AFFILIATE MARKETING

https://binomo.com?a=90810425bb57&t=0

Thursday, August 17, 2023

ପ୍ରକୃତିର ତାଣ୍ଡବ

 COASTAL NEWS 404

ପ୍ରକୃତିର ତାଣ୍ଡବ 



ନୂଆଦିଲ୍ଲୀ - ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ପ୍ରାକୃତିକ ବିପର୍ଯ୍ୟୟ ତାଣ୍ଡବ ରଚିଛି। ମାତ୍ର 3 ଦିନ ମଧ୍ୟରେ 81 ଜଣଙ୍କ ଜୀବନ ଗଲାଣି। ଲଗାଣ ବର୍ଷା ସାଙ୍ଗକୁ ଭୂସ୍ଖଳନ ଆଖି ପିଛୁଳାକେ ଜୀବନ ନେଇଯାଉଛି ତ ପୁଣି ଜୀବିକା ଉଜାଡି ଦେଉଛି। ବର୍ତ୍ତମାନ ସୁଦ୍ଧା 10 ହଜାର କୋଟିର ସମ୍ପତ୍ତି ନଷ୍ଟ ହୋଇ ସାରିଥିବା ଆକଳନ କରାଯାଇଛି।

ହିମାଚଳ ପ୍ରଦେଶ ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଗତ ତିନି ଦିନ ମଧ୍ୟରେ ଅତି କମରେ 71 ଜଣଙ୍କର ମୃତ୍ୟୁ ଘଟିଛି ଏବଂ 13 ଜଣ ନିଖୋଜ ଅଛନ୍ତି। ରବିବାର ରାତିରୁ ମୋଟ 57 ଟି ମୃତଦେହ ଉଦ୍ଧାର କରାଯାଇଛି। ଲଗାଣ ବର୍ଷା କାରଣରୁ ପାର୍ବତ୍ୟାଞ୍ଚଳରେ ଭୂସ୍ଖଳନ ଭୟାନକ ପରିସ୍ଥିତି ସୃଷ୍ଟି କରିଛି। ପାର୍ବତ୍ୟ ଇଲାକାର ତିନୋଟି ଅଞ୍ଚଳ- ସମର୍ ହିଲ୍, ଫାଗଲି ଏବଂ କୃଷ୍ଣନଗର ଅଧିକ ପ୍ରଭାବିତ ହୋଇଛି।

ଶିମଲା ଡେପୁଟି କମିଶନର ଆଦିତ୍ୟ ନେଗି କହିଛନ୍ତି, "ସମର୍ ହିଲ ଏବଂ କୃଷ୍ଣନଗର ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଏପର୍ଯ୍ୟନ୍ତ ଏଠାରୁ 13 ଟି, ଫାଗଲିରୁ ପାଞ୍ଚଟି ଏବଂ କୃଷ୍ଣନଗରରୁ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ସୋମବାର ସମର୍ ହିଲରେ ଥିବା ଶିବ ମନ୍ଦିର ଭୁଶୁଡ଼ି ପଡ଼ିଥିବା ଭଗ୍ନାବଶେଷରେ କିଛି ମୃତଦେହ ପୋତି ହୋଇ ରହିଥିବା ଆଶଙ୍କା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ସେପଟେ ଦେବଭୂମି ଉତ୍ତରାଖଣ୍ଡରେ ମଧ୍ୟ ପ୍ରକୃତି ତାଣ୍ଡବ ରଚିଛି। ସୋମବାର ପ୍ରବଳ ବର୍ଷା ପରେ ଭୂସ୍ଖଳନ ଘଟିଥିଲା। ଏଥିରେ ଏକ ରିସୋର୍ଟ ସମ୍ପୂର୍ଣ୍ଣ ଭୁଶୁଡି ପଡିଥିଲା। ରିସୋର୍ଟର ଭଗ୍ନାବଶେଷରୁ ଏକ ଦମ୍ପତି ଏବଂ ତାଙ୍କ ପୁଅ ସମେତ 4 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସଦ୍ୟତମ ରିପୋର୍ଟ ଅନୁସାରେ, ମାତ୍ର ତିନି ଦିନ ମଧ୍ୟରେ ଏଠାରୁ 10 ଜଣଙ୍କ ମୃତଦହେ ଉଦ୍ଧାର ହୋଇ ସାରିଲାଣି।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...