AFFILIATE MARKETING

https://binomo.com?a=90810425bb57&t=0

Sunday, July 13, 2025

ବୁଦ୍ଧି ଓ ସାହସ ଥିଲେ ଉପାୟ ଆପେ ଆସେ

ଉପସ୍ଥିତ ବୁଦ୍ଧି ଖଟାଇ ସାହସର ସହିତ ଅପହରଣରୁ ବର୍ତ୍ତିଗଲା ଜଣେ ଝିଅ

ବଡ଼ ଅଘଟଣରୁ ରକ୍ଷା କଲା ଜ୍ୟାମିତି କମ୍ପାସ ରାଉଣ୍ଡର

ମହାରାଷ୍ଟ୍ରର ଥାନେ ଜିଲ୍ଲାର ଭିୱଣ୍ଡିଠାରେ ଏକ ଝିଅ ନିଜର ଉପସ୍ଥିତ ବୁଦ୍ଧି ଯୋଗୁଁ ଗୋଟିଏ ବଡ଼ ଅଘଟଣରୁ ରକ୍ଷା ପାଇ ଯାଇଛନ୍ତି। ୧୬ ବର୍ଷୀୟା ଜଣେ ଝିଅ ସ୍କୁଲ ଯିବେ ବୋଲି ଅଟୋରେ ବସିଥିଲେ। ସେହି ଅଟୋରେ ଅନ୍ୟ ଜଣେ ଅଜଣା ବ୍ୟକ୍ତି ମଧ୍ୟ ଥିଲେ। ସେ ସ୍କୁଲ ନିକଟରେ ଅଟୋକୁ ରଖିବାକୁ କହିଥିଲେ ମଧ୍ୟ ଅଟୋଚାଳକ ଜଣକ ସ୍କୁଲ ନିକଟରେ ଅଟୋକୁ ରଖିନଥିଲେ। ବରଂ ଦ୍ରୁତ ଗତିରେ ଆହୁରି ଗାଡ଼ିକୁ ଆଗକୁ ନେଇ ଯାଇଥିଲେ।

ତେଣୁ ନାବାଳିକା ଜଣଙ୍କର ସନ୍ଦେହ ହେବାରୁ ସେ ତାଙ୍କ ଜ୍ୟାମିତି ବାକ୍ସରୁ ଏକ ରାଉଣ୍ଡରରେ ଅଟୋ ଚାଳକ ଓ ଅଟୋରେ ଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ରାଉଣ୍ଡରରେ ଆକ୍ରମଣ କରି ସେଠାରୁ ଫେରାର ହୋଇଯିବାରେ ସଫଳ ହେଲେ। ଏବଂ କୌଣସିମତ୍ତେ ସ୍କୁଲରେ ଯାଇ ପହଞ୍ଚିଥିଲେ।

ପରେ ଝିଅଟି ତାଙ୍କ ମାଆଙ୍କୁ ଘଟଣା ବିଷୟରେ କହିଥିଲା। ଯାହା ପରେ ସେମାନେ ପୋଲିସକୁ ଖବର ଦେଇଥିଲେ ଏବଂ ଅଟୋ ଡ୍ରାଇଭର ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ। ନାବାଳିକାଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସେ ଏକ ବଡ ଅଘଟଣରୁ ରକ୍ଷା ପାଇଗଲେ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...