AFFILIATE MARKETING

https://binomo.com?a=90810425bb57&t=0

Saturday, October 14, 2023

ବିଜେଡିର ମିଶ୍ରଣ ପର୍ବ ବିଜେପି ଛାଡି ବିଜେଡିରେ ମିଶିଲେ ମହୁ ପଞ୍ଚାୟତ ର ୧୦ ପରିବାର

COASTAL NEWS ODIA 1131

ବିଜେଡିର ମିଶ୍ରଣ ପର୍ବ ବିଜେପି ଛାଡି ବିଜେଡିରେ ମିଶିଲେ ମହୁ ପଞ୍ଚାୟତ ର ୧୦ ପରିବାର



ମହୁ,୧୩ା୧୦( ଦେବପ୍ରସାଦ ନନ୍ଦ ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ଆଳି ବିଧାୟକ ତଥା ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ଦୃଢ ସାଂଗଠନିକ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ଆଳି ବ୍ଲକ ମହୁ ପଞ୍ଚାୟତର ୧୦ ପରିବାର ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି । 

ବିଜେଡି ଯୁବନେତା ତଥା ସମାଜସେବୀ ରଶ୍ମିରଞ୍ଜନ ପାତ୍ରଙ୍କ ନେତୃତ୍ୱରେ ଜଗନ୍ନାଥ କଣ୍ଠ, ସରୋଜ କୁମାର, ରବୀନ୍ଦ୍ର ତରାଇ, ସଂଜୀତ ତ୍ରିପାଠୀ, ଟୁକୁନା ମଳିକ, ପ୍ରଦୀପ ସାହୁ, ଦୟାନିଧି ଦାଶ ପ୍ରମୁଖ ଗୁରୁବାର ଆଳି ରାଜବାଟୀରେ ଯାଇ ବିଧାୟକ ତଥା ଶକ୍ତିମନ୍ତ୍ରୀ ପ୍ରତାପ ଦେବଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଥିଲେ । ଏମାନଙ୍କୁ ମନ୍ତ୍ରୀ ଦଳକୁ ସ୍ୱାଗତ କରିବା ସହ ବିଜେଡିର ଜନହିତକର ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ କରିବାକୁ ତୃଣମୂଳସ୍ତରରେ କାମ କରିବାକୁ ପରାମର୍ଶ ଦେଇଥିଲେ ।


No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...