AFFILIATE MARKETING

https://binomo.com?a=90810425bb57&t=0

Saturday, August 12, 2023

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାର ବିଦାୟୀ ଆଇଆଇସି ତପନ ନାହାକଙ୍କୁ ନିଲମ୍ବନ କରିଛନ୍ତି ପୁଲିସ ମହାନିର୍ଦ୍ଦେଶକ (ଡିଜିପି)।

 କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାର ବିଦାୟୀ ଆଇଆଇସି ତପନ ନାହାକଙ୍କୁ ନିଲମ୍ବନ କରିଛନ୍ତି ପୁଲିସ ମହାନିର୍ଦ୍ଦେଶକ (ଡିଜିପି)।



କନ୍ଧମାଳ - କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାର ବିଦାୟୀ ଆଇଆଇସି ତପନ ନାହାକଙ୍କୁ ନିଲମ୍ବନ କରିଛନ୍ତି ପୁଲିସ ମହାନିର୍ଦ୍ଦେଶକ (ଡିଜିପି)। ହିଂସାକାଣ୍ଡ ବେଳେ ଥାନା ଛାଡ଼ି ପଳାଇବା ଯୋଗୁ ତାଙ୍କୁ ନିଲମ୍ବନ କରାଯାଇଛି। ଏହା ପୂର୍ବରୁ ତାଙ୍କୁ ଫିରିଙ୍ଗିଆ ରୁ କନ୍ଧମାଳ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିଲା।

ଗତ ଶନିବାର ଫିରିଙ୍ଗିଆ ଥାନାରେ ଘଟିଥିଲା ଲଙ୍କାକାଣ୍ଡ। ଲୋକେ ଥାନାରେ ଭଙ୍ଗାରୁଜା କରିବା ସହିତ ନିଆଁ ଲଗାଇଥିଲେ। ଏଥିରେ ଥାନାର ପ୍ରାୟ ୭୦ ପ୍ରତିଶତ ଭିତ୍ତିଭୂମି ନଷ୍ଟ ହୋଇଛି।

ଥାନାରେ ଘଟିଥିବା ଏହି ହିଂସାକାଣ୍ଡ ପଛର କାରଣ ବି ଥିଲେ ଖୋଦ୍ ତତ୍‌କାଳୀନ ଆଇଆଇସି ତପନ ନାହାକ। ସେ ଓ ତାଙ୍କର ଦୁଇ ସହଯୋଗୀ ଗଞ୍ଜେଇ ଚାଲାଣରେ ସଂପୃକ୍ତ ଥିବା ଅଭିଯୋଗ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଫିରିଙ୍ଗିଆ ବ୍ଲକ ଛକ ନିକଟରେ ଲୋକେ ରାସ୍ତାରୋକ କରିଥିଲେ।

ଲୋକେ ଦୀର୍ଘ ସମୟ ଧରି ରାସ୍ତା ଅବରୋଧ କରିବା ପରେ ଫୁଲବାଣୀ ଏସ୍‌ଡିପିଓ ସୁପ୍ରସନ୍ନ ମଲ୍ଲିକ ସେଠାରେ ପହଞ୍ଚିଥିଲେ। ସେ ବୁଝାସୁଝା କରିବାକୁ ପ୍ରୟାସ କଲା ବେଳେ ଉତ୍ତ୍ୟକ୍ତ ଲୋକେ ପୁଲିସ୍‌କୁ ଠେଲାପେଲା କରିଥିଲେ। ପରେ ଏସ୍‌ଡିପିଓଙ୍କ ସମେତ ଅନ୍ୟ ପୁଲିସ୍ କର୍ମଚାରୀଙ୍କୁ ଲୋକେ ଆକ୍ରମଣ କରିଥିଲେ। ଶହ ଶହ ଲୋକ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ସେଠାରୁ ପ୍ରାୟ ୫୦୦ ମିଟର ଦୂର ଫିରିଙ୍ଗିଆ ଥାନା ପର୍ଯ୍ୟନ୍ତ ଆସିଥିଲେ। ଏହି ସମୟରେ ଲୋକେ ଏସ୍‌ଡିପିଓଙ୍କୁ ନିସ୍ତୁକ ମାଡ଼ ପିଟିଥିଲେ। ଏସ୍‌ଡିପିଓଙ୍କ ସହିତ ଅନ୍ୟ କିଛି ପୁଲିସ କର୍ମଚାରୀଙ୍କୁ ମଧ୍ୟ ପିଟିଥିଲେ। ଉତ୍ତ୍ୟକ୍ତ ଲୋକେ ଥାନାରେ ପଶି ଆସବାବପତ୍ର ଭଙ୍ଗାରୁଜା କରିବା ସହିତ କାଗଜପତ୍ରଗୁଡ଼ିକୁ ଚିରି ଫିଙ୍ଗି ଦେଇଥିଲେ। ଏହା ସହିତ ଥାନାରେ ସେମାନେ ନିଆଁ ଲଗାଇ ଦେଇଥିଲେ। ଥାନା ପରିସରରେ ଥିବା ଗାଡ଼ିଗୁଡ଼ିକୁ ଭଙ୍ଗାରୁଜା କରିବା ସହିତ କିଛି ଗାଡ଼ିରେ ସେମାନେ ନିଆଁ ଲଗାଇ ଦେଇଥିଲେ।

ଏହି ଘଟଣା ପରେ ତପନ ନାହାକଙ୍କୁ କନ୍ଧମାଳ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଥିଲା। ତା’ ସହିତ ଦୁଇ ଜଣ ହୋମଗାର୍ଡଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଥିଲା। ଏହା ସହିତ ଏହି ହିଂସାକାଣ୍ଡ ଘଟଣାରେ ପୁଲିସ ଅନେକ ଲୋକଙ୍କୁ ଗିରଫ ମଧ୍ୟ କରିଛି।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...