AFFILIATE MARKETING

https://binomo.com?a=90810425bb57&t=0

Monday, June 30, 2025

ବାଂଲାଦେଶ: ମାତ୍ର ୩୫ ହଜାର ଟଙ୍କା ପାଇଁ ହିନ୍ଦୁ ମହିଳାଙ୍କୁ ଦୁଷ୍କର୍ମ

ବାଂଲାଦେଶ: ମାତ୍ର ୩୫ ହଜାର ଟଙ୍କା ପାଇଁ ହିନ୍ଦୁ ମହିଳାଙ୍କୁ ଦୁଷ୍କର୍ମ

ଦିନକୁ ଦିନ ବଢ଼ୁଛି ହିନ୍ଦୁ ବିରୋଧୀ ନିର୍ଯାତନା


ଢାକା, ୩୦/୦୬: ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ। ମୁରାଦନଗର ଉପଜିଲ୍ଲାରେ ଜଣେ ୨୧ ବର୍ଷୀୟ ହିନ୍ଦୁ ମହିଳାଙ୍କୁ ବଳାତ୍କାର ଘଟଣା ଜଣା ପଡ଼ିବା ପରେ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। ଜଣେ ହିନ୍ଦୁ ମହିଳାଙ୍କ ପରିବାର ୩୫ ହଜାର ଟଙ୍କା ଧାର ଦେବା ବଦଳରେ ତାଙ୍କୁ ବଳାତ୍କାରର ଶିକାର ହେବାକୁ ପଡିଛି। ଏହି ଘଟଣାରେ ପ୍ରାଥମିକ ସନ୍ଦିଗ୍ଧ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ନେତା ଫଜୋର ଅଲିଙ୍କ ସମେତ ପାଞ୍ଚ ଜଣଙ୍କୁ ଗିରଫ କରିଛି। ପାଞ୍ଚ ଜଣଙ୍କ ମଧ୍ୟରୁ ତିନି ଜଣଙ୍କୁ ବଳାତ୍କାର ପୀଡିତାଙ୍କ ଭିଡିଓ ରେକର୍ଡିଂ ଏବଂ ସୋସିଆଲ ମିଡିଆରେ ସେୟାର କରିବା ପାଇଁ ଗିରଫ କରାଯାଇଛି।

ଏହି ଘଟଣାଟି ଜୁନ୍ ୨୬ରେ ଘଟିଥିଲା। ଏହି ଦିନ ରାତି ପ୍ରାୟ ୧୦ଟା ସମୟରେ ପୀଡିତାଙ୍କ ବାପାଙ୍କ ଘରେ ଏକୁଟିଆ ଥିବା ବେଳେ ରାମଚନ୍ଦ୍ରପୁର ପଚକିଟ୍ଟା ଗାଁର ୩୮ ବର୍ଷୀୟ ଫଜୋର ଅଲି ତାଙ୍କ ଘରକୁ ପଶିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଉକ୍ତ ପୀଡ଼ିତା ମହିଳା କବାଟ ନ ଖୋଲିବାରୁ ଅଭିଯୁକ୍ତ ତାଙ୍କ କବାଟ ଭାଙ୍ଗି ଘରେ ପଶିଥିଲେ ଏବଂ ତାଙ୍କୁ ବଳାତ୍କାର କରିଥିଲେ। ଏହି ସମୟରେ ପାଖ ପଡ଼ୋଶୀ ପୀଡ଼ିତାଙ୍କ ଚିତ୍କାର ଶୁଣି ପାଖକୁ ଆସିଥିଲେ ମଧ୍ୟ ସେମାନେ ଭିଡ଼ିଓ ରେକର୍ଡ କରିଥିଲେ କିନ୍ତୁ କେହି ସାହାଯ୍ୟ କରିନଥିଲେ। ଅବଶ୍ୟ ପରେ ମହିଳାଙ୍କ ପ୍ରତି ଅନ୍ୟାୟ ହୋଇଥିବା ଜାଣିବା ପରେ ସ୍ଥାନୀୟ ଲୋକେ ଫଜୋରକୁ ଅଟକାଇବାକୁ ଚେଷ୍ଟା କରିଥିଲେ, ହେଲେ ସେ ଫେରାର ହୋଇଯିବାର ଏ ସଫଳ ହୋଇଥିଲା। ପରେ ରବିବାର ସକାଳ ପ୍ରାୟ ୫ଟାରେ ଢାକାର ସୟଦାବାଦ ଅଞ୍ଚଳରେ ଫଜୋର ଅଲିଙ୍କୁ ଗିରଫ କରିଥିଲା ପୋଲିସ।

