AFFILIATE MARKETING

https://binomo.com?a=90810425bb57&t=0

Wednesday, July 30, 2025

ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ https://youtube.com/@coastalnewsodia?si=AB2TB8we6wtbHMXy

MMKY ଏବଂ PMMSY ଅଧିନରେ କାର୍ଯ୍ୟକ୍ଷମ ଯୋଜନାର ଅଗ୍ରଗତି ଉପରେ ସମୀକ୍ଷା

ଭୁବନେଶ୍ୱର, ୨୯/୦୭: ଆଜି ସ୍ଥାନୀୟ କୃଷିଭବନ ଅଡିଟୋରିଅମଠାରେ ମାନ୍ୟବର ମତ୍ସ୍ୟ ଓ ପ୍ରାଣୀସମ୍ପଦ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଗୋକୁଳନନ୍ଦ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମତ୍ସ୍ୟ ଅଧିକାରୀମାନଙ୍କର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସମୀକ୍ଷା ବୈଠକରେ ୩୦ ଗୋଟି ଜିଲ୍ଲାର ଜିଲ୍ଲା ମତ୍ସ୍ୟ ଅଧିକାରୀ ଯୋଗ ଦେଇଥିଲେ ।

ଏଥିରେ ମାନ୍ୟବର ମନ୍ତ୍ରୀ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ପ୍ରମୁଖ ଯୋଜନା ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା (MMKY) ଏବଂ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା (PMMSY) ଅଧୀନରେ କାର୍ଯ୍ୟକ୍ଷମ ସମସ୍ତ ଯୋଜନାର ଅଗ୍ରଗତି ଉପରେ ସମୀକ୍ଷା କରିଥିଲେ । ୨୦୨୫-୨୬ ଆର୍ଥିକ ବର୍ଷରେ ହିତାଧିକାରୀଙ୍କଠାରୁ ଦରଖାସ୍ତ ଗ୍ରହଣ କରି ତୁରନ୍ତ କାର୍ଯ୍ୟାଦେଶ (Go-Ahead) ପ୍ରଦାନ କରିବାକୁ ମାନ୍ୟବର ମନ୍ତ୍ରୀ ଜିଲ୍ଲା ମତ୍ସ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ କିସାନ କ୍ରେଡିଟ୍ କାର୍ଡ (KCC), ଭିତ୍ତିଭୂମି ବିକାଶ , ମାଛ ଚାଷୀଙ୍କ ପ୍ରଶିକ୍ଷଣ ଓ ଦକ୍ଷତା ବୃଦ୍ଧି ଉପରେ ସବିଶେଷ ସମୀକ୍ଷା କରିଥିଲେ ।

ରାଜ୍ୟରେ ଉନ୍ନତ ମାନର ଗୁଣାତ୍ମକ ଯାଆଁଳ ଉତ୍ପାଦନ ଓ ସଠିକ ସମୟରେ ମାଛ ଚାଷୀଙ୍କ ନିକଟରେ ଏହାର ଉପଲବ୍ଧତା ଉପରେ ମାନ୍ୟବର ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଜଳକୃଷି ବୀମା ନିମନ୍ତେ ଜାତୀୟ ମତ୍ସ୍ୟ ଡିଜିଟାଲ ପ୍ଲାଟଫର୍ମ (NFDP) ରେ ରେଜିଷ୍ଟ୍ରେସନ ଉପରେ ପ୍ରାଧାନ୍ୟ ଦେବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା । ସରକାରୀ ମାଛ ଯାଆଁଳ ଉତ୍ପାଦନ କେନ୍ଦ୍ର ଗୁଡିକର ଭିତ୍ତିଭୂମି ବିକାଶ ଉପରେ ଧ୍ୟାନ ଦେବା ନିମନ୍ତେ ଅଗ୍ରାଧିକାର ଦିଆଯାଇଥିଲା ।

KCC ମାଧ୍ୟମରେ ମାଛ ଚାଷୀଙ୍କୁ ଋଣ ପ୍ରଦାନ ନିମନ୍ତେ ସମସ୍ତ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କୁ ଦରଖାସ୍ତ ସଂଗ୍ରହ କରି ବ୍ୟାଙ୍କ କୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଏହି ବୈଠକରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ , ମତ୍ସ୍ୟ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ମହମ୍ମଦ ସାଦିକ୍ ଆଲାମ୍, ଆପିକଲର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରାଂଶୁ ମିଶ୍ର, ଓ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

https://youtube.com/@coastalnewsodia?si=AB2TB8we6wtbHMXy

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...