AFFILIATE MARKETING

https://binomo.com?a=90810425bb57&t=0

Wednesday, June 25, 2025

ଦଶମ ପରୀକ୍ଷା ନିୟମରେ ଆସିବ ସଂସ୍କାରବର୍ଷକୁ ହେବ ଦୁଇଟି ବୋର୍ଡ଼ ପରୀକ୍ଷା

ବର୍ଷକୁ ହେବ ଦୁଇଟି ବୋର୍ଡ଼ ପରୀକ୍ଷା

ନୂଆଦିଲ୍ଲୀ, ୨୫/୦୬: ପିଲା ହେବେ ଚାପମୁକ୍ତ। ପରୀକ୍ଷାରେ କରିବେ ଉନ୍ନତ ପ୍ରଦର୍ଶନ। ଏଣୁ ବର୍ଷକୁ ଦୁଇଟି ବୋର୍ଡ଼ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଆଣିବାକୁ ଯାଉଛି ସଂସ୍କାର। ଆସନ୍ତା ୨୦୨୬ରୁ ବର୍ଷକୁ ଦୁଇ ଥର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ଏ ନେଇ ଘୋଷଣା କରିଛନ୍ତି CBSE ପରୀକ୍ଷା ନିୟନ୍ତ୍ରକ ସନ୍ୟମ ଭରଦ୍ୱାଜ।

ସେ କହିଛନ୍ତି, ସମସ୍ତ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଦେବାକୁ ପଡିବ। କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଇଚ୍ଛାଧୀନ ରହିବ। ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରୀ ମାସ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମେ ମାସରେ ଅନୁଷ୍ଠିତ ହେବ। ଯେଉଁମାନେ ପ୍ରଥମ ପର୍ଯ୍ୟାୟରେ ଦେଇଥିବା ପରୀକ୍ଷାର ସ୍କୋରକୁ ଉନ୍ନତ କରିବାକୁ ଚାହିଁବେ କିମ୍ବା ତିନୋଟି ବିଷୟରେ ଅଧିକ ମାର୍କ ରଖିବାକୁ ଚାହିଁବେ ସେମାନେ ମେ’ ମାସରେ ଦ୍ୱିତୀୟ ପରୀକ୍ଷା ଦେଇପାରିବେ।

ଦୁଇଟି ପର୍ଯ୍ୟାୟ ମଧ୍ୟରୁ ଯେକୌଣସି ଗୋଟିଏରେ ପ୍ରାପ୍ତ ସର୍ବୋତ୍ତମ ସ୍କୋରକୁ ଚୂଡ଼ାନ୍ତ ବୋଲି ବିବେଚନା କରାଯିବ। ପ୍ରଥମ ପର୍ଯ୍ୟାୟର ଫଳାଫଳ ଏପ୍ରିଲ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଫଳାଫଳ ଜୁନ୍‌ରେ ପ୍ରକାଶିତ ହେବ।

CBSEର ଏହି ନିଷ୍ପତ୍ତି ନୂତନ ଜାତୀୟ ଶିକ୍ଷା ନୀତି (NEP 2020) ର ସୁପାରିଶ ଅନୁସାରେ ନିଆଯାଇଛି। ପରୀକ୍ଷାରେ ଚାପମୁକ୍ତ ହେବା ସହ ଉନ୍ନତ ପ୍ରଦର୍ଶନ କରିବା ପାଇଁ ଏହି ନିଷ୍ପତ୍ତି ନେଇଛି ସିବିଏସଇ।

No comments:

COASTAL NEWS

ଗ୍ୟାସ ସିଲିଣ୍ଡର ବୁକିଂ କରିବା ହେଲା ସହଜ, ଆଉ ରହିବନି ସମସ୍ୟା

ଗ୍ୟାସ ସିଲିଣ୍ଡର ବୁକିଂ କରିବା ହେଲା ସହଜ, ଆଉ ରହିବନି ସମସ୍ୟା ଏହି ୪ଟି ସ୍ମାର୍ଟ୍ ଉପାୟରେ ଚୁଟକିରେ ବୁକ୍ କରନ୍ତୁ ଗ୍ୟାସ ନୂଆଦିଲ୍ଲୀ, ୧୪/୦୩: ମଧ୍ୟପ୍ରାଚ୍ୟରେ ବଢ଼ୁ...