ମିଳିଥିବା ସୂଚନା ମୁତାବକ, ପୀଡ଼ିତା ମହିଳାଙ୍କ ସ୍ୱାମୀ ଦୁବାଇରେ କାମ କରନ୍ତି। ସ୍ଥାନୀୟ ପର୍ବ ହରି ସେବା ପାଇଁ ସେ ତାଙ୍କ ପିଲାମାନଙ୍କ ସହିତ ତାଙ୍କ ବାପାଙ୍କ ଘରେ ରହିଥିଲେ। ଘଟଣା ଘଟିବା ଦିନ ପୀଡ଼ିତାଙ୍କ ବାପା ଓ ଭାଇ ଘରେ ଅନୁପସ୍ଥିତ ଥିଲେ। ତେଣୁ ସେ ଏକୁଟିଆ ଥିଲେ।

ପୀଡ଼ିତାଙ୍କ ଭାଇଙ୍କ ଅଭିଯୋଗ ମୁତାବକ, ଫଜୋର ତାଙ୍କ ପରିବାରକୁ ୩୫ ହଜାରରୁ ଉର୍ଦ୍ଧ୍ବ ଟଙ୍କାର ଋଣ ଦେଇଥିଲେ। ଯାହାର ଫେରସ୍ତ କରିବା ପାଇଁ ତାରିଖ ଅତିକ୍ରମ କରି ସାରିଥିଲା। ଯେଉଁ ଟଙ୍କା ମାଗିବା ପାଇଁ ଫଜୋର ସେଦିନ ତାଙ୍କ ଘରକୁ ଆସିଥିଲା। ହେଲେ, ସେଦିନ ସେ ଓ ତାଙ୍କ ବାପା ଘରେ ନଥିଲେ।

ସ୍ଥାନୀୟ ଲୋକଙ୍କ ଅନୁଯାୟୀ, ଫଜୋର ସ୍ଥାନୀୟ ଅଞ୍ଚଳରେ ନିଶା ଏବଂ ଜୁଆ କାରବାର କରୁଥିଲେ। କୌଣସି ସରକାରୀ ପଦବୀରେ ନ ଥାଇ ମଧ୍ୟ ସେ ନିଜକୁ ଖଲିଦା ଜିଆଙ୍କ ନେତୃତ୍ୱାଧୀନ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ସଦସ୍ୟ ବୋଲି ଦାବି କରୁଥିଲେ।

ଜୁନ୍ ୨୭ ତାରିଖରେ ପୀଡିତାଙ୍କ ଲିଖିତ ଅଭିଯୋଗ ଆଧାରରେ ମହିଳା ଏବଂ ଶିଶୁ ନିର୍ଯାତନା ନିବାରଣ ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ମୁରାଦନଗର ପୋଲିସ ଏହି ମାମଲାରେ ତଦନ୍ତ ଆରମ୍ଭ କରିଛି।

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଗାଦିଚ୍ୟୁତ କରିବା ପରଠାରୁ, ବାଂଲାଦେଶରେ ହିନ୍ଦୁ ସମ୍ପ୍ରଦାୟ ଉପରେ ନିର୍ଯାତନା ବଢ଼ିବାରେ ଲାଗିଛି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...