AFFILIATE MARKETING

https://binomo.com?a=90810425bb57&t=0

Thursday, July 31, 2025

ଭାରତ ଉପରେ ୨୫% ଟାରିଫ, ସଙ୍କଟରେ ୮୭ ବିଲିଅନ ଡଲାର ରପ୍ତାନୀ

ରୁଷ ସହ ସମ୍ପର୍କ ଥିବାରୁ ଭାରତକୁ ଅତିରିକ୍ତ ଜରିମାନା

ସବୁଠୁ ଉପରେ ରାଷ୍ଟ୍ରୀୟ ସ୍ବାର୍ଥ: ଭାରତର ପ୍ରତିକ୍ରିୟା

ନୂଆଦିଲ୍ଲୀ, ୩୧/୦୭: ଭାରତ ଉପରେ ଦାଉ ସାଧିଲେ ଟ୍ରମ୍ପ। ରୁଷ ସହିତ ବାଣିଜ୍ୟ କରୁଥିବାରୁ ଭାରତକୁ ଦେବାକୁ ପଡିବ ଦେୟ। ଭାରତ ଉପରେ ୨୫ ପ୍ରତିଶତ ଟାରିଫ ଲଗାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଭାରତରୁ ଆମେରିକାକୁ ରପ୍ତାନୀ ହେଉଥିବା ୮୭ ବିଲିଅନ ଡଲାର ମୂଲ୍ୟର ଦ୍ରବ୍ୟ ଏବେ ପ୍ରଭାବିତ ହେବ। ଟ୍ରମ୍ପ ବୁଧବାର ଏହି ବର୍ଦ୍ଧିତ ଟାରିଫ ଘୋଷଣା କରିଥିବା ବେଳେ ଆସନ୍ତା ଅଗଷ୍ଟ ୧ ତାରିଖରୁ ଲାଗୁ ହେବ। ଯାହା ଫଳରେ ଭାରତ ଅତ୍ୟନ୍ତ ପ୍ରଭାବିତ ହେବ।

ଟ୍ରମ୍ପ ସୋସିଆଲ ମିଡ଼ିଆ ସାଇଟ୍ ଟ୍ରୁଥରେ କହିଛନ୍ତି, ଭାରତ ଆମେରିକାର ଏକ ଭଲ ବନ୍ଧୁ। କିନ୍ତୁ ଭାରତ ସବୁବେଳେ ଚଢା ଶୁଳ୍କ ଲାଗୁ କରୁଛି। ଯାହା ଫଳରେ ଆମେରିକା ଭାରତ ସହିତ କମ୍ ବ୍ୟବହାର କରୁଛି। ସେହିପରି ରୁଷ ଏବେ ୟୁକ୍ରେନ ଉପରେ ଯୁଦ୍ଧ କରୁଥିବାରୁ ରୁଷକୁ କୋଣଠେସା କରିବାକୁ ଚାହୁଁଛି ବିଶ୍ୱ। କିନ୍ତୁ ଭାରତ ରୁଷ ସହିତ ବ୍ୟବସାୟିକ ସମ୍ପର୍କ ରଖୁଥିବାରୁ ତାହା ହୋଇ ପାରୁନାହିଁ। ଯେଉଁଥିପାଇଁ ଯୁଦ୍ଧ ପାଇଁ ପାଣ୍ଠି ପାଉଛି ରୁଷ। ଯାହାର ପରିଣାମ ଏବେ ଭାରତକୁ ଭୋଜିକୁ ପଡ଼ିବ। ଏବଂ ଅତିରିକ୍ତ ଜରିମାନା ଦେବାକୀ ପଡ଼ିବ ବୋଲି ଟ୍ରମ୍ପ କହିଥିଲେ।

ଅନ୍ୟପଟେ ଭାରତ ଉପରେ ଟାରିଫ ବୃଦ୍ଧି ଦ୍ୱାରା ଘୋର‌ ସଙ୍କଟରେ ପଡ଼ିଯାଇଛି ଭାରତର ଶିଳ୍ପାୟନ। ଏହି ଶୁଳ୍କ ବୃଦ୍ଧି ତାଲିକାରେ ରହିଛି ଅଟୋ ମୋବାଇଲ, ଅଟୋ ଯନ୍ତ୍ରାଂଶ, ଷ୍ଟିଲ, ଆଲୁମିନିୟମ, ସ୍ମାର୍ଟ ଫୋନ, ସୋଲାର ମଡ୍ୟୁଲ, ସାମୁଦ୍ରିକ ଉତ୍ପାଦ, ରତ୍ନ ପଥର, ଗହଣା ଏବଂ ପ୍ରକ୍ରିୟାକରଣ ଖାଦ୍ୟ ଓ କୃଷି ଦ୍ରବ୍ୟ। ଯଦିଓ ଏଥିରୁ ଔଷଧ, ସେମି କଣ୍ଡକ୍ଟର ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ବାଦ୍ ପଡିଛି।

ଏ ନେଇ ପ୍ରତିକ୍ରିୟା ରଖିଛି ଭାରତ। ଭାରତ କହିଛି ଯେ, ରାଷ୍ଟ୍ରୀୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଯାହା ଆବଶ୍ୟକ ପଦକ୍ଷେପ ନେବାକୁ ପଡ଼ିବ ଆମେ ତାହା ନେବୁ। ସରକାର ଏହାକୁ ଗୁରୁତ୍ୱ ଦେଇଛନ୍ତି ଏବଂ ଏହାକୁ ନେଇ ଅନୁଧ୍ୟାନ କରୁଛନ୍ତି। ଦେଶର ଚାଷୀ, ଉଦ୍ୟୋଗୀ ଓ ଏମଏସଏମଇଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ସରକାର ନିର୍ଦ୍ଦିଷ୍ଟ ପଦକ୍ଷେପ ନେବେ ବୋଲି ସରକାର କହିଛନ୍ତି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...