AFFILIATE MARKETING

https://binomo.com?a=90810425bb57&t=0

Friday, October 13, 2023

ଭୋଗରାଇ ସମୁଦ୍ର କୂଳରୁ ୧୩ ଫୁଟର ଘଡିଆଳ କୁମ୍ଭୀର ଉଦ୍ଧାର

COASTAL NEWS ODIA 1130

ଭୋଗରାଇ ସମୁଦ୍ର କୂଳରୁ ୧୩ ଫୁଟର ଘଡିଆଳ କୁମ୍ଭୀର ଉଦ୍ଧାର


ଭୋଗରାଇ: CNO - ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକର ସମୁଦ୍ର କୂଳରୁ ଏକ ବିଶାଳକାୟ ଘଡିଆଳ କୁମ୍ଭୀର ଉଦ୍ଧାର କରାଯାଇଛି । ଗୁରୁବାର ଭୋର ସମୟରେ ୧୩ ଫୁଟ ଲମ୍ବର ଏହି କୁମ୍ଭୀରକୁ ଦେଖି ମତ୍ସ୍ୟଜୀବୀ ମାନେ ଫାଶ ପକାଇ ବାନ୍ଧିବା ସହ ବନ ବିଭାଗକୁ ଖବର ଦେଇଥିଲେ। 

ଶୁକ୍ରବାର ସକାଳେ ବନ ବିଭାଗ କର୍ମଚାରୀ ମାନେ ଡଙ୍ଗାରେ ଯାଇ କୁମ୍ଭୀରଟିକୁ ଉଦ୍ଧାର କରି ବିଚିତ୍ରପୁର ଇକୋ ଟୁରିଜିମ (ଖଡିବିଲ)କୁ ନେଇଥିଲେ। ସେଠାରୁ ପିକଅପ ଭେନ ଯୋଗେ ଜଳେଶ୍ଵର ବନ୍ୟପ୍ରାଣୀ ବନାଞ୍ଚଳ ରେଞ୍ଜ କାର୍ଯ୍ୟାଳୟକୁ ନିଆଯାଇଛି। ସେଠାରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ କିମ୍ବା ଟିକରପଡା ସାତକୋଶିଆ କୁମ୍ଭୀର ସଂରକ୍ଷଣ କେନ୍ଦ୍ରକୁ ନିଆଯିବ ବୋଲି ବନବିଭାଗ ତରଫରୁ ସୂଚନା ମିଳିଛି।

କୁମ୍ଭୀଟିର ଲମ୍ବ ୧୩ ଫୁଟ ହୋଇଥିଲା ବେଳେ ଓଜନ ୧ କୁଇଣ୍ଟାଲରୁ ଅଧିକ ହେବ ବୋଲି ବନ ବିଭାଗ ସୂଚନା ଦେଇଛି। ଏହି କୁମ୍ଭୀରଟି ଘଡିଆଳ ପ୍ରଜାତିର, ଏମାନଙ୍କୁ ଅନୁଗୁଳ ଜିଲ୍ଲାର ଟିକରପଡା ସାତକୋଶିଆ କୁମ୍ଭୀର ସଂରକ୍ଷଣ କେନ୍ଦ୍ରରେ ପାଳନ କରାଯାଉଛି। ଏମାନେ କେବଳ ମାଛ ଓ ଛୋଟ ଛୋଟ ଜଳଜୀବକୁ ଖାଇ ଥାଆନ୍ତି। ଏହି ଘଡିଆଳ କୁମ୍ଭୀରଟି ବନ୍ୟା ପାଣିରେ ଭାସି ଆସିଥିବା ଅନୁମାନ କରାଯାଉଛି ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...