ଅଧ୍ୟକ୍ଷ ଡକାଇ ଆଲୋଚନା କରିଥିଲେ। ହେଲେ କଲେଜ ଛାତ୍ରୀ ଜଣକ ବୁଝି ସାରିଥିଲେ ଯେ, ତାଙ୍କୁ କୌଣସି ପ୍ରକାର ନ୍ୟାୟ ମିଳିବ ନାହିଁ। ତେଣୁ ମାନସିକ ଚାପରେ ଥାଇ ସେ କଲେଜ ଫାଟକ ସମ୍ମୁଖରେ ନିଜ ଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ।

ତେବେ ଏହି ଘଟଣାକୁ ନେଇ ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ଯେ, ଗତ ୭ ଦିନ ତଳେ ଉକ୍ତ ଛାତ୍ରୀ ଜଣକ ମୋ ପାଖକୁ ଅଭିଯୋଗ ନେଇ ଆସିଥିଲେ। ଛାତ୍ରୀଙ୍କୁ ନିର୍ଯାତନା ଦିଆ ଯାଉଥିବା କହିଥିଲେ। ସେ ଜଣେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷକ। ତେଣୁ କ୍ଲାସରେ ଅନୁପସ୍ଥିତ ରହିବା କଥା ସ୍ୱାଭାବିକ। ଏ ବିଷୟରେ ମୁଁ କଲେଜ୍ ଅଧ୍ୟକ୍ଷଙ୍କ ସହ କଥା ହୋଇଥିଲି ଏବଂ ଛାତ୍ରୀ ଜଣକ କିପରି ସୁରୁଖୁରୁରେ ପରୀକ୍ଷା ଦେଇ ପାରିବେ ସେ ନେଇ ଆଲୋଚନା କରିଥିଲି। ଉକ୍ତ ଅଧ୍ୟାପକଙ୍କୁ କଲେଜରୁ ବାହାର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲି। ଯେହେତୁ ତଦନ୍ତ କମିଟି ଗଠନ ହୋଇଥିଲା, ତେଣୁ ଏଥିରେ କୌଣସି ହସ୍ତକ୍ଷେପ ନ ହେଉ ସେଥିପାଇଁ ତାଙ୍କୁ କଲେଜରୁ ବାହାର କରିବା ପାଇଁ କହିଥିଲି। ଏହା ପରେ ମୁଁ ତୁରନ୍ତ ଏସପିଙ୍କ ସହ କଥା ହୋଇଥିଲି। ହେଲେ ଆଜି ଘଟଣା ବିଷୟରେ ମୁଁ ଜାଣିନାହିଁ

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...