AFFILIATE MARKETING

https://binomo.com?a=90810425bb57&t=0

Tuesday, July 8, 2025

ବିଦା ହେବେ ବାଂଲାଦେଶୀ; ୨୧ ସନ୍ଦିଗ୍ଧଙ୍କୁ ଉଠାଇନେଲା ପୁଲିସ

ବିଦା ହେବେ ବାଂଲାଦେଶୀ; ୨୧ ସନ୍ଦିଗ୍ଧଙ୍କୁ ଉଠାଇନେଲା ପୁଲିସ; ଚାଲିଛି ପରିଚୟ ପ୍ରମାଣପତ୍ର ଯାଞ୍ଚ
କେନ୍ଦ୍ରାପଡ଼ା - ଓଡ଼ିଶାରେ ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ଗୁରୁବାର କେନ୍ଦ୍ରପଡ଼ା ଜିଲ୍ଲା ବଉଳକଣି ପଞ୍ଚାୟତର ୬ଜଣଙ୍କୁ ଜମ୍ବୁ ସାମୁଦ୍ରିକ ଥାନା ପୁଲିସ ଉଠାଇ ଆଣିଥିଲା । ସେମାନଙ୍କ ମଧ୍ୟରେ ଜଣେ ଦଶମ ଶ୍ରେଣୀ  ଛାତ୍ର ଥିବା ସୂଚନା ମିଳିଛି । ସେହିଭଳି କେନ୍ଦ୍ରାପଡ଼ା ଟାଉନ୍‌ର ବିଭିନ୍ନ ସ୍ଥାନରେ ବୁଲି ବୁଲି ଫେରି ବେପାର କରୁଥିବା ବଙ୍ଗ ଭାଷାଭାଷୀ ୧୫ଜଣଙ୍କୁ ଉଠାଇ ନେଇଛି ପୁଲିସ । ସେମାନଙ୍କୁ ଜିଲ୍ଲା ପ୍ରଶାସନ ନିକଟକୁ ନିଆଯାଇ ବିଭିନ୍ନ ପରିଚୟ ପ୍ରମାଣପତ୍ର ଓ  ଠିକଣା ପ୍ରମାଣପତ୍ର ଯାଞ୍ଚ୍‌ କରାଯାଉଛି ।

ମହାକାଳପଡ଼ା ବ୍ଲକ୍‌ର ବଙ୍ଗ ଭାଷାଭାଷୀ ଅଞ୍ଚଳରେ ବସବାସ କରୁଥିବା ଅଣଭାରତୀୟମାନେ ବିଭିନ୍ନ ଗଳାବାଟ ଦେଇ ଭାରତରେ ପ୍ରବେଶ କରୁଥିଲେ । ପରେ ଅବୈଧ ଆଧାର କାର୍ଡ ଯୋଗାଡ଼ କରି ନିଜକୁ ଭାରତୀୟ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରିଛନ୍ତି । ରାସନ କାର୍ଡ ଯୋଗାଡ଼ କରିବା, ଭୋଟର ପରିଚୟପତ୍ରରେ ନାମ ପଞ୍ଜିକରଣ  କରିବାରେ ଏମାନେ ସକ୍ଷମ ହୋଇଥିଲେ । କିନ୍ତୁ ରାଜ୍ୟ ସରକାର ବାଂଲାଦେଶୀ ଚିହ୍ନଟ  ପ୍ରକ୍ରିୟା ଆରମ୍ଭ କରିବା ପରେ ଏବେ ଛନକା  ପଶିଛି । ଯାହା ସୂଚନା ମିଳିଛି, ଲୁଚାଛପାରେ ଏଠାରେ ରହୁଥିବା ବାଂଲାଦେଶୀ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଏମିତିକି କିଛି ପ୍ରତ୍ୟାବର୍ତ୍ତନ  ଆରମ୍ଭ କରିଥିବା ଜଣାଯାଇଛି । 

ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ  ସୂଚନା ଅନୁସାରେ, କିଛି ଅଣହିନ୍ଦୁ  ମହାକାଳପଡ଼ା ଅଞ୍ଚଳରେ ଚିଙ୍ଗୁଡ଼ିଘେରି  ଜଗିବା ଓ ବୋଟ୍‌ରେ ମତ୍ସ୍ୟଜୀବୀ ଭାବେ କାମ କରିବାକୁ ନିଜର ବେଉସା ଭାବେ  ଆଦରି ନେଇଛନ୍ତି । ଏ ସବୁ ତଦନ୍ତ  ଭିତରେ ୨୦୦୫ ମସିହାରେ ସରକାରୀ ଭାବେ ମହାକାଳପଡ଼ା, ରାଜନଗର ଓ  ପଟ୍ଟାମୁଣ୍ଡାଇ ବ୍ଲକ୍‌ରେ ଚିହ୍ନଟ ୧୬୪୯  ବାଂଲାଦେଶୀ ଗଲେ କୁଆଡ଼େ ତାକୁ ନେଇ  ପ୍ରଶ୍ନ ଉଠିଲାଣି ?

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...