AFFILIATE MARKETING

https://binomo.com?a=90810425bb57&t=0

Sunday, July 20, 2025

ଭିଜିଲାନ୍ସ ସ୍କାନରରେ ଫରେଷ୍ଟ ଅଫିସର

ଏକକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସର ଚଢ଼ାଉ

ବାବୁଙ୍କର ଅମାପ ସମ୍ପତ୍ତି ଠାବ

କେନ୍ଦୁଝର, ୨୦/୦୭: ଭିଜିଲାନ୍ସ ସରକାରରେ ସରକାରୀ ବାବୁ। ଭିଜିଲାନ୍ସ ଆଖିରୁ ବର୍ତ୍ତି ପାରିଲାନି ସରକାରୀ ବାବୁଙ୍କ ଅମାପ ସମ୍ପତ୍ତି। ଆଜି ପୁଣି ଜଣେ ଭିଜିଲାନ୍ସ ଜାଲରେ ଫସିଛନ୍ତି ଡିଭିଜନାଲ ଫରେଷ୍ଟ ଅଫିସର (ଡିଏଫଓ)। କେନ୍ଦୁଝର କେନ୍ଦୁ ପତ୍ର ଡିଭିଜନର ଡିଭିଜନାଲ ଫରେଷ୍ଟ ଅଫିସର (ଡିଏଫଓ) ନିତ୍ୟାନନ୍ଦ ନାୟକଙ୍କ ସମ୍ପତ୍ତି ଉପରେ ଚଢ଼ାଉ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରାଯାଇଛି। କେନ୍ଦୁଝର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢ଼ାଉରେରେ ସାମିଲ ହୋଇଛନ୍ତି ୩ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ।

ନିତ୍ୟାନନ୍ଦ ନାୟକଙ୍କ ସହ ଜଡ଼ିତ ଅନୁଗୁଳ, କେନ୍ଦୁଝର ଏବଂ ନୟାଗଡ଼ ଜିଲ୍ଲାର ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି।

 

ନିମ୍ନଲିଖିତ ସ୍ଥାନରେ ଚଢ଼ାଉ

୧. ଅନୁଗୁଳରେ ଥିବା ଏକ ଚାରି ମହଲା ବିଶିଷ୍ଟ ବିଲ୍ଡିଂ।

୨. ଅନୁଗୁଳର ଜିଲ୍ଲାର ବନ୍ତଳ ବ୍ଲକର ମଦନମୋହନ ପାଟଣା ଗାଁରେ ଥିବା ପୈତୃକ ବାସଭବନ।

୩. ଅନୁଗୁଳ, ଜଗନ୍ନାଥପୁରରେ ଥିବା ତାଙ୍କ ଶଶୁର ଘର।

୪. କେନ୍ଦୁଝର, କେନ୍ଦୁ ପତ୍ର ଡିଏଫଓ କାର୍ଯ୍ୟାଳୟ।

୫. କେନ୍ଦୁଝରରେ ଥିବା ସରକାରୀ ଆବାସିକ କ୍ୱାର୍ଟର।

୬. ନୟାଗଡ଼ ଜିଲ୍ଲାର କୋମଣ୍ଡାରେ ଥିବା ତାଙ୍କ ପୁଅଙ୍କ ଆବାସିକ ଗୃହ।

୭. ନୟାଗଡ଼ ଜିଲ୍ଲାର ନୂଆ-କୋମଣ୍ଡାରେ ଥିବା ତାଙ୍କ ପୁଅଙ୍କ ପିଏଚସି କାର୍ଯ୍ୟାଳୟ କକ୍ଷ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...