AFFILIATE MARKETING

https://binomo.com?a=90810425bb57&t=0

Monday, August 14, 2023

ସାମାନ୍ୟ କେଇଟା ଟଙ୍କା ପାଇଁ ନିଜ ଜନ୍ମକଲା ଶିଶୁକୁ ବିକ୍ରି କରିବାକୁ ପଛାଇନାହିଁ ଜଣେ ବାପା

 COASTAL NEWS 381

ସାମାନ୍ୟ କେଇଟା ଟଙ୍କା ପାଇଁ ନିଜ ଜନ୍ମକଲା ଶିଶୁକୁ ବିକ୍ରି କରିବାକୁ ପଛାଇନାହିଁ ଜଣେ ବାପା



ଟିଟଲାଗଡ: ମାଆ, ବାପା ନିଜ ଛୁଆର ଉଜ୍ଜ୍ବଳ ଭବିଷ୍ୟତ ପାଇଁ ନଖାଇ ନପିଇ କଷ୍ଟ କରନ୍ତି  । କିନ୍ତୁ ଆଜିର ସମୟରେ ଏହାର ଓଲଟା ପ୍ରତିବିମ୍ବ ଦେଖିବାକୁ ମିଳିଛି  । ସାମାନ୍ୟ କେଇଟା ଟଙ୍କା ପାଇଁ ନିଜ ଜନ୍ମକଲା ଶିଶୁକୁ ବିକ୍ରି କରିବାକୁ ପଛାଇନାହିଁ ଜଣେ ବାପା । କଥାଟା ହୁଏତ ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ, ହେଲେ ବି ଘଟଣାଟି ସତ । ଏଭଳି ଏକ ଲଜ୍ଜ୍ୟାଜନକ ଘଟଣା ଘଟିଛି ବଲାଙ୍ଗିର ଟିଟିଲାଗଡ଼ରେ । ମା’ ପେଟରେ ଶିଶୁଟି ବଢ଼ୁଥିବା ସମୟରେ ବାପା ମାତ୍ର ଅଢ଼େଇ ଲକ୍ଷ ଟଙ୍କାରେ ନିଜ ଶିଶୁକୁ ବିକ୍ରି କରିବା ପାଇଁ ଡିଲ୍ କରିଥିଲା । କିନ୍ତୁ ଏହି ଘଟଣାର ପର୍ଦ୍ଦାଫାସ କରିଛି ଟିଟଲାଗଡ଼ ପୋଲିସ ।

ବଲାଙ୍ଗିର ଟିଟଲାଗଡ଼ରୁ ଶିଶୁକୁ ଛତିଶଗଡ଼ ରାୟଗଡ଼ରେ ବିକ୍ରି କରାଯାଇଥିଲା । ମାତ୍ର ଅଢ଼େଇ ଲକ୍ଷ ଟଙ୍କା ପାଇଁ ଏହି ଅଭିଯୁକ୍ତ ବାପା ନିଜ ଶିଶୁକୁ ବିକ୍ରି କରିଥିଲା । ଶିଶୁଟି ଦୁନିଆ ଦେଖିବା ଆଗରୁ ତା ନିଜ ବାପା ହିଁ ଏଭଳି ଡିଲ୍‌ କରିଥିଲା । ଆଉ ପୁଅ ଜନ୍ମ ହେବାପରେ ଛତିଶଗଡ ରାୟଗଡର ଅମିତ ଅଗ୍ରଓ୍ୱାଲ ଙ୍କ ହାତରେ ପିଲାକୁ ଟେକି ଦେଇଥିଲା । ଏଭଳି ଡିଲ୍‌ କରିବା ପାଇଁ ଦଲାଲଙ୍କ ସାହାଯ୍ୟ ନେଇଥିଲା ଶିଶୁର ବାପା । କିନ୍ତୁ ଏମାନଙ୍କ ସବୁ ପ୍ଲାନ ଫେଲ ମାରିଥିଲା  । ଯେତେବେଳେ ଟିଟଲାଗଡ଼ ପୋଲିସ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲା । ୩ଟି ଟିମ ଗଠନ କରି ବିଭିନ୍ନ ସ୍ଥାନ ରେ ଚଢାଉ କରି ଅଭିଯୁକ୍ତ ବାପା ସମେତ ୪ ଜଣଙ୍କୁ  ଗିରଫ କରିଥିଲା  । ଏବେବି ଏହି ଘଟଣାରେ ସମ୍ପୃକ୍ତ ଥିବା ଆଉ ଜଣେ ଅଭିଯୁକ୍ତ ଫେରାର ରହିଛି  ।

ସେପଟେ ପୋଲିସ ଶିଶୁକୁ ଉଦ୍ଧାର କରି ବର୍ତ୍ତମାନ ବଲାଙ୍ଗିର ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ ସଂସ୍ଥାରେ ରଖିଛି । ଏବଂ ଏହି ସଂସ୍ଥାର ସଦସ୍ୟମାନେ ଶିଶୁଟିର ନାମ ରଖିଛନ୍ତି ଅଭିନନ୍ଦନ । ଶିଶୁଟି ବର୍ତ୍ତମାନ ସୁସ୍ଥ ଥିବା ଜଣାପଡିଛି ।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...