AFFILIATE MARKETING

https://binomo.com?a=90810425bb57&t=0

Wednesday, October 18, 2023

ହୃଦଘାତର କାରଣ

COASTAL NEWS ODIA 1176

ହୃଦଘାତର କାରଣ 



ଭୁବନେଶ୍ବର - (CNO) ଭଞ୍ଜ ବିହାରୀ ମହାନ୍ତି - ଆଜିକାଲି ଅଧିକାଂଶ ଲୋକେ ହୃଦ୍‌ଘାତର ଶିକାର ହେଉଛନ୍ତି। ହୃଦ୍‌ଘାତ ଯୋଗୁ ଜଣେ ବ୍ୟକ୍ତିଙ୍କ ହଠାତ୍‌ ମୃତ୍ୟୁ ହୋଇ ଯାଉଛି। ତେବେ ଅନେକ କାରଣ ଯୋଗୁ ଏହି ହାର୍ଟ ଆଟାକ ହୋଇଥାଇପାରେ। କିନ୍ତୁ କେବେ କୌଣସି ଫୁଲ ଏହି ହାର୍ଟ ଆଟାକ୍‌ ବା ହୃଦ୍‌ଘାତର କାରଣ ହୋଇପାରେ ବୋଲି ଶୁଣିଛନ୍ତି କି? ଗବେଷଣାରୁ ଜଣାପଡିଛି ଯେ, ଏଭଳି ଏକ ଫୁଲ ଅଛି, ଯାହା ଦ୍ୱାରା ହୃଦ୍‌ଘାତ ହେଉଥିବା ବୈଜ୍ଞାନିକମାନେ ଦାବି କରିଛନ୍ତି।

'ଫକ୍ସଗ୍ଲୋବ'। ଏହା ଏକ ବେଶ୍‌ ଲୋକପ୍ରିୟ ଫୁଲ। ୟୁରୋପ ଓ ଏସିଆରେ ଅଧିକାଂଶ ସ୍ଥାନରେ ଏହି ଫୁଲ ଫୁଟେ। ଏହା ଏକ ବିଶେଷ ପ୍ରଜାତିର ଫୁଲ ଗଛ, ଯାହାର ଫୁଲଗୁଡିକ ବେଶ୍‌ ସୁନ୍ଦର। ହର୍ବାଲ ଚିକିତ୍ସା କ୍ଷେତ୍ରରେ ଏହି ଫୁଲର ବ୍ୟବହାର ବହୁଳ ରୂପେ କରାଯାଏ। ଏହି ଫକ୍ସଗ୍ଲୋବ ଫୁଲର ଅନ୍ୟ ନାମ ହେଉଛି 'ଡିଜିଟଲିସ'। ତେବେ ଏହି ପ୍ରସିଦ୍ଧ ଫୁଲଟି ହୃଦ୍‌ଘାତର କାରଣ ସାଜିପାରେ। ନିକଟରେ ବୈଜ୍ଞାନିକମାନେ ଏଭଳି କିଛି ଦାବି କରିଛନ୍ତି।

ଏହି ଫୁଲ ଦେଖିବାକୁ ଯେତିକି ସୁନ୍ଦର ସେତିକି ବିପଦଯୁକ୍ତ ମଧ୍ୟ। ଫକ୍ସଗ୍ଲୋବ ଫୁଲରେ ଡିଗୋକ୍ସିନ୍ ଭଳି ଶକ୍ତିଶାଳୀ ଯୌଗିକ ପଦାର୍ଥ ରହିଛି । କେବଳ ସେତିକି ନୁହେଁ ଏଥିରେ ଏକ ପ୍ରକାର କାର୍ଡିଆକ୍ ଗ୍ଲାଇକୋସାଇଡ୍ ପଦାର୍ଥ ରହିଛି ଯାହା ହୃଦୟ ଉପରେ ବେଶ୍‌ ଶକ୍ତିଶାଳୀ ପ୍ରଭାବ ପକାଇଥାଏ।

ଏକ ସୁସ୍ଥ ହୃଦୟ ହଜାର ହଜାର କୋଶିକା ମାଧ୍ୟମରେ ପୂରା ଶରୀରରେ ରକ୍ତ ସଞ୍ଚାଳନ କରିଥାଏ। ଲାଇଭ ସାଇନ୍ସ ରିପୋର୍ଟ ଅନୁସାରେ ଏହି କୋଶିକାର ଝିଲ୍ଲିରେ ଭିନ୍ନ ଭିନ୍ନ ପ୍ରକାରର ଅୟାନ ଚ୍ୟାନେଲ ଟ୍ରାନ୍ସପୋର୍ଟ ହୋଇଥାଏ, ଯାହା ସୋଡିୟମ, ପୋଟାସିୟମ ଏବଂ କ୍ଲୋରାଇଡ୍ ପରି କଣିକାକୁ ସକ୍ରିୟ କରିଥାଏ। ଏହା ଦ୍ୱାରା ଶରୀରରେ ସୋଡିୟମ ଓ ପୋଟାସିୟମର ମାତ୍ରା ଠିକ୍‌ ରହିଥାଏ।

ଡକ୍ଟର ଓ୍ୱାଙ୍ଗଙ୍କ କହିବା ଅନୁସାରେ, ସମସ୍ତ ଫକ୍ସଗ୍ଲୋବ ପ୍ରଜାତିର ଫୁଲ କିଛି ମାତ୍ରାରେ କାର୍ଡିଆକ୍ ଗ୍ଲାଇକୋସାଇଡ୍ ଉତ୍ପାଦନ କରନ୍ତି। ଏହା ଜଣେ ବ୍ୟକ୍ତିର ହୃଦୟ ଉପରେ ବେଶ୍‌ ପ୍ରଭାବ ପକାଇଥାଏ। କାର୍ଡିଆକ୍ ଗ୍ଲାଇକୋସାଇଡ୍ ଓ ଫୁଲରୁ ବାହାରୁ ଥିବା ଯୌଗିକ ପଦାର୍ଥ ଡିଗକ୍ସିନ ଯୋଗୁ ବ୍ୟକ୍ତିର ହୃଦୟକୁ ସଞ୍ଚାଳନ ହେଉଥିବା ରକ୍ତ କୋଶିକା ଉପରେ ପ୍ରଭାବ ପଡିଥାଏ। ଫଳରେ ହଠାତ୍‌ ହୃଦ୍‌ସ୍ପନ୍ଦନ ବଢ଼ିଯାଏ। ଏଥିଯୋଗୁ ହୃଦ୍‌ଘାତ ମଧ୍ୟ ହୋଇପାରେ ବୋଲି ଡାକ୍ତର ଓ୍ୱାଙ୍ଗ କହିଛନ୍ତି। ଯଦି କୌଣସି ବ୍ୟକ୍ତି ଭୁଲ୍‌ରେ ଫକ୍ସଗ୍ଲୋବ ଗଛର କୌଣସି ଅଂଶ କିମ୍ବା ଫୁଲ ଖାଇ ନିଅନ୍ତି ତେବେ ତାଙ୍କୁ ତରନ୍ତ ହସ୍ପିଟାଲରେ ଭର୍ତ୍ତି କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...