AFFILIATE MARKETING

https://binomo.com?a=90810425bb57&t=0

Sunday, July 20, 2025

ଅଧ୍ୟାପକଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଜୀବନ ହାରିଲେ ଛାତ୍ରୀ

ସୁଇସାଇଡ ନୋଟରେ ଅଧ୍ୟାପକଙ୍କୁ ଦାୟୀ କଲେ ଛାତ୍ରୀ

ନୂଆଦିଲ୍ଲୀ, ୨୦/୦୭: ବାଲେଶ୍ୱର ଘଟଣାର ପୁନରାବୃତ୍ତି। ଏଫଏମ କଲେଜ ଛାତ୍ରୀଙ୍କ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ଏବେ ବି ମନରୁ ଲିଭି ନଥିବା ବେଳେ ପୁଣି ଏହି ଭଳି ଆଉ ଏକ ଘଟଣା ଘଟିଛି। ଅଧ୍ୟାପକଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଜଣେ ଛାତ୍ରୀ ନିଜ ଜୀବନ ହାରି ଦେଇଛନ୍ତି। ଜାତୀୟ ରାଜଧାନୀ ଦିଲ୍ଲୀର ଶାରଦା ବିଶ୍ୱବିଦ୍ୟାଳୟର ବ୍ୟାଚେଲର ଅଫ୍ ଡେଣ୍ଟାଲ ସର୍ଜେରୀ (ବିଡିଏସ) ଦ୍ୱିତୀୟ ବର୍ଷର ଜଣେ ଛାତ୍ରୀ ହଷ୍ଟେଲରେ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା ଶୁକ୍ରବାର ରାତିରେ ଘଟିଥିବା ଜଣାପଡ଼ିଛି।

ଗୌତମ ବୁଦ୍ଧ ନଗରର ନଲେଜ୍ ପାର୍କ ଥାନାରେ ଏକ ମାମଲା ଦାୟର କରାଯାଇଛି। ଘଟଣା ପରେ କ୍ୟାମ୍ପସରେ ବିକ୍ଷୋଭ ହେବା ପରେ ବିଶ୍ୱବିଦ୍ୟାଳୟର ଦୁଇ କର୍ମଚାରୀଙ୍କୁ ଗିରଫ କରାଯାଇଛି।

ତାଙ୍କ ହଷ୍ଟେଲ ରୁମରୁ ଏକ ନୋଟ୍ ଉଦ୍ଧାର ହୋଇଛି, ଯେଉଁଥିରେ ସେ ଲେଖିଛନ୍ତି, “ମୋ ମୃତ୍ୟୁ ପାଇଁ ପିସିପି ଓ ଡେଣ୍ଟାଲ ମ୍ୟାଟେରିଆଲର ଶିକ୍ଷକମାନେ ଦାୟୀ। ସେମାନେ ମୋତେ ମାନସିକ ନିର୍ଯାତନା ଦେଇଥିଲେ, ଯେଉଁଥିପାଇଁ ମୁଁ ଦୀର୍ଘ ଦିନ ଧରି ଚାପରେ ଥିଲି। ମୁଁ ଦୁଃଖିତ, ମୁଁ ଆଉ ଏଭଳି ବଞ୍ଚି ପାରିବି ନାହିଁ।”

ମୃତ ଛାତ୍ରୀଙ୍କ ପରିବାର ଲୋକଙ୍କ କହିବାନୁଯାୟୀ, ୬-୭ ଜଣ ଏଥିରେ ସମ୍ପୃକ୍ତ ଅଛନ୍ତି, ଯେଉଁମାନଙ୍କ ମଧ୍ୟରୁ ମାତ୍ର ଦୁଇଜଣଙ୍କୁ ଗିରଫ କରାଯାଇଛି। ଆମ ଝିଅଙ୍କୁ ନ୍ୟାୟ ଦେବାକୁ ଏବଂ ପ୍ରତ୍ୟେକ ଦୋଷୀଙ୍କୁ ଗିରଫ କରିବାକୁ ଅନୁରୋଧ କରିଛନ୍ତି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...