ଆଳି ରେ ବହୁତ୍ ବିକାଶ ହେଲା
ଲୋପ ହୋଇଥିବା ରାଜତନ୍ତ୍ର ଏଠି ଚେର ମାରିଲା l
ବାଲି ବିକ୍ରି ହେଲା ପାଣି ବିକ୍ରି ହେଲା ନେତାଙ୍କ ଇଜ୍ଜତ୍ ନିଲାମ ହେଲା ll
ଆଳି ରେ ବହୁତ୍ ବିକାଶ ହେଲା
ଦରିଦ୍ର ଲୋକର ଅବୋଧ ପିଲାଟା ନେତା ହୋଇଲା l
ବାପା ବିକୁଥିଲା ଖଡ଼ା ଶାଗ ହାଟେ ପୁଅ ଚାରି ଚକା ଗାଡି ଚଢିଲା ll
ଆଳି ରେ ବହୁତ ବିକାଶ ହେଲା
ଥୋକ ମୂଲ୍ୟରେ ବୁଲେଟ୍ ଗାଡି କିଣା ହୋଇଲା l
ଗରିବଙ୍କ ପାଇଁ ଆବାସ ଘରକୁ କିଏସେ ନେଲା ll
ଆଳି ରେ ବହୁତ୍ ବିକାଶ ହେଲା
ମୃତ ପ୍ରାୟ ହୃତ ରାଜତନ୍ତ୍ର ଏଠି ଲଟେଇ ଗଲା l
ଯିଏ ଯାହା ପାରୁ ପର୍ଯ୍ୟନ୍ତ ପାରିଲା ସବୁ ଲୁଟିଲା ll
ଆଳି ରେ ବହୁତ୍ ବିକାଶ ହେଲା
କଂଗ୍ରେସ ସମୟେ ହୋଇଥିବା ରାସ୍ତା ରମ୍ପା ହୋଇଲା l
ସରପଞ୍ଚ ପେଞ୍ଚ ମାରି ଧନ କୁବେର ହେଲା l
ଦାମୀ ଦାମୀ ଚାରି ଚକିଆ ଗାଡିର ମାଲିକ ହେଲା ll
ଆଳି ରେ ବହୁତ୍ ବିକାଶ ହେଲା
ପାଟି ଯେ ଖୋଲିବ ତା ତଣ୍ଟି କାଟିବେ ଶାସକ ପିଲା l
ଶାସନ ଢ଼ିଲା କୁ ଏ ସବୁ ପାଲା l
ବ୍ଲକ ରେ ସବୁ ବ୍ଲାକ୍ ହେଉଛି କୋଟି କୋଟି ଟଙ୍କା ଚଳୁ ହୋଇଲା ll
ଆଳି ରେ ବହୁତ୍ ବିକାଶ ହେଲା
ମେଡିକାଲ ଅଛି ଡାକ୍ତର ନାହାନ୍ତି ରୋଗୀ ବାଉଳା l
ମାଗଣା ଔଷଧ ପ୍ରେସକ୍ରିପସନ କିଏ ବିକି ଖାଇଲା l
ଗରିବ ବିଚରା କଟକ ଯାଉଛି ହୋଇ ଘାଇଲା ll
ନେତା ଢ଼ିଲା ସ୍ୱାସ୍ଥ୍ୟ ବିଭାଗ ଢ଼ିଲା
କରୋନା କାଳରେ କୋଟି କୋଟି ଟଙ୍କା ଚଳୁ ହୋଇଲା l
ସରପଞ୍ଚ ଏଠି କୋଟିପତି ହେଲେ
କାଗଜରେ ସବୁ କିଣା ହୋଇଲା ll
ଏକ୍ସ ରେ ମେସିନ୍ କିଏ ବିକିଲା
କଂଗ୍ରେସ କାଳରେ ନଦୀ ସେତୁ ସବୁ ଗଢା ହୋଇଲା l
ସିଂହପୁର ଠାରୁ ଚାନ୍ଦବାଲି ଯାଏ ସଂଯୋଗ ହେଲା l
