AFFILIATE MARKETING

https://binomo.com?a=90810425bb57&t=0

Thursday, July 31, 2025

ଡ୍ୟାଶକ୍ୟାମ୍

ଲୁଟ୍ କରିବା ପାଇଁ ଗାଡ଼ି ଆଗରେ ପିଟି ହେଉଛନ୍ତି ଲୁଟେରା : କାର୍ ଆଗରେ ଲଗାନ୍ତୁ ଏହି ଗୋଟିଏ ଉପକରଣ , ଧନ ସହ ବଞ୍ଚିଯିବ ଜୀବନ

ଗାଡ଼ି କିଣିବା ପରେ ଅନେକ ଲୋକ କାରରେ ବିଭିନ୍ନ ପ୍ରକାରର ଉପକରଣ ଲଗାନ୍ତି । ସେହିଭଳି ଏକ ଉପକରଣ ହେଉଛି ଡ୍ୟାଶକ୍ୟାମ୍, ଯାହା ଆଜିକାଲି ସୁରକ୍ଷା ପାଇଁ ନିହାତି ଉପଯୋଗୀ 

 DASHCAM Photograph: (KanakNews)

କନକ ବ୍ୟୁରୋ : ଜୀବନରେ ଗୋଟିଏ ଗାଡ଼ି କିଣିବାର ସ୍ବପ୍ନ ପ୍ରାୟତଃ ସମସ୍ତଙ୍କର ଥାଏ । ଆଉ ଗାଡ଼ି କିଣିବା ପୂର୍ବରୁ ହିଁ କାରରେ କେଉଁ ପ୍ରକାରର ଉପକରଣ ଲଗାଇବେ ଏ କଥା ଉପରେ ଗୁରୁତ୍ବ ଦେଇଥା’ନ୍ତି ଚାଳକ । ଗାଡ଼ି କିଣିବା ପରେ ଅନେକ ଲୋକ କାରରେ ବିଭିନ୍ନ ପ୍ରକାରର ଉପକରଣ ଲଗାନ୍ତି । ସେହିଭଳି ଏକ ଉପକରଣ ହେଉଛି ଡ୍ୟାଶକ୍ୟାମ୍, ଯାହା ଆଜିକାଲି ସୁରକ୍ଷା ପାଇଁ ବହୁତ ଅଧିକ ପସନ୍ଦ କରାଯାଉଛି । ଯାହା ସୁରକ୍ଷା ଦୃଷ୍ଟିରୁ ବହୁତ ଭଲ । ତେବେ ଆସନ୍ତୁ ଜାଣିବା କ’ଣ ଏହି ଡ୍ୟାଶକ୍ୟାମ୍ ଏବଂ ଏହା କିଣିବା ପୂର୍ବରୁ କେଉଁ କଥା ଉପରେ ଗୁରୁତ୍ବ ଦିଆଯିବା ଦରକାର । 

bengaluru-man-attempts-to-stage

ଡ୍ୟାଶକ୍ୟାମ୍ କ'ଣ ହୋଇଥାଏ ?

ଡ୍ୟାଶକାମ୍ ହେଉଛି ଏକ ପ୍ରକାରର କ୍ୟାମେରା, ଯାହାକୁ ଗାଡ଼ିର ଡ୍ୟାଶବୋର୍ଡ କିମ୍ବା ୱିଣ୍ଡଶିଲ୍ଡରେ ସହଜରେ ଲଗାଯାଇପାରିବ । ଗାଡ଼ିରେ ଯାତ୍ରା କରିବା ସମୟରେ ଏହାର ସାହାଯ୍ୟରେ ବାହାର ଭ୍ୟୁକୁ ରେକର୍ଡ କରାଯାଏ । ଯାହା ଦ୍ୱାରା କୌଣସି ଦୁର୍ଘଟଣା ସମୟରେ ଗାଡ଼ିରେ ବସିଥିବା ଲୋକଙ୍କୁ ବହୁତ ସାହାଯ୍ୟ ମିଳିଥାଏ ।

ଡ୍ୟାଶକ୍ୟାମ୍ କାହିଁକି ଲଗାଇବେ?

