AFFILIATE MARKETING

https://binomo.com?a=90810425bb57&t=0

Wednesday, August 16, 2023

ନାବାଳିକା ଦୁଷ୍କର୍ମ ମାମଲାର ଫେରାର ଅଭିଯୁକ୍ତ ସାଜିଲେ ରକ୍ତମୁଖା

 COASTAL NEWS 397

ନାବାଳିକା ଦୁଷ୍କର୍ମ ମାମଲାର ଫେରାର ଅଭିଯୁକ୍ତ ସାଜିଲେ ରକ୍ତମୁଖା



ଜଗତ୍ସିଂହପୁର - ନାବାଳିକା ଦୁଷ୍କର୍ମ ମାମଲାର ଫେରାର ଅଭିଯୁକ୍ତ ସାଜିଲେ ରକ୍ତମୁଖା। ଘଟାଇଲେ ବୀଭତ୍ସ କାଣ୍ଡ। ଅଭିଯୁକ୍ତଜଣକ ୨ ବର୍ଷ ଜେଲ୍‌ରେ ଥିବା ବେଳେ ପ୍ରାୟ ଦେଢ ବର୍ଷ ହେବ ଫେରାର ହୋଇ ଯାଇଥିଲେ। ଆଜି ସକାଳେ ଫେରାର ଅଭିଯୁକ୍ତଜଣକ ନିଜ ଘରକୁ ଆସିଥିବା ବେଳେ ପାଲଟିଗଲେ ରକ୍ତମୁଖା । ଏପରିକି କଟୁରୀ ଚୋଟରେ ସେ ନିଜ ଆଈମା’ଙ୍କ ଜୀବନ ନେଇଥିବା ବେଳେ ସମ୍ପୃକ୍ତା ନାବାଳିକାଙ୍କ ମା’ ଓ ସମ୍ପର୍କୀୟା ଜେଜେ ମା’ଙ୍କୁ ବି ହାଣିବାକୁ ପଛାଇ ନାହାନ୍ତି। ଏପରି ଏକ ଅଘଟଣ ଆଜି ସକାଳେ ଜଗତସିଂହପୁର ଜିଲା ବାଲିକୁଦା ଥାନା ଗଦେଇ ଗିରୀ ଗାଁରେ ଘଟିଛି। ପୁଲିସ୍‌ ଅଭିଯୁକ୍ତ ଜୀବନ ଜ୍ୟୋତି ସାହୁଙ୍କୁ ବାଲିକୁଦା ଥାନାରେ ଅଟକ ରହିଛି ।

ଅଭିଯୁକ୍ତ ଜୀବନ ଜ୍ୟୋତି ସାହୁ ନିଜ ଗାଁର ଜଣେ ନାବାଳିକାକୁ ଅପହରଣ କରି ୨ ମାସ ପାଖରେ ରଖି ଛାଡ଼ି ଦେଇଥିଲେ। ଏନେଇ ଗତ ୨୦୨୦ ମସିହାରେ ଅଭିଯୋଗ ହେବା ପରେ ସେ ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିଲେ। ଏହାପରେ ସେ ବିଚାରଧୀନ ବନ୍ଦୀ ଭାବେ ଆଳିପିଙ୍ଗଳ ଜେଲ୍‌ରେ ଥିଲେ। ତେବେ ଗତ ୨୦୨୨ ଏପ୍ରିଲ ମାସରେ ଜେଲରୁ ଫେରାର ହୋଇ ଯାଇଥିଲା । ପ୍ରାୟ ଦେଢ ବର୍ଷ ତାଙ୍କ ପତ୍ତା ପାଇ ପାରୁ ନ ଥିଲା ପୁଲିସ୍‌।

ଆଜି ସକାଳୁ ଜୀବନ ଜ୍ୟୋତି ନିଜ ଘରକୁ ଆସିଥିଲେ। ଉକ୍ତ ସମୟରେ ତାଙ୍କ ଘର ପାଖରେ ଥିବା ମାମୁ ଘରୁ ଆଈଙ୍କ ବି ଆସିଥିଲେ। କୌଣସି କଥାକୁ ନେଇ ଆଈଙ୍କ, ନାତିଙ୍କ ମଧ୍ୟରେ ଝଗଡ଼ା ହେବାରୁ ଜ୍ୟୋତି ଏକ କଟୁରୀରେ ନିଜ ଆଈଙ୍କ ମୁଣ୍ଡକୁ ଚୋଟ ପକାଇଥିଲେ। ଫଳରେ ଅତ୍ୟଧିକ ରକ୍ତସ୍ରାବ ହେତୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇ ଯାଇଥିଲା।

ଏହାପରେ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିବା ଜୀବନ ଜ୍ୟୋତି ସମ୍ପୃକ୍ତ ନାବାଳିକାଙ୍କ ଘରକୁ ପଳାଇଥିଲେ। ସେଠାରେ ସେ ନାବାଳିକାଙ୍କ ମା’ ଓ ଜଣେ ସମ୍ପର୍କୀୟା ଜେଜେମା’ଙ୍କୁ ହାଣି ପକାଇଛନ୍ତି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଲିକୁଦା ମେଡିକାଲ ଓ ପରେ ଜଗତସିଂହପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି।

ଏନେଇ ଜଗତସିଂହପୁର ଏସଡିପିଓ ରମେଶ ସିଂ କହିଛନ୍ତି, ଲକ୍ଷ୍ମୀଧର ସାହୁ ଆଜି କରିଥିବା ଅଭିଯୋଗ ଅନୁଯାୟୀ ଆଜି ସକାଳୁ ତାଙ୍କ ମା’ଙ୍କୁ ଜୀବନଜ୍ୟୋତି ସାହୁ ହତ୍ୟା କରିଛନ୍ତି। ଏହାପରେ ବି ସେ ଆଉ ୨ ଜଣଙ୍କୁ ହାଣିଛନ୍ତି। ଏହାପରେ ସେ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ଗାଁ ଲୋକେ ତାଙ୍କୁ କାବୁ କରି ପୁଲିସ୍‌କୁ ହସ୍ତାନ୍ତର କରିଛନ୍ତି।

ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଜୀବନ ଜ୍ୟୋତିଙ୍କୁ କାବୁ କରି ବାଲିକୁଦା ଥାନାରେ ଅଟକ ରଖିଛି। ପୁଲିସ୍‌ର ନିଷ୍କ୍ରିୟତା ଯୋଗୁ ଏପରି ଘଟିଥିବା ଅଭିଯୋଗ ହେଉଛି। ଜଣେ ଅଭିଯୁକ୍ତ ଦେଢ ବର୍ଷ ଧରି ଫେରାର ହେବା ପରେ ବି କିପରି ପୁଲିସ୍‌ ତାକୁ ଗିରଫ କରି ପାରୁ ନ ଥିଲା ତାକୁ ଖୁବ୍‌ ସମାଲୋଚନା କରାଯାଉଛି।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...