AFFILIATE MARKETING

https://binomo.com?a=90810425bb57&t=0

Saturday, July 12, 2025

ବିଶେଷ ଖବର

ଉପକୁଳ ସମାଚାର 
ବିଶେଷ ଖବର 
ଯୁକ୍ତ ତିନି ଓ ପିଜି ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ, ୧୬ରେ ଯୁକ୍ତ ତିନି, ୨୫ରେ ପିଜିର ସ୍ପଟ୍ ନାମ ଲେଖା ଶେଷ।

ହାଉସିଂ ସୋସାଇଟିର କ୍ଷମତା ନେଇ ବିଡିଏର ନିଷ୍ପତ୍ତି। ଟଂକା ନଦେଲେ ବିଜୁଳି ଓ ପାଣି ସଂଯୋଗ ବିଛିନ୍ନ।

ଡ୍ରାଇଭର ସଂଘକୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଅନୁରୋଧ କଲେ ରାଜ୍ୟ ସରକାରଙ୍କ ବାଣିଜ୍ୟ ପରିବହନ ମନ୍ତ୍ରୀ

ସରକାରଙ୍କ କଥା ଡ୍ରାଇଭର୍ ମହାସଂଘ ଶୁଣିଲାନି। ଆଜିଠୁ ଷ୍ଟିଅରିଂ ଛାଡ ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ସଙ୍ଘର ନିଷ୍ପତ୍ତି।

ଆଜିଠାରୁ ଘରୋଇ ବସ୍‌ଗୁଡ଼ିକ ପୂର୍ବ ଭଳି ପୁଣି ସ୍ବାଭାବିକ ଢଙ୍ଗରେ ଚାଲିବ ବୋଲି ସୂଚନା ଦେଲେ ଘରୋଇ ବସ୍‌ ମାଲିକ ସଂଘ। 

ଉଚ୍ଚ ଶିକ୍ଷା ପ୍ରତି ବିମୁଖ ଛାତ୍ରଛାତ୍ରୀ। ସ୍ନାତକରେ ୧ ଲକ୍ଷ ଓ ସ୍ନାତକୋତ୍ତରରେ ୧୩ ହଜାର ସିଟ୍ ଫାଙ୍କା। ପାଠପଢ଼ା ଆରମ୍ଭ ହେଲାଣି, କିନ୍ତୁ ସରୁନି ନାମଲେଖା

କଟକ-ନିର୍ଗୁଣ୍ଡି ଚତୁର୍ଥ ରେଳ ଲାଇନ ଓ ନିର୍ଗୁଣ୍ଡି ରେଳ ଫ୍ଲାଏଓଭରକୁ ମଞ୍ଜୁରି ମିଳିଲା।

ନୂତନ ସଫ୍ଟୱେର ପ୍ରଚଳନ ପାଇଁ ଜୁଲାଇ ୧୪ରେ କଟକ ପ୍ରଧାନ ଡାକଘର ଅଧୀନସ୍ଥ ସମସ୍ତ ଡାକଘର ଡାକକାର୍ଯ୍ୟ ବନ୍ଦ ରହିବ।

ଓଏଏସ୍ ସଂଘର ତିନିଦିନିଆ ଆନ୍ଦୋଳନର ଛୁଟିକୁ ସରକାର ମଞ୍ଜୁରୀ ଦେଲେନି। ଦରମା କାଟିଦେବାର ଭୟ ଅଛି

ବିଶ୍ଵ ଆଥଲେଟ୍‌ କଣ୍ଟିନେଣ୍ଟାଲ ଟୁର୍ ଭୁବନେଶ୍ବରରେ ଆୟୋଜନ ହେବ। ଦେଶରେ ପ୍ରଥମଥର ପାଇଁ ଏହି ସମାରୋହର ଆୟୋଜନ ହେବ

ବାଲେଶ୍ଵର ଚାନ୍ଦିପୁରରେ ସୁ-୩୦ ଏମକେ-ଆଇ ଯୁଦ୍ଧ ବିମାନରେ ‘ଅସ୍ତ୍ର’ର ସଫଳ ପରୀକ୍ଷଣ। 

ଭୁବନେଶ୍ୱରରେ ଆଦାନୀ ଓ ମୋଦୀଙ୍କୁ ଟାର୍ଗେଟ୍ କଲେ ରାହୁଲ। କହିଲେ, ଆଦାନୀଙ୍କ ପାଇଁ ଜଗନ୍ନାଥଙ୍କ ରଥ ଅଟକିଲା। ଖଣିସମ୍ପଦକୁ ଆଦାନୀକୁ ଦେଇଦେବେ ରାଜ୍ୟ ସରକାର