ଗାଡ଼ି କିଣିବା ପରେ ଲୋକମାନେ ଏହାକୁ ସୁରକ୍ଷିତ ରଖିବା ପାଇଁ ଅନେକ ପ୍ରକାରର ଉପକରଣ ଲଗାନ୍ତି । କିନ୍ତୁ ଗାଡ଼ି ଚଳାଇବା ସମୟରେ ଯଦି ଦୁର୍ଘଟଣା ଘଟିଯାଏ ତେବେ ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିବା ବହୁତ କଷ୍ଟକର ହୋଇଯାଏ । ଏପରି ପରିସ୍ଥିତିରେ ବଜାରରେ ଡ୍ୟାଶକ୍ୟାମ୍ ମିଳିଥାଏ ଯାହାକୁ ଗାଡ଼ିରେ ସହଜରେ ଲଗାଯାଇପାରିବ ।

କିଣିବା ପୂର୍ବରୁ ଧ୍ୟାନ ଦିଅନ୍ତୁ :

ଯଦି ଆପଣ ମଧ୍ୟ ଆପଣଙ୍କ ଗାଡ଼ି ପାଇଁ ଡ୍ୟାଶକ୍ୟାମ୍ କିଣିବାକୁ ମନସ୍ଥ କରିଛନ୍ତି ତେବେ କିଛି କଥା ଜାଣି ରଖନ୍ତୁ । ବଜାରରେ ଅନେକ ପ୍ରକାରର ଡ୍ୟାଶକ୍ୟାମ୍ ମିଳିଥାଏ କିନ୍ତୁ ଭଲ କ୍ୱାଲିଟି ଏବଂ ଅଧିକ ବଡ଼ ବ୍ୟାଟେରୀ ସହିତ ଅଧିକ ଷ୍ଟୋରେଜ୍ କ୍ଷମତା ଥିବା ଡ୍ୟାଶକ୍ୟାମ୍ ବହୁତ ଉପଯୋଗୀ ହୋଇଥାଏ । ଭଲ କ୍ୱାଲିଟି ହେତୁ ରେକର୍ଡ କରାଯାଇଥିବା ଭିଡିଓରେ ଅନ୍ୟ ଗାଡ଼ିଗୁଡ଼ିକର ସୂଚନା ନେବା ବହୁତ ସହଜ ହୋଇଯାଏ । ଏହା ସହିତ ଅଧିକ ଷ୍ଟୋରେଜ୍ ଥିବା ହେତୁ ବହୁତ ପୁରୁଣା ଭିଡିଓ ମଧ୍ୟ ଦେଖିପାରିବେ ।

ଏହି କଥାଗୁଡ଼ିକ ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ :

ବଜାରରେ ଅନେକ ପ୍ରକାରର ଫିଚର୍ସ ସହିତ ଡ୍ୟାଶକ୍ୟାମ୍ ମିଳିଥାଏ କିନ୍ତୁ ୱାୟାରଲେସ୍ କନେକ୍ଟିଭିଟି, ଜିପିଏସ୍ ଏବଂ ଡିସପ୍ଲେ ସହିତ ଆସୁଥିବା ଡ୍ୟାଶକ୍ୟାମ୍ ବ୍ୟବହାର କରିବା ବହୁତ ଅଧିକ ସହଜ ହୋଇଥାଏ ।

ଏହାର ମୂଲ୍ୟ କେତେ ?

କ୍ୱାଲିଟି ଏବଂ ଫିଚର୍ସ ଅନୁସାରେ ଅନେକ କମ୍ପାନିଗୁଡ଼ିକ ତରଫରୁ ଡ୍ୟାଶକ୍ୟାମ୍ କିଣାଯାଇପାରିବ । ଅନଲାଇନ୍ ସହିତ ବଜାରରେ ଏହାର ମୂଲ୍ୟ ପ୍ରାୟ ତିନି ହଜାର ଟଙ୍କାରୁ ଆରମ୍ଭ ହୋଇଯାଏ । ଏହାପରେ ଫିଚର୍ସ ବଢ଼ିବା ସହିତ ମୂଲ୍ୟରେ ମଧ୍ୟ ବୃଦ୍ଧି ହୋଇଯାଏ ।


https://youtube.com/@coastalnewsodia?si=AB2TB8we6wtbHMXy

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...