AFFILIATE MARKETING

https://binomo.com?a=90810425bb57&t=0

Sunday, August 6, 2023

ପିଡିପି ଅଧ୍ୟକ୍ଷା ମେହବୁବା ମୁଫ୍‌ତି ଗୃହବନ୍ଦୀ ହୋଇଥିବା ଅଭିଯୋଗ କରିଛନ୍ତି

ପିଡିପି ଅଧ୍ୟକ୍ଷା ମେହବୁବା ମୁଫ୍‌ତି ଗୃହବନ୍ଦୀ ହୋଇଥିବା ଅଭିଯୋଗ କରିଛନ୍ତି l



ଶ୍ରୀନଗର,୬।୮ : ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ଶନିବାର ୪ ବର୍ଷ ପୂରିଛି। ପିଡିପି ଅଧ୍ୟକ୍ଷା ମେହବୁବା ମୁଫ୍‌ତି ଓ ତାଙ୍କ ଦଳର କେତେଜଣ ବରିଷ୍ଠ ନେତାଙ୍କୁ ଗୃହବନ୍ଦୀ ରଖାଯାଇଥିବା ସେ ଅଭିଯୋଗ କରିଛନ୍ତି। ଶୁକ୍ରବାର ରାତିଅଧିଆ ଚଢ଼ାଉକରି ପିଡିପି ନେତାମାନଙ୍କୁ ବେଆଇନ ଭାବେ ଥାନାରେ ଅଟକ ରଖାଯାଇଥିବା ମୁଫ୍‌ତି କହିଛନ୍ତି। ଜମ୍ମୁ-କଶ୍ମୀରରେ ସବୁ କିଛି ସ୍ବାଭାବିକ ଚାଲିଛି ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଥିବାବେଳେ ଭ୍ରାନ୍ତ ଆଶଙ୍କାକୁ ନେଇ ସେମାନଙ୍କ କାର୍ଯ୍ୟାନୁଷ୍ଠାନ ପଦାରେ ପଡ଼ିଥିବା ପିଡିପି ନେତ୍ରୀ ଟୁଇଟ୍‌ କରିଛନ୍ତି। ଗୋଟିଏ ପଟେ ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ପାଳନ କରିବା ଲାଗି ଆହ୍ବାନ ଦିଆଯାଇ ଶ୍ରୀନଗର ସାରା ବିଶାଳ ହୋର୍ଡିଂ ସବୁ ଲାଗିଥିବାବେଳେ ଅନ୍ୟପଟେ ଲୋକଙ୍କ ପ୍ରକୃତ ଭାବାବେଗକୁ ରୋକିବା ଲାଗି ବଳପ୍ରୟୋଗ କରାଯାଉଥିବା ସେ କହିଛନ୍ତି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...