ଗାଁ ଗହଳି ରୁ ରାଜରାସ୍ତା ଯାଏ ଜାଲ ପରି ରାସ୍ତା ବିଛେଇ ହେଲା l
ରିପ୍ୟାରୀଙ୍ଗ ନାମେ କୋଟି କୋଟି ଟଙ୍କା କିଏ ଖାଇଲା ll
ଆଳି ରେ ବହୁତ୍ ବିକାଶ ହେଲା
ନଖି ନାନୀ ପୁଅ ବୁଲେଟ୍ ଚଢ଼ିକି ରଡି ଛାଡ଼ିଲା l
ଗାଁ ଗହଳରେ ପାନ ଦୋକାନରେ ମଦ ମିଳିଲା l
ଗ୍ରାମେ ଗ୍ରାମେ ସବୁ ପ୍ରକଳ୍ପ ଅର୍ଥ ଲୁଟ୍ ହୋଇଲା l
ଭୋଟ୍ ପାଇବା ପାଇଁକି ନୋଟ୍ ଜମା ହୋଇଲା ll
ଆଳି ରେ ବହୁତ୍ ବିକାଶ ହେଲା
କପର୍ଟୀ ବ୍ଯାଙ୍କ ରେ କୋଟି କୋଟି ଟଙ୍କା ଚଳୁ ହୋଇଲା l
ନେତା ଖାଇଗଲେ କର୍ମୀ ଖାଇଗଲେ କର୍ମଚାରିଙ୍କର ଚାନ୍ଦି ହୋଇଲା l
ପୁରୀରେ ଘରକୁ ଭୁବନେଶ୍ବର ରେ ଗୋଟା ଗୋଟା ଘର କିଣା ହୋଇଲା l
ଆଳି ରେ ବହୁତ୍ ବିକାଶ ହେଲା 
ଜମି ଗୁଡା ସବୁ ପଡିଆ ହେଲା l 
ବାପା ଖାଉ ଅଛି ମାଗଣା ଚାଉଳ ପୁଅ ମଦ ପିଇ ନେତା ହୋଇଲା l
କୃଷି ବିଭାଗଟା ସମ୍ପୂଲ ରହିଛି ଚାଷବାସ ସବୁ ଚୂଲୀକୁ ଗଲା l
ଜଳସେଚନ ବିଭାଗ ଇତିହାସେ ଗଲା ଠିକାଦାରଙ୍କର୍ ଚାନ୍ଦ ଉଇଁଲା ll
ଆଳି ରେ ବହୁତ୍ ବିକାଶ ହେଲା 
ପୁରୁଣା ଘରରେ ରଙ୍ଗ ମାରି ଦେଇ ଫାଇବ ଟି ନାମରେ ବାଜା ବାଜିଲା l
ସ୍କୁଲ୍ ରହିଛି ମାଷ୍ଟର ନାହାନ୍ତି ପ୍ରାଇଭେଟ୍ ସ୍କୁଲ ଭାଗ୍ୟ ଉଇଁଲା l
ମଧ୍ୟାହ୍ନ ଭୋଜନ ବଣ୍ଟନ କାମଟା କାଗଜେ କାଗଜେ ସମାପ୍ତ ହେଲା ll
ଆଳି ରେ ବହୁତ୍ ବିକାଶ ହେଲା 
ଶ୍ମସାନ କୁ କରି ଖେଳର ପଡିଆ ଲକ୍ଷ ଲକ୍ଷ ଟଙ୍କା ଚଳୁ ହୋଇଲା l
ଆଳି ବାସୀଙ୍କର କରମ ଢ଼ିଲା 
ପାଟି ଯେ କରିବ ତା କରମ ବାମ ଚତୁର୍ଥ ସ୍ତମ୍ଭକୁ ମାଡ ହୋଇଲା ll
ଆଳି ରେ ବହୁତ୍ ବିକାଶ ହେଲା
..
..
 
 
No comments:
Post a Comment