ଫ୍ଲୋରିଡା, ୨୫/୦୬: ବହୁ ପ୍ରତିକ୍ଷୀତ ଆକ୍ସିଅମ-୪ ଆଜି ଲଞ୍ଚ ହୋଇଛି। ବିଭିନ୍ନ କାରଣରୁ ବହୁବାର ବିଳମ୍ବ ହେବା ପରେ ଶେଷରେ ଆଜି ଉତକ୍ଷେପଣ ହୋଇଛି ମିଶନ। ଏହା ସହିତ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) କୁ ଯାତ୍ରା କରି ଇତିହାସ ରଚିଛନ୍ତି। ପ୍ରଥମ ଭାରତୀୟ ଭାବେ ଆଇଏସଏସକୁ ଯାତ୍ରା କରିଛନ୍ତି।
Axiom 4 ମିଶନ୍ ଜୁନ୍ ୨୫ ଦିନ ଭାରତୀୟ ସମୟ ମଧ୍ୟାହ୍ନ ୧୨.୦୧ରେ ଉତକ୍ଷେପଣ ହୋଇଛି। ଫ୍ଲୋରିଡାର ନାସାର କେନେଡି ସ୍ପେସ୍ ସେଣ୍ଟରରେ ଲଞ୍ଚ କମ୍ପ୍ଲେକ୍ସ 39A ରୁ ଉତକ୍ଷେପଣ ହୋଇଛି। SpaceXର ଫାଲକନ୍ 9 ରକେଟରେ ଯାଇଛନ୍ତି ମହାକାଶର ୪ ମହାକାଶଚାରୀ। ଆସନ୍ତାକାଲି ଅପରାହ୍ନ ୪ଟା ୩୦ ମିନିଟରେ ଡକିଂ ହେବ। ମହାକାଶରେ ୧୪ ଦିନ ରହିବା ପରେ ପୃଥିବୀକୁ ଫେରିବେ ଶୁଭାଂଶୁଙ୍କ ସମେତ ୪ ମହାକାଶଚାରୀ।
ଆକ୍ସିଅମ୍ ମିଶନ 4 କ’ଣ?
ଆକ୍ସିଅମ୍-4 ମିଶନ୍ ହେଉଛି ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍ ପାଇଁ ଏକ ଘରୋଇ ମହାକାଶଚାରୀ ମିଶନ୍ ଏବଂ ଏହା ଭାରତ, ପୋଲାଣ୍ଡ ଏବଂ ହଙ୍ଗେରୀର ମହାକାଶଚାରୀଙ୍କୁ ନେଇ ଏହି ମିଶନ ଲଞ୍ଚ ହୋଇଛି। ପ୍ରଥମ ଥର ତିନୋଟି ଦେଶ ISS ରେ ଏହି ମିଶନରେ କାର୍ଯ୍ୟ କରିଛନ୍ତି।
ଆକ୍ସିଅମ୍ ମିଶନରେ ଚାରି ଜଣ ମହାକାଶଚାରୀ ISSକୁ ଯାଇଛନ୍ତି – ଭାରତୀୟ ମହାକାଶ ଗବେଷଣା ସଂଗଠନର ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ପାଇଲଟ୍ ଭାବରେ କାର୍ଯ୍ୟ କରିଛନ୍ତି। ପୂର୍ବତନ ନାସା ମହାକାଶଚାରୀ ଏବଂ ଆକ୍ସିଅମ୍ ସ୍ପେସ୍ରେ ମାନବ ମହାକାଶ ଉଡ଼ାଣ ନିର୍ଦ୍ଦେଶକ ପେଗି ହ୍ୱିଟସନ୍ ମିଶନର କମାଣ୍ଡର ଦାୟିତ୍ୱ ନେଇଛନ୍ତି। ୟୁରୋପୀୟ ମହାକାଶ ଏଜେନ୍ସି ପ୍ରୋଜେକ୍ଟ ମହାକାଶଚାରୀ ପୋଲାଣ୍ଡର ସ୍ଲାଓସ୍ ଉଜନାନ୍ସକି-ୱିସ୍ନିୱସ୍କି ଏବଂ ହଙ୍ଗେରୀୟ ମହାକାଶଚାରୀ ଟିବୋର୍ କାପୁ ଉଭୟ ମିଶନ ବିଶେଷଜ୍ଞ ଭାବରେ କାର୍ଯ୍ୟ କରିଛନ୍ତି।
No comments:
Post a Comment