AFFILIATE MARKETING

https://binomo.com?a=90810425bb57&t=0

Monday, August 14, 2023

ତରକାରୀ ସ୍ୱାଦିଷ୍ଟ ନ ହେବାରୁ ନିଜ ଜୀବନସାଥୀକୁ ଛଟପଟ କରିବାକୁ ମାରିବାକୁ ପଛାଇଲେ ନାହିଁ ପିଶାଚ ସ୍ୱାମୀ

COASTAL NEWS 373

ତରକାରୀ ସ୍ୱାଦିଷ୍ଟ ନ ହେବାରୁ ନିଜ ଜୀବନସାଥୀକୁ ଛଟପଟ କରିବାକୁ ମାରିବାକୁ ପଛାଇଲେ ନାହିଁ ପିଶାଚ ସ୍ୱାମୀ



ଉତ୍ତରପ୍ରଦେଶ - ଘର ଥିଲେ ଝଡ଼ଝଞ୍ଜା ଆସେ, ପତିପତ୍ନୀଙ୍କ ମଧ୍ୟରେ ମତାନ୍ତର, ମନାନ୍ତର ହୁଏ। ଏହାକୁ ଏଡ଼ାଇ ଆଗକୁ ବଢ଼ିଲେ ହିଁ ପରିବାର ଖୁସିରେ ରହିଥାଏ। ମାତ୍ର ଏକ ସାମାନ୍ୟ କଥାକୁ ନେଇ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ନିଆଁ ଲଗାଇ ଜାଳି ଦେଇଥିବା ପରି ଘଟଣା ଉତ୍ତରପ୍ରଦେଶରେ ଘଟିଛି। ତରକାରୀ ସ୍ୱାଦିଷ୍ଟ ନ ହେବାରୁ ନିଜ ଜୀବନସାଥୀକୁ ଛଟପଟ କରିବାକୁ ମାରିବାକୁ ପଛାଇଲେ ନାହିଁ ପିଶାଚ ସ୍ୱାମୀ। ଫଳରେ ନିଜ ହାତରେ ହିଁ ବ୍ୟକ୍ତିଜଣକ ନିଜ ପରିବାରକୁ ଛାରଖାର କରିବାକୁ ପଛାଇଲେ ନାହିଁ । ଏପରି ଏକ ଲୋମଟାଙ୍କୁରା ଘଟଣା ଉତ୍ତରପ୍ରଦେଶର ବାନ୍ଦା ଅଞ୍ଚଳରେ ଘଟିଛି।

ମୃତ୍ୟୁ ପୂର୍ବରୁ ମହିଳାଜଣକ ଛାତି ତଳର କୋହକୁ ବଖାଣି ଆଖି ବୁଜିଛନ୍ତି। ମହିଳାଙ୍କ କହିବାନୁଯାୟୀ, ରବିବାର ସେ ରୋଷେଇ କରିଥିବା ବେଳେ ସ୍ୱାମୀ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ। ମାତ୍ର ତରକାରୀ ଭଲ ହୋଇ ନ ଥିବା କହି ପିଟିବାକୁ ଲାଗିଲେ। ଏତିକିରେ ମନ ଶାନ୍ତି ନ ହେବାରୁ ତାଙ୍କ ଦେହରେ କିରୋସିନି ଢାଳି ନିଆଁ ଲଗାଇଥିଲେ।

ମହିଳାଙ୍କ ଚିତ୍କାର ଶୁଣି ପଡ଼ୋଶୀ ପହଞ୍ଚିଥିଲେ। ଏହାପରେ ସେମାନେ ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲ ନେଇଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର କାନପୁର ରେଫର କରିଦେଲେ। ମାତ୍ର ବାଟରେ ହିଁ ମହିଳାଜଣକ ଆଖି ବୁଜିଦେଲେ।

ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ସ୍ୱାମୀ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ପୁଲିସ୍‌ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଥିବା ଜଣାଯାଇଛି।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...