AFFILIATE MARKETING

https://binomo.com?a=90810425bb57&t=0

Wednesday, June 25, 2025

ଜରୁରୀକାଳୀନ ପରିସ୍ଥିତିକୁ ପୂରିଲା ୫୦ ବର୍ଷ

‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’ରେ ଜାଣନ୍ତୁ କିପରି ଥିଲା ଘଟଣାକ୍ରମ


ଆଜିର ତାରିଖ ୨୫ ଜୁନ ୨୦୨୫

୫୦ ବର୍ଷ ପୂର୍ବେ ଆଜିର ଦିନରେ ଘଟିଥିବା ମୁଖ୍ୟ ଘଟଣା:-

ଭାରତରେ ଜରୁରୀକାଳୀନ ପରିସ୍ଥିତି ୧୯୭୫ ରୁ ଆରମ୍ଭ ହୋଇ ୧୯୭୭ ପର୍ଯ୍ୟନ୍ତ ୨୧ ମାସ ଧରି ଚାଲିଥିଲା। ଦେଶରେ “ଆଭ୍ୟନ୍ତରୀଣ ଅଶାନ୍ତି” କାରଣରୁ ସମ୍ବିଧାନର ଧାରା ୩୫୨ ଅନୁଯାୟୀ ତତ୍କାଳୀନ ରାଷ୍ଟ୍ରପତି ଫଖରୁଦ୍ଦିନ ଅଲି ଅହମ୍ମଦଙ୍କ ଦ୍ୱାରା ଜରୁରୀକାଳୀନ ପରିସ୍ଥିତି ଜାରି କରାଯାଇଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶ ପ୍ରତି ସାରା ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ।

୧୯୭୫ ମସିହା ଜୁନ ୧୨ ତାରିଖରେ ଇନ୍ଦିରାଙ୍କ ବିରୋଧରେ ନିର୍ବାଚନୀ ଅନିୟମିତତା ମାମଲାର ଶୁଣାଇଥିଲେ ଆଲାହାବାଦ ହାଇକୋର୍ଟର ଜଷ୍ଟିସ ଜଗମୋହନ ଲାଲ୍ ସିହ୍ନା। ଲୋକପ୍ରତିନିଧି ଆଇନ ଅନୁସାରେ ଇନ୍ଦିରାଙ୍କ ସଦସ୍ୟତା ରଦ୍ଦ କରିଦେବା ସହ ୬ ବର୍ଷ ପାଇଁ ନିର୍ବାଚନ ଲଢ଼ିବା ଉପରେ ପ୍ରତିବନ୍ଧକ ଲଗାଇ ଦେଇଥିଲେ। ଯାହା ପରେ ବିରୋଧୀ ଦଳ ପକ୍ଷରୁ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଦେଶବ୍ୟାପୀ ବିରୋଧ ଏତେ ବଢି ଯାଇଥିଲା ଯେ, ଚାପ ଗ୍ରସ୍ତ ଇନ୍ଦିରା ଗାନ୍ଧୀ ସାରା ଦେଶରେ ୨୫ ଜୁନ ୧୯୭୫ ରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ। ଏହା ୨୧ ମାର୍ଚ୍ଚ ୧୯୭୭ ରେ ଶେଷ ହୋଇଥିଲା।

ଏହି ସମୟରେ ବିରୋଧୀ ଦଳର ନେତାଙ୍କୁ କାରାଗାରରେ ରଖାଯାଇଥିଲା ଏବଂ ପ୍ରେସ୍ ଉପରେ ସେନ୍ସର ଲଗାଯାଇଥିଲା। ୧୦୦,୦୦୦ରୁ ଅଧିକ ବିରୋଧୀ, ସାମ୍ବାଦିକଙ୍କୁ କାରାଗାରରେ ରଖାଯାଇଥିଲା। ଯାହା ଇତିହାସର ଏକ କଳା ଦିନ ହୋଇ ରହି ଯାଇଛି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...