AFFILIATE MARKETING

https://binomo.com?a=90810425bb57&t=0

Tuesday, July 29, 2025

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀଏକକାଳୀନ ୧୦ଟି ସ୍ଥାନରେ ରେଡ୍

ଏକକାଳୀନ ୧୦ଟି ସ୍ଥାନରେ ରେଡ୍


ଭୁବନେଶ୍ୱର, ୨୯/୦୭: ଭିଜିଲାନ୍ସ ଜାଲରେ R&B ଡିଭିଜନ୍‌ର ସହକାରୀ ଯନ୍ତ୍ରୀ। ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ। ରାଜକିଶୋରଙ୍କ ସହ ଜଡ଼ିତ ଏକକାଳୀନ ୧୦ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ର ଚଢ଼ାଉ ଜାରି ରହିଛି। କେବଳ ଭୁବନେଶ୍ବରରେ ୮ଟି ସ୍ଥାନରେ ଭିଜିଲାନ୍ସ ରେଡ୍ ହୋଇଛି। ନୟାଗଡ଼ର ୨ଟି ସ୍ଥାନ ଯଥାକ୍ରମେ ପୈତୃକ ଗାଁ ଓ ଶ୍ବଶୂର ଘରେ ରେଡ୍ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରିଛି ଭିଜିଲାନ୍ସ।

ଭୁବନେଶ୍ବର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ୭ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର, ୧୧ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଏହି ଚଢ଼ାଉ ଚାଲିଛି।

୧) ପ୍ଲଟ୍ ନମ୍ବର ୨୨୬, ସେକ୍ଟର-୫, ନୀଳାଦ୍ରି ବିହାରରେ ଥିବା ତିନି ମହଲା କୋଠା।

୨) ଫ୍ଲାଟ୍ ନମ୍ବର ଇ-୦୮୩, ଅଷ୍ଟମ ମହଲା, କସମୋପଲିସ୍

୩) ଦୋକାନ ନମ୍ବର ୧୬, ସିମ୍ଫନି ମଲ୍, ପାହାଳ

ଆହୁରି ପଢ଼ନ୍ତୁ...

୪), ନୟାଗଡ଼ର ଜଗନ୍ନାଥପ୍ରସାଦରେ ଥିବା ପୈତୃକ ଘର।

୫) ରାଜକିଶୋରଙ୍କ କାର୍ଯ୍ୟାଳୟ ଚାମ୍ବର।

୬) ପଟିଆରେ ଥିବା ତାଙ୍କ ଶ୍ୱଶୁରଙ୍କ ଘର।

୭) ନୟାଗଡ଼ର ଶିବାଜୀନଗରରେ ଥିବା ତାଙ୍କ ଶ୍ୱଶୁରଙ୍କ ଅନ୍ୟ ଏକ ଘର।

୮) ଫ୍ଲାଟ୍ ନମ୍ବର ଏଚ୍-୧୬୪, ଟାୱାର ଏଚ୍ କସମୋପଲିସ୍

9) ପ୍ଲଟ୍ ନମ୍ବର ୫୪୯/୩୧୭୭/୩୩୬୮ଡୁମଡୁମା, ଭୁବନେଶ୍ୱର।

୧୦) ଜାଗମରାରେ ୬୧୭ ନଂ ପ୍ଲଟ୍ ସ୍ଥିତ ମେସର୍ସ ଏଏସଏନ୍ ଇନଫ୍ରାଷ୍ଟ୍ରକ୍ଚର ପ୍ରାଇଭେଟ୍ ଲିମିଟେଡ।

No comments:

COASTAL NEWS

​🕉️ Bhagavad Gita – 5th Adhyaya (Odia Lyrical Suite)

​ 🕉️ Bhagavad Gita – 5th Adhyaya (Odia Lyrical Suite) ​ I. The Inquiry (Stanzas 1–7) ​Command: Slow meditative intro, etherea...