AFFILIATE MARKETING

https://binomo.com?a=90810425bb57&t=0

Tuesday, July 29, 2025

ଅନିଶ୍ଚିତତା ଘେରରେ ନିମିଷାଙ୍କ ଭାଗ୍ୟ

ଫାଶୀ ଦଣ୍ଡାଦେଶ ପାଇଁ ଅଡି ବସିଛନ୍ତି ତଲାଲଙ୍କ ଭାଇ

ଅନିଶ୍ଚିତତା ଘେରରେ ନିମିଷାଙ୍କ ଭାଗ୍ୟ


ନୂଆଦିଲ୍ଲୀ, ୨୯/୦୭: ୟେମେନରେ ୨୦୧୭ ମସିହାରେ ହୋଇଥିବା ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା କେରଳର ନର୍ସ ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡକୁ ୟେମେନୀ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଭାବରେ ରଦ୍ଦ କରିଛନ୍ତି ବୋଲି ସୋମବାର ଗ୍ରାଣ୍ଡ ମୁଫ୍ତି ଅଫ୍ ଇଣ୍ଡିଆ କଣ୍ଠପୁରମ୍ ଏପି ଆବୁବାକର ମୁସଲିୟାରଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହା ଯାଇଥିଲା। ହେଲେ ଏହି ଦାବିକୁ ପରବର୍ତ୍ତୀ ସମୟରେ ଖଣ୍ଡନ କରିଛନ୍ତି ଭାରତ ସରକାର। ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏହି ଦାବିକୁ ମିଥ୍ୟା ବୋଲି କୁହାଯାଇଛି। ଏହି ସୂଚନା ଭୁଲ ବୋଲି କହିଛି ବୈଦେଶିକ ମନ୍ତ୍ରାଳୟ।

ସୋମବାର ଗ୍ରାଣ୍ଡ ମୁଫ୍ତି ଅଫ୍ ଇଣ୍ଡିଆ ୟେମେନର ରାଜଧାନୀ ସାନାରେ ମାସ ମାସ ଧରି ଅନୁଷ୍ଠିତ ଉଚ୍ଚସ୍ତରୀୟ କୂଟନୈତିକ ମଧ୍ୟସ୍ଥତା ଏବଂ ବାରମ୍ବାର ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଥିଲା ବୋଲି ଘୋଷଣା କରିଥିଲେ। ନିମିଷାଙ୍କ ମୃତ୍ୟୁଦଣ୍ଡକୁ ପୂର୍ବରୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଥିଲା।

ତଥାପି, କାର୍ଯ୍ୟାଳୟ ସ୍ପଷ୍ଟ କରାଯାଇଥିଲା ଯେ ଏହା ଏପର୍ଯ୍ୟନ୍ତ ୟେମେନି ସରକାରଙ୍କଠାରୁ ସରକାରୀ ଲିଖିତ ନିଶ୍ଚିତକରଣ ପାଇନାହିଁ।

ନିମିଷାଙ୍କ ମୃତ୍ୟୁଦଣ୍ଡ ମୂଳତଃ ଜୁଲାଇ ୧୬ ରେ ସ୍ଥିର କରାଯାଇଥିଲା କିନ୍ତୁ ଗ୍ରାଣ୍ଡ ମୁଫତି ମୁସଲିୟାରଙ୍କ ଦ୍ୱାରା ୟେମେନି ଅଧିକାରୀମାନଙ୍କୁ ସିଧାସଳଖ ଆବେଦନ କରିବା ପରେ ମାତ୍ର ଗୋଟିଏ ଦିନ ପୂର୍ବରୁ ସ୍ଥଗିତ ରଖାଯାଇଥିଲା।

ସୂଚନାଯୋଗ୍ୟ, ନିମିଷା ପ୍ରିୟା (୩୮) କେରଳର ପାଲକ୍କଡ ଜିଲ୍ଲାର ବାସିନ୍ଦା ଏବଂ ୨୦୦୮ରେ ଭଲ ନର୍ସ ଭାବେ କାମ କରିବା ପାଇଁ ୟେମେନକୁ ଚାଲି ଯାଈଥିଲେ। ସେ ଜଣେ ତାଲିମପ୍ରାପ୍ତ ନର୍ସ। ସେ ପରେ ୟେମେନି ନାଗରିକ ତଲାଲ ଆବଦୋ ମହଦିଙ୍କ ସହିତ ଏକ ବ୍ୟବସାୟିକ ସହଭାଗୀତା କରିଥିଲେ ଏବଂ ମିଳିତ ଭାବରେ ରାଜଧାନୀ ସାନାରେ ଏକ କ୍ଲିନିକ୍ ଚଲାଇଥିଲେ।

କିନ୍ତୁ ୟେମେନୀ ନାଗରିକ ଜଣକ ନିମିଷାଙ୍କୁ ନିଜ ପତ୍ନୀର ପରିଚୟ ଦେଉଥିଲେ। ଯାହା ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଖରାପ ହେଲା। ଏହା ପରେ ମହଦି ତାଙ୍କୁ ହଇରାଣ କରିବା ଆରମ୍ଭ କରିଥିଲେ ଏବଂ ତାଙ୍କ ପାସପୋର୍ଟ ଜବତ କରିଥିଲେ – ତାଙ୍କୁ ଫେରିବାକୁ ବାଧା ଦେଇଥିଲେ।

ନିମିଷା ତାଙ୍କ ଡକ୍ୟୁମେଣ୍ଟଗୁଡ଼ିକୁ ପାଇବା ପାଇଁ ପ୍ରିୟା ୨୦୧୭ ମସିହାରେ ମହଦିଙ୍କୁ ନିଶା ଔଷଧ ଦେଇଥିଲେ। ହେଲେ ମହଦିଙ୍କୁ ନିଶା ଔଷଧର ମାତ୍ରାଧିକ ଡୋଜ ଦେବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା। ୨୦୧୮ ମସିହାରେ ତାଙ୍କୁ ହତ୍ୟା ଅଭିଯୋଗରେ ଗିରଫ କରାଯାଇ ଦୋଷୀ ସାବ୍ୟସ୍ତ କରାଯାଇଥିଲା ଏବଂ ୨୦୨୦ ମସିହାରେ ଏକ ୟେମେନି କୋର୍ଟ ତାଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲା।

୨୦୨୪ ମସିହାର ଶେଷ ଭାଗରେ ଏବଂ ୨୦୨୫ ମସିହାର ପ୍ରାରମ୍ଭରେ ୟେମେନି ରାଷ୍ଟ୍ରପତି ରଶାଦ ଅଲ-ଆଲିମି ଏବଂ ହୁଥି ନେତା ମହଦି ଅଲ-ମାଶାତ ଯଥାକ୍ରମେ ମୃତ୍ୟୁଦଣ୍ଡକୁ ଅନୁମୋଦନ କରିଥିଲେ। ତଥାପି, ଭାରତ ସରକାରଙ୍କ ନିରନ୍ତର କୂଟନୈତିକ ହସ୍ତକ୍ଷେପ ପରେ ଦଣ୍ଡାଦେଶ ସ୍ଥଗିତ ରଖାଯାଇଥିଲା। କିନ୍ତୁ ଏବେ ନିମିଷାଙ୍କ ଫାଶୀ ଦଣ୍ଡାଦେଶକୁ ପୂର୍ଣ୍ଣ ରୂପେ ବାତିଲ୍ କରାଯାଇ ନାହିଁ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...