AFFILIATE MARKETING

https://binomo.com?a=90810425bb57&t=0

Saturday, August 12, 2023

ବେଡ ବକ୍ସ ଭିତରୁ ବାହାରିଲା ପୁଅର ମୃତଦେହ

 ବେଡ ବକ୍ସ ଭିତରୁ ବାହାରିଲା ପୁଅର ମୃତଦେହ



ନୂଆଦିଲ୍ଲୀ - ପୁଅ ନିଖୋଜ ଥିବାରୁ ଚାରିଆଡ଼େ ଖୋଜି ବୁଲିଥିଲା ମା’ । ଥାନାରେ ବି ଅଭିଯୋଗ କରିଥିଲା। ହେଲେ ବହୁ ଖୋଜାଖୋଜି ପରେ ନିଜ ଘର ବେଡ ବକ୍ସ ଭିତରୁ ବାହାରିଲା ପୁଅର ମୃତଦେହ। ନିଜ ଏକମାତ୍ର ପୁଅକୁ ହରାଇ ମା’ ମନ ଛଟପଟ ହେଉଥିବା ବେଳେ ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି। ଏପରି ଏକ ଛାତିଥରା ଘଟଣା ରାଜଧାନୀ ଦିଲ୍ଲୀର ଇନ୍ଦ୍ରପୁରୀ ଅଞ୍ଚଳରେ ଘଟିଛି। ମୃତକ ୧୧ ବର୍ଷୀୟ ନାବାଳକ ବୋଲି ଜଣାଯାଇଛି।

ମୃତକଙ୍କ ମା’ ନିଲୁ ପୁଲିସ୍‌କୁ ଦେଇଥିବା ସୂଚନା ଅନୁଯାୟୀ, ତାଙ୍କର ନିଜ ସ୍ୱାମୀଙ୍କ ସହ ସମ୍ପର୍କ ଭଲ ନ ଥିବାରୁ ସେ ନିଜ ପୁଅକୁ ଧରି ଏକୁଟିଆ ରହୁଥିଲେ। ଗତ ଗୁରୁବାର ସନ୍ଧ୍ୟାରେ ସେ ଘରକୁ ଫେରି ବାହାରେ ତାଲା ପଡ଼ିଥିବା ଦେଖିବାକୁ ପାଇଥିଲେ। ପୁଅ ଡ୍ୟାନ୍ସ କ୍ଲାସ୍‌ ଯାଇଥିବ ଭାବିଥିଲେ। ମାତ୍ର ଡ୍ୟାନ୍ସ ଶିକ୍ଷକ ଫୋନ୍‌ କରି ପୁଅ ଯାଇ ନ ଥିବା କହିଥିଲେ। ଏହାପରେ ବିଭିନ୍ନ ଆଡ଼େ ଖୋଜାଖୋଜି କରିକି ବି ପୁଅକୁ ପାଇଲେନି।

ଘଟଣା ଜଣାଇବାକୁ ନିଲୁ ନିଜ ସ୍ୱାମୀ ଜୀତେନ୍ଦ୍ରଙ୍କୁ ଫୋନ୍‌ କରିଥିବା ବେଳେ ଜଣେ ମହିଳା ଫୋନ୍‌ ଉଠାଇଥିଲେ। ଏଥିସହ ନିଜ ଲୋକ ଦୂରେଇ ଗଲେ କିପରି ଲାଗେ ବୋଲି ପଚାରିଥିଲେ। ଉକ୍ତ ମହିଳାଙ୍କ କଥା ନିଲୁଙ୍କର ସହଜେ ହଜମ ନ ହେବାରୁ ଏ ନେଇ ସେ ପୁଲିସ୍‌କୁ ଜଣାଯାଇଥିଲେ।

ଏହାପରେ ନିଲୁ ନିଜ ଘରେ ଖୋଜାଖୋଜି କରି ତାଙ୍କ ବେଡର ବକ୍ସ ଭିତରୁ ଅଚେତ ଅବସ୍ଥାରେ ପୁଅକୁ ଉଦ୍ଧାର କରିଥିଲେ। ତା ବେକରେ ଦାଗ ଚିହ୍ନ ଥିଲା। ପଡ଼ୋଶୀଙ୍କ ସହଯୋଗରରେ ତୁରନ୍ତ ତାକୁ ହସ୍ପିଟାଲ ନେଇଥିବା ବେଳେ ଡାକ୍ତର ସେଠାରେ ପିଲାଟିକୁ ମୃତ ଘୋଷଣା କରିଥିଲେ।

ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ବହୁ ଟିମ୍‌ ଗଠନ କରି ବିଭିନ୍ନ ସ୍ଥାନରେ ରେଡ କରୁଛି। ପୁଲିସ୍‌ କହିବାନୁଯାୟୀ, ଅଭିଯୁକ୍ତ ନିଲାଙ୍କ ପରିବାର ସହ ଜଣାଶୁଣା। ତେଣୁ ସେ ନ ଥିବା ବେଳେ ଅନାୟସରେ ତାଙ୍କ ଘରେ ପଶି ପୁଅକୁ ହତ୍ୟା କରି ଖଟ ବକ୍ସରେ ପଶାଇ ବାହାରୁ ତାଲା ପକାଇ ପଳାଇଛି। ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ୍‌ କହିଛି।

No comments:

COASTAL NEWS

ବିଜେପିରେ ମିଶିଲେ ନୂଆପଡ଼ା ନୂଆଗାଁ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ

ବିଜେପିରେ ମିଶିଲେ ନୂଆପଡ଼ା ନୂଆଗାଁ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଶତାଧିକ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଲେ ନୂଆପଡ଼ା/ଭୁବନେଶ୍ୱର, ୦୧।୧୧: ନୂଆପଡାରେ ରାଜ୍ୟ ଉ...