AFFILIATE MARKETING

https://binomo.com?a=90810425bb57&t=0

Wednesday, June 25, 2025

ମାନିଲା ଇରାନ, ଆମେରିକାର ଆକ୍ରମଣରେ ହୋଇଛି ଅନେକ କ୍ଷୟକ୍ଷତି

ଆମେରିକାଠୁ କ୍ଷତିପୂରଣ ଦାବି କଲା

ଜେରୁଜେଲମ, ୨୫/୦୬: ଇରାନର ପରମାଣୁ କେନ୍ଦ୍ର ଉପରେ ଆମେରିକାର ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇନଥିବା ଇରାନ କହିବା ପରେ ଆଜି ସ୍ୱୀକାର କରିଛି ଯେ ଏହାର ପରମାଣୁ କେନ୍ଦ୍ରଗୁଡ଼ିକ ବହୁତ କ୍ଷତିଗ୍ରସ୍ତ ହୋଇଛି। ଏଥିପାଇଁ ଆମେରିକାଠାରୁ କ୍ଷତିପୂରଣ ଦାବି କରିଛି।

ଇରାନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଯୋଗ ଦେଇଥିଲା ଆମେରିକା। ଜୁନ ୨୧ ତାରିଖରେ ଇରାନର ଫୋର୍ଡୋ, ନାଟାଞ୍ଜ ଏବଂ ଇସଫାହାନର ପ୍ରମୁଖ ପରମାଣୁ କେନ୍ଦ୍ରଗୁଡ଼ିକ ଉପରେ ବୋମା ପକାଇ ଧ୍ବଂସ କରି ଦେଇଥିଲା।

ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଘେଇ ତାଙ୍କ ଦେଶର ପରମାଣୁ ପ୍ରତିଷ୍ଠାନ ଉପରେ ଆମେରିକାର ଆକ୍ରମଣ ବହୁତ କ୍ଷତି କରିଛି ବୋଲି କହିଛନ୍ତି। ସେହିପରି ଇରାନର ଉପ-ବୈଦେଶିକ ମନ୍ତ୍ରୀ ସଇଦ ଖାତିବଜାଦେହ ଇରାନର ପରମାଣୁ ପ୍ରତିଷ୍ଠାନଗୁଡ଼ିକର କ୍ଷତି ପାଇଁ ଆମେରିକାଠାରୁ କ୍ଷତିପୂରଣ ଦାବି କରିଛନ୍ତି ଏବଂ ଜାତିସଂଘରେ ଅଭିଯୋଗ କରିବାକୁ ଧମକ ଦେଇଛନ୍ତି।

ଆମେରିକାର ମ୍ୟାକ୍ସାର ଟେକ୍ନୋଲୋଜି ଦ୍ୱାରା ପ୍ରକାଶିତ ସାଟେଲାଇଟ୍ ଚିତ୍ରରେ ଇରାନର ନାଟାଞ୍ଜ ଏବଂ ଇସଫାହାନରେ ଥିବା ପରମାଣୁ ପ୍ରତିଷ୍ଠାନଗୁଡ଼ିକୁ ସ୍ପଷ୍ଟ କ୍ଷତି ହୋଇଥିବା ଦର୍ଶାଯାଇଛି।

ସୂଚନାଯୋଗ୍ୟ, ଗତ ଜୁନ୍ ୧୨ ତାରିଖରେ, ଇସ୍ରାଏଲ୍ ଅପରେସନ୍ ରାଇଜିଂ ଲାୟନ୍ ଅଧୀନରେ ଇରାନ ଉପରେ ଏୟାର ଷ୍ଟ୍ରାଇକ କରିଥିଲା। ଯାହାର ପ୍ରତିଜବାବ ଦେଇଥିଲା ଇରାନ। ଏହା ପରେ ଉଭୟ ଦେଶ ମଧ୍ୟରେ ବ୍ୟାପକ ଭିତ୍ତିଭୂମି କ୍ଷୟକ୍ଷତି ହେବା ସହ ଅନେକ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...