AFFILIATE MARKETING

https://binomo.com?a=90810425bb57&t=0

Tuesday, July 15, 2025

ଜୀବନ ଯୁଦ୍ଧରେ ହାରି ଗଲେ ଫକିର ମୋହନ କଲେଜ ଛାତ୍ରୀ

ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କଲେ

ଭୁବନେଶ୍ୱର, ୧୫/୦୭: ଜୀବନ ଯୁଦ୍ଧରେ ସଂଗ୍ରାମ କରି ଶେଷରେ ହାରିଗଲେ ସୌମ୍ୟାଶ୍ରୀ। ମୃତ୍ୟୁ ସହିତ ୬୦ ଘଣ୍ଟାର ଲଢ଼େଇ ପରେ ବାଲେଶ୍ବର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ପୀଡ଼ିତା ଛାତ୍ରୀ ଆଖି ବୁଜିଛନ୍ତି। ଭୁବନେଶ୍ବର ଏମ୍‌ସ କର୍ତ୍ତୃପକ୍ଷ ତାଙ୍କୁ ସୋମବାର ବିଳମ୍ବିତ ରାତିରେ ମୃତ ଘୋଷଣା କରିଛନ୍ତି। ପୀଡ଼ିତାଙ୍କ ପାର୍ଥିବ ଶରୀର ଭୁବନେଶ୍ବରରୁ ତାଙ୍କ ଜନ୍ମମାଟି ଅଭିମୁଖେ ବାହାରିଛି। କିଛି ସମୟ ମଧ୍ୟରେ ତାଙ୍କର ପାର୍ଥିବ ଶରୀର ଜନ୍ମମାଟିରେ ପହଞ୍ଚିବ। ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକରେ ଥିବା ଗାଁ ମଶାଣିରେ ପୀଡିତାଙ୍କ ଅନ୍ତିମ ସଂସ୍କାର କରାଯିବ।

ସୂଚନାଯୋଗ୍ୟ, ବାଲେଶ୍ୱରସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ବ.ଇଡି ଡିପାର୍ଟମେଣ୍ଟ ଏଚ୍‌ଓଡି ତଥା ଆସିଷ୍ଟାଣ୍ଟ ପ୍ରଫେସର ସମୀର କୁମାର ସାହୁଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ପୀଡ଼ିତା ଛାତ୍ରୀ ସୌମ୍ୟାଶ୍ରୀ ଶନିବାର ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ଏହା ପରେ ବାଲେଶ୍ଵର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ବରର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଦିଲ୍ଲୀ ଏମ୍ସ ଡାକ୍ତରଙ୍କ ନିର୍ଦ୍ଦେଶ କ୍ରମେ ଚିକିତ୍ସା କରାଯାଉଥିଲା। ତାଙ୍କ ଚିକିତ୍ସା ତଦାରଖ କରିବା ପାଇଁ ଏମ୍ସ ପକ୍ଷରୁ ୮ ଜଣିଆ କମିଟି ଗଠନ କରାଯାଇଥିଲା। ସେମାନେ ଛାତ୍ରୀଙ୍କ ସ୍ୱାସ୍ଥ୍ୟର ତଦାରଖ କରୁଥିଲେ। ଏହି ଘଟଣାର ତଦନ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୩ ଜଣିଆ କମିଟି ଗଠନ କରାଯାଇଛି।

ଏହି ଘଟଣା ୮ ମାସ ଧରି ଚାଲିଥିବା ବେଳେ ଗତ ଜୁଲାଇ ୧ ତାରିଖରେ ସେ X’ରେ କିଛି ବିଶିଷ୍ଟ ବ୍ୟକ୍ତି ଓ କର୍ତ୍ତୃପକ୍ଷଙ୍କୁ ଟ୍ୟାଗ୍‌ କରି ତାଙ୍କୁ ନ୍ୟାୟ ମାଗିଥିଲେ। ଓଡ଼ିଶାର ଉଚ୍ଚଶିକ୍ଷା ବିଭାଗ (@ଡିଏଚ୍‌ଇ), ଉଚ୍ଚଶିକ୍ଷା ମନ୍ତ୍ରୀ (@ସୂର୍ଯ୍ୟବଂଶୀବିଜେପି), କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (@ଡିପ୍ରଧାନବିଜେପି), @ସିଏମ୍‌ଓ_ଓଡ଼ିଶା, @ମୋହନଏମ୍‌ଓଡ଼ିଶା, ବାଲେଶ୍ୱର ଜିଲାପାଳ (@ଡିବାଲେଶ୍ୱର), ବାଲେଶ୍ୱର ବିଧାୟକ ମାନସ କୁମାର ଦତ୍ତ (@ମାନସକୁମାରଦତ୍ତ), କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ (@ଏଡୁମିନ୍‌ଅଫ୍‌ଇଣ୍ଡିଆ) ଓ ଜାତୀୟ ମହିଳା କମିଶନ(@ଏନ୍‌ସିଡବ୍ଲ୍ୟୁଇଣ୍ଡିଆ)କୁ ବ୍ୟାଗ କରିଥିଲେ। ହେଲେ ତାଙ୍କ କଥାକୁ ଅଣଦେଖା କରାଯାଇଥିଲା। ଏହା ପରେ ପ୍ରିନ୍ସିପାଲଙ୍କ ନିକଟରେ ଶେଷ ଥର ପାଇଁ ବୈଠକ ଚାଲିଥିଲା ବେଳେ ତାଙ୍କ ଚ୍ୟାମ୍ବରରୁ ବାହାରି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିଲେ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...