AFFILIATE MARKETING

https://binomo.com?a=90810425bb57&t=0

Wednesday, October 18, 2023

ଖାକିରେ ଲାଗିଲା କଳଙ୍କ : ଏଏସଆଇ ଓ ହୋମଗାର୍ଡ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ; ଉଭୟଙ୍କୁ କୋର୍ଟଚାଲାଣ

COASTAL NEWS ODIA 1175

ଖାକିରେ ଲାଗିଲା କଳଙ୍କ : ଏଏସଆଇ ଓ ହୋମଗାର୍ଡ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ; ଉଭୟଙ୍କୁ କୋର୍ଟଚାଲାଣ
 

 
ମୟୁରଭଞ୍ଜ - (CNO) - ଭଞ୍ଜ ବିହାରୀ ମହାନ୍ତି  ପୁଣି ଖାକିରେ ଲାଗିଲା ଦାଗ । ଜଣେ ପୋଲିସ ଏଏସଆଇ ଓ ଜଣେ ହୋମଗାର୍ଡ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏପରି ଲଜ୍ଜାଜନକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଅଞ୍ଚଳରେ । ଅଭିଯୋଗ ପରେ ଘଟଣାକୁ ଚପାଇବାକୁ ଉଦ୍ୟମ କରାଯାଇଥିବା ବେଳେ ଶେଷରେ ଦୁଇ ଜଣଙ୍କୁ ବାନ୍ଧିଛି ପୋଲିସ । ମୟୁରଭଞ୍ଜ ଜାମଦା ଥାନାର ଏଏସଆଇ ଆନନ୍ଦ ମାଝୀ ବ୍ଳକ ହେଡକ୍ୱାର୍ଟରରେ ଏକା ରହୁଥିଲେ ।

ସେହି ଅଞ୍ଚଳର ଜଣେ ୧୭ ବର୍ଷୀୟ ନାବାଳିକା ଏଏସଆଇଙ୍କ କ୍ୱାର୍ଟର୍ସରରେ କାମ କରୁଥିଲେ । ସୁଯୋଗ ପାଇ ଏଏସଆଇ ନାବାଳାକାଙ୍କ ସହ ଦୁଷ୍କର୍ମ କରିଥିଲେ । ଘଟଣା ସମ୍ପର୍କରେ ଜାଣିବା ପରେ ନାବାଳିକାଙ୍କ ପିଉସୀ ଥାନାରେ ଏତଲା ଦେଇଥିଲେ । ସେହିପରି ୧୩ ତାରିଖରେ ଥାନାର ହୋମଗାର୍ଡ ଜାମଦା ବ୍ଳକ ଗୁଳନ୍ଦା ଗାଁର ଦେବାନନ୍ଦ ପାତ୍ରଙ୍କ ନାଁରେ ମଧ୍ୟ ନାବାଳିକା ଦୁଷ୍କର୍ମ ଅଭିଯୋଗ ଆସିଥିଲା । ତାଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ତଦନ୍ତ ପରେ ଉଭୟଙ୍କୁ କୋର୍ଟଚାଲାଣ କରାଯାଇଛି ।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...