AFFILIATE MARKETING

https://binomo.com?a=90810425bb57&t=0

Sunday, August 13, 2023

ରାମଲାଲାଙ୍କ ସେବାରେ ନିଯୁକ୍ତ ପୂଜକ ଏବଂ କର୍ମଚାରୀମାନଙ୍କୁ ଏଣିକି ସରକାରୀସ୍ତରୀୟ ସୁବିଧା ଯୋଗାଇଦେବ ଶ୍ରୀରାମ ମନ୍ଦିର ଟ୍ରଷ୍ଟ

 COASTAL NEWS 371

ରାମଲାଲାଙ୍କ ସେବାରେ ନିଯୁକ୍ତ ପୂଜକ ଏବଂ କର୍ମଚାରୀମାନଙ୍କୁ ଏଣିକି ସରକାରୀସ୍ତରୀୟ ସୁବିଧା ଯୋଗାଇଦେବ ଶ୍ରୀରାମ ମନ୍ଦିର ଟ୍ରଷ୍ଟ



ଅଯୋଧ୍ୟା: ଶ୍ରୀରାମ ଜନ୍ମଭୂମି ପୁରୋହିତମାନଙ୍କ ପାଇଁ ଖୁସି ଖବର। ଏବେ ପୁରୋହିତ ଏବଂ କର୍ମଚାରୀମାନଙ୍କୁ ସରକାରୀସ୍ତରୀୟ ସୁବିଧା ଯୋଗାଇବା ପାଇଁ ପ୍ରସ୍ତୁତି ଚାଲିଛି। ଶ୍ରୀରାମ ଜନ୍ମଭୂମିର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି ଯେ, ରାମଲାଲାଙ୍କ ସେବାରେ ନିଯୁକ୍ତ ପୂଜକ ଏବଂ କର୍ମଚାରୀମାନଙ୍କୁ ଏଣିକି ସରକାରୀସ୍ତରୀୟ ସୁବିଧା ଯୋଗାଇଦେବ ଶ୍ରୀରାମ ମନ୍ଦିର ଟ୍ରଷ୍ଟ।

ସତ୍ୟେନ୍ଦ୍ର ଦାସଙ୍କ କହିବାନୁଯାୟୀ, ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ନିଶ୍ଚିତ କରିଛନ୍ତି ଯେ ଖୁବଶୀଘ୍ର ପୁରୋହିତ ଏବଂ କର୍ମଚାରୀମାନଙ୍କୁ ସ୍ୱତନ୍ତ୍ର ସୁବିଧା ଯୋଗାଇ ଦିଆଯିବ, ଏନେଇ ବିଚାର ବିମର୍ଷ ଚାଲିଛି। ଏଣିକି ପୁରୋହିତମାନଙ୍କୁ ରହିବା, ଖାଇବା ଏବଂ ଚିକିତ୍ସା ସୁବିଧା ସହିତ ଆବାସିକ ଭତ୍ତା ମଧ୍ୟ ପ୍ରଦାନ କରାଯିବ ବୋଲି ସତ୍ୟେନ୍ଦ୍ର ଦାସ ଦୃଢୋକ୍ତି ପ୍ରକାଶ କରିଛନ୍ତି।

କେବଳ ଏତିକି ନୁହେଁ, ସରକାରୀ ଛୁଟିଦିନରେ ପୁରୋହିତମାନଙ୍କୁ ମଧ୍ୟ ଛୁଟି ଦିଆଯିବ। ବର୍ତ୍ତମାନ ଚାରିଜଣ ପୂଜକଙ୍କ ସମେତ ମୋଟ ଆଠ ଜଣ କର୍ମଚାରୀ ରାମଲାଲାଙ୍କ ସେବାରେ ନିୟୋଜିତ ଅଛନ୍ତି। ପୁରୋହିତମାନଙ୍କ ଦରମା ବୃଦ୍ଧି ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି ବୋଲି ସେ କହିଛନ୍ତି।



No comments:

COASTAL NEWS

କହିଲେ କହିବେ କହୁଛି

କେଜାଣି କଣ ହେଇଛି, ଗାଁ ଜମିଦାର ରବି ବାବୁ ଏବେ, ନିତିଆ କୁ ଦେଖି ଜଳୁଛି, କହିଲେ କହିବେ କହୁଛି... ରବି ବାବୁ ପୁଅ ବିଦେଶୀ କମ୍ପାନୀ, ଅଫିସର ଗୋଟେ ହୋଇଛ...