ପାରାଦୀପ ଇଣ୍ଡିଆନ ଅଏଲ ଭିତରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ। ମୃତକ ହେଲେ କେନ୍ଦ୍ରାପଡ଼ାର ଉଲ୍ଲାସ ଦାସ। 

ଭବାନୀପାଟଣାରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁଇ ଚାଷୀଙ୍କ ମୃତ୍ୟୁ, ଚାଷ ଜମିରେ ପାଣି ମଡାଉଥିବା ବେଳେ ଅଘଟଣ।

ରାୟଗଡାରେ ପ୍ରେମ ପାଇଁ କଙ୍ଗାରୁ କୋର୍ଟ ଦଣ୍ଡଦେଲେ, କାନ୍ଧରେ ଯୁଆଳି ପକାଇ ହଳ କରାଇଲେ ଗ୍ରାମବାସୀ।

ଖୋର୍ଦ୍ଧାରେ ମିକ୍ସଚର ପ୍ୟାକେଟ୍ ରୁ ୧୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ୍, ୨ ଗିରଫ।

ମାଲକାନଗିରି କାଲିମେଳାରେ ଗ୍ରାମ୍ୟ ଉନୟନ ବିଭାଗର ଯନ୍ତ୍ରୀଙ୍କ ବୋଲେରୋ ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ ଓ ଛଅବର୍ଷର ଝିଅ ସମେତ ଦୁଇ ଜଣ ଗୁରୁତର ଆହତ

ଆରଏସଏସର ମୋହନ ଭଗବତ ନାଗପୁରରେ କହିଲେ, ୭୫ ବର୍ଷ ବୟସରେ ନେତାମାନେ ଅବସର ନିଅନ୍ତୁ

ଭୂକମ୍ପରେ ପୁଣି ଥରିଲା ଦିଲ୍ଲୀ। ଲଗାତାର ଦୁଇ ଦିନରେ ୨ ଥର ଲାଗିଲା ଝଟକା, ଲୋକେ ଭୟଭୀତ। 

ଗୁଜୁରାଟ ଆନନ୍ଦ ଭଦୋଦରା ମୁଖ୍ୟ ରାସ୍ତା ପୋଲ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୯ ଶବ ମିଳିଛି, ଅନ୍ୟମାନଙ୍କୁ ଖୋଜା ଚାଲିଛି।

ଲର୍ଡସ୍ କ୍ରିକେଟ ଟେଷ୍ଟରେ ଇଂଲଣ୍ଡର ୩୮୭ ଜବାବରେ ଭାରତ ୩/୧୪୫, ବୁମରା ୫ ଓ୍ବିକେଟ୍ ନେଲେ

ତିନି ଦିନ ହେଲା ଭାରତୀୟ ଷ୍ଟକ ବଜାର ଅବସ୍ଥା ଖରାପ। ସପ୍ତାହର ଶେଷ ଦିନରେ ସେନସେକ୍ସ ୮୨,୫୦୦.୪୭ ପଏଣ୍ଟରେ ବନ୍ଦ ହୋଇଥିଲା
ଉପକୁଳ ସମାଚାର 
ବନ୍ଦେ ଉତ୍କଳ ଜନନୀ 

No comments:

COASTAL NEWS

କୃଷି ଏବଂ ଦୁଗ୍ଧଜାତ ଦ୍ରବ୍ୟ ଉପରେ ଆମେରିକା-ଭାରତ ବାଣିଜ୍ୟ ଚୁକ୍ତି, ଅଟକି ରହିଛି

କୃଷି ଏବଂ ଦୁଗ୍ଧଜାତ ଦ୍ରବ୍ୟ ଉପରେ ଆମେରିକା-ଭାରତ ବାଣିଜ୍ୟ ଚୁକ୍ତି, ଅଟକି ରହିଛି ଏହା ଏକ ଜଣାଶୁଣା ସତ୍ୟ ଯେ ଭାରତ ଏବଂ ଭାରତୀୟ ଚାଷୀମାନେ ଜୀବିକା ନିର୍ବାହର ଏକ ଉପା...