AFFILIATE MARKETING

https://binomo.com?a=90810425bb57&t=0

Friday, August 4, 2023

ଦିଲ୍ଲୀ ସର୍ଭିସ ବିଲକୁ ସମର୍ଥନ ଦେଇ ବିଜେଡି ଏବେ ହରଡ଼ଘଣାରେ

 ଦିଲ୍ଲୀ ସର୍ଭିସ ବିଲକୁ ସମର୍ଥନ ଦେଇ ବିଜେଡି ଏବେ ହରଡ଼ଘଣାରେ



ଭୁବନେଶ୍ବର - ଦିଲ୍ଲୀ ସର୍ଭିସ ବିଲକୁ ସମର୍ଥନ ଦେଇ ବିଜେଡି ଏବେ ହରଡ଼ଘଣାରେ । ଜାତୀୟସ୍ତରରେ ବିଜେଡିକୁ ତୀବ୍ର ସମାଲୋଚନା ହେଉଥିବାବେଳେ ଦଳ ଭିତରେ ବି ଚାପା ଅସନ୍ତୋଷ ବଢ଼ିବାରେ ଲାଗିଛି । ରାଜ୍ୟରେ ବିଜେପି ବିରୁଦ୍ଧରେ ବିଜେଡି ଲଢ଼େଇ କରୁଥିବାବେଳେ ଦିଲ୍ଲୀ ବିଲ୍ ଓ ଅନାସ୍ଥା ପ୍ରସ୍ତାବ ଉପରେ ବିଜେପି ନେତୃତ୍ୱାଧୀନ ଏନଡିଏକୁ ଏଭଳି ଅଯାଚିତ ସମର୍ଥନ ଯୋଗୁ ବିଜେଡିର ନେତା ଓ ସମର୍ଥକମାନଙ୍କ ଚାପା ଅସନ୍ତୋଷ ଦେଖାଦେଇଛି । ଯେଉଁଥିପାଇଁ ଦଳ ପକ୍ଷରୁ ଆଜି ସ୍ପଷ୍ଟୀକରଣ ଦିଆଯାଇଥିବା ଜଣାପଡ଼ିଛି ।

ଲୋକସଭାରେ ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର କହିଛନ୍ତି ଯେ, ଦିଲ୍ଲୀ ବିଲକୁ ସାମ୍ବିଧାନିକ ଦୃଷ୍ଟିକୋଣରୁ ବିଜେଡି ସମର୍ଥନ କରିଛି । ଏହା ବିଜେପିକୁ ସମର୍ଥନ ନୁହେଁ ବରଂ ଏକ ବିଲକୁ କାର୍ଯ୍ୟକାରୀ କରିବା ପାଇଁ ସଂସଦର କ୍ଷମତାକୁ ବିଜେଡି ସମର୍ଥନ  ଦେଇଛି । ସମ୍ବିଧାନର ଧାରା ୨୩୯(କକ)ରେ ସଂସଦକୁ ଦିଲ୍ଲୀ ମାମଲାରେ ଆଇନ ପ୍ରଣୟନ କରିବାର କ୍ଷମତା ମିଳିଛି । ତେଣୁ ବିଜେପିକୁ ତାଙ୍କ ଦଳ ଖୋଲା ସମର୍ଥନ କରୁନି । ରାଜ୍ୟରେ ବିଜେପି ହିଁ ବିଜେଡିର ପ୍ରମୁଖ ବିରୋଧୀ । ଓଡ଼ିଶାରେ କଂଗ୍ରେସ ସମ୍ପୂର୍ଣ୍ଣ ମୂଳପୋଛ ହୋଇଗଲାଣି । କଂଗ୍ରେସ ଓ ବିଜେପିଠାରୁ ସମଦୂରତ୍ୱ ନୀତିରେ ବିଜେଡି କାଏମ ରହିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି ।

ତେବେ ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନିର୍ବାଚନୀ ବର୍ଷରେ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏକୁ ସୁହାଇବା ଭଳି ସମର୍ଥନ ଦେବାକୁ ନେଇ ବିଜେଡିରେ ଅସନ୍ତୋଷ ଦେଖାଦେଇଛି । ଦଳର ବରିଷ୍ଠ ନେତାମାନେ ଏହାକୁ ନାପସନ୍ଦ କରିଛନ୍ତି । ଯଦିଓ ଦଳୀୟ ପ୍ରସଙ୍ଗରେ ବିଜେଡି ନେତୃତ୍ୱଙ୍କ ସମସ୍ତ ନିଷ୍ପତ୍ତିକୁ ଦଳର କର୍ମୀ ଓ ନେତାମାନେ ମାନିବାକୁ ବାଧ୍ୟ । ମାତ୍ର ନିର୍ବାଚନୀ ବର୍ଷରେ ରାଜ୍ୟରେ ତୃଣମୂଳସ୍ତରରେ ବିଜେପି ସହ ବିଜେଡି ଲଢ଼ୁଥିବାବେଳେ ଏପରି ନିଷ୍ପତ୍ତି ଯୋଗୁ ସାଧାରଣ ଭୋଟରଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ସେହି ଦ୍ୱନ୍ଦ୍ୱକୁ ଦୂର କରିବାକୁ ବିଜେଡି କର୍ମୀ ଓ ନେତାମାନଙ୍କୁ ବେଶ୍ ପରିଶ୍ରମ କରିବାକୁ ପଡ଼ିବ ବୋଲି ଦଳୀୟ ନେତାମାନେ ଆଶଙ୍କା କରୁଛନ୍ତି । ସମ୍ଭବତଃ ଦଳ ଭିତରେ ବଢ଼ୁଥିବା ଆକ୍ରୋଶ ଓ ଜାତୀୟସ୍ତରରେ ବିଜେଡିର ସୁବିଧାବାଦୀ ଚରିତ୍ରକୁ ନେଇ ହେଉଥିବା ସମାଲୋଚନା ଯୋଗୁ ବିଜେଡି ବାଧ୍ୟ ହୋଇ ସ୍ପଷ୍ଠୀକରଣ ରଖିଛି ବୋଲି ଚର୍ଚ୍ଚା ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...