AFFILIATE MARKETING

https://binomo.com?a=90810425bb57&t=0

Sunday, June 22, 2025

ଅପରେସନ ମିଡନାଇଟ ହାମର

୩ ପରମାଣୁ କେନ୍ଦ୍ର ଧ୍ୱଂସ କରିଥିଲା ଆମେରିକା ବାୟୁସେନା

ପ୍ରେସ ବ୍ରିଫିଂରେ ଜେନେରାଲ ଡାନ୍ କେନ୍ କହିଲେ କିପରି ହୋଇଥିଲା ଆକ୍ରମଣ

ୱାଶିଂଟନ, ୨୨/୦୬: ଶନିବାର ରାତିରେ ଆମେରିକାର ଆକ୍ରମଣରେ ଛାରଖାର ହୋଇଯାଇଥିଲା ଇରାନର ପରମାଣୁ କେନ୍ଦ୍ର।ଏହି ଆକ୍ରମଣକୁ ଅପରେସନ ମିଡନାଇଟ୍ ହାମର୍ କୋଡ୍ ନେମ ଦେଇଥିଲା ଆମେରିକା। ଏଥିରେ ୧୨୫ରୁ ଅଧିକ ବିମାନ ସାମିଲ ଥିଲା। କିନ୍ତୁ ଇରାନର ଏୟାର ଡିଫେନ୍ସ ସିଷ୍ଟମ ଆମେରିକାର ଗୋଟିଏ ବି ବିମାନକୁ ପ୍ରତିହତ କରି ପାରିନଥିଲା। ସମ୍ପୂର୍ଣ୍ଣ ସୁରକ୍ଷିତ ଭାବେ ଫେରିଥିଲା ଆମେରିକାର ବିମାନ ବୋଲି ଆଜି ପ୍ରେସ ବ୍ରିଫିଂରେ ଜଣେ ଶୀର୍ଷ ଆମେରିକୀୟ ଅଧିକାରୀ ଜେନେରାଲ ଡାନ୍ କେନ୍ ରବିବାର କହିଛନ୍ତି।

ଏଥିରେ ସାତଟି ଗୁପ୍ତ B-2 ବୋମାବର୍ଷୀ ବିମାନ ଦ୍ୱାରା ଇରାନର ଦୁଇଟି ପରମାଣୁ କେନ୍ଦ୍ର, ଫୋର୍ଡୋ ଏବଂ ନତାଞ୍ଜ ଉପରେ ୧୨ରୁ ଅଧିକ ୩୦,୦୦୦ ପାଉଣ୍ଡ ଓଜନର ଅର୍ଡନାନ୍ସ ପେନେଟ୍ରେଟର୍ ବୋମା ମାଡ କରିବା ସହ ଇସ୍ଫାହାନରେ ଟୋମାହକ୍ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା। ପ୍ରତି B-2 ବିମାନରେ ଦୁଇଟି ଲେଖାଏଁ କ୍ରୁ ସଦସ୍ୟ ଥିଲେ। ଏହି ଆକ୍ରମଣରେ ୧୪ଟି ବଙ୍କର-ବଷ୍ଟର ବୋମା, ୧୨ରୁ ଅଧିକ ଟୋମାହକ୍ କ୍ଷେପଣାସ୍ତ୍ର ଏବଂ ୧୨୫ରୁ ଅଧିକ ମିଲିଟାରୀ ଏୟାରକ୍ରାଫ୍ଟ ସାମିଲ ଥିଲା।

ବୋମା ବିସ୍ଫୋରଣକାରୀ ବିମାନଗୁଡ଼ିକ ସନ୍ଧ୍ୟା ୬ଟା ୪୦ ରୁ ଫୋର୍ଡୋ, ନତାଞ୍ଜ ଏବଂ ଏସଫାହାନ ଉପରେ ଆକ୍ରମଣ କରି ସନ୍ଧ୍ୟା ୭ଟା ୫ ସୁଦ୍ଧା ଇରାନ ଆକାଶ ସୀମା ବାହାରକୁ ଚାଲିଯାଇଥିଲେ। ୬ଟା ୪୦ରେ ପ୍ରଥମେ ଫୋର୍ଡୋ ପରମାଣୁ କେନ୍ଦ୍ରକୁ ଟାର୍ଗେଟ କରାଯାଇଥିଲା। ଏହା ପରେ ଅବଶିଷ୍ଟ ଦୁଇଟି ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ କରାଯାଇଥିଲା। ଇରାନ ବାୟୁସୀମା ପ୍ରବେଶ କରିବା ମଧ୍ୟରେ ଓ ପରେ ଇରାନ ପକ୍ଷରୁ କୌଣସି ଆଟାକ ହୋଇନଥିଲା।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...