AFFILIATE MARKETING

https://binomo.com?a=90810425bb57&t=0

Thursday, August 10, 2023

ବିରୋଧୀଙ୍କ ଅନୁପସ୍ଥିତରେ ହୋଇଥିବା ଭୋଟିଂରେ ମୋଦି ସରକାର ଅନାସ୍ଥା ବିରୋଧରେ ବିଜୟ ହାସଲ କରିଛନ୍ତି।

 ବିରୋଧୀଙ୍କ ଅନୁପସ୍ଥିତରେ ହୋଇଥିବା ଭୋଟିଂରେ ମୋଦି ସରକାର ଅନାସ୍ଥା ବିରୋଧରେ ବିଜୟ ହାସଲ କରିଛନ୍ତି।



ନୂଆଦିଲ୍ଲୀ - ମୋଦି ସରକାର କ୍ରମାଗତ ଦ୍ୱିତୀୟ ଥର ପାଇଁ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ମାତ ଦେଇଛନ୍ତି। ସଂସଦରେ ଆସ୍ଥା ରଖିବାକୁ ସକ୍ଷମ ହୋଇଛନ୍ତି କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ବେଳେ ବିରୋଧୀ କକ୍ଷତ୍ୟାଗ କରିଥିଲେ। ବିରୋଧୀଙ୍କ ଅନୁପସ୍ଥିତରେ ହୋଇଥିବା ଭୋଟିଂରେ ମୋଦି ସରକାର ଅନାସ୍ଥା ବିରୋଧରେ ବିଜୟ ହାସଲ କରିଛନ୍ତି।

ବିରୋଧୀ ମେଣ୍ଟ ଇଣ୍ଡିଆର ସାଂସଦମାନେ ଅନୁପସ୍ଥିତ ଥିବାରୁ ବାଚନିକ ବା ଭୟସ ଭୋଟ ଦ୍ୱାରା ନିଷ୍ପତ୍ତି ନିଆଯାଇଥିଲା। ଏଥିରେ ବିଜେପି ନାତୃତ୍ୱାଧୀନ ଏନଡିଏର ସବୁ ସାଂସଦ ସାମିଲ ହୋଇଥିଲେ।

ସେହିପରି ଏନଡିଏରେ ବିଧିବଦ୍ଧ ଭାବେ ସାମିଲ ହୋଇ ନଥିବା ବିଜେଡି, ୱାଇଏସ୍‌ଆର କଂଗ୍ରେସ, ବିଏସ୍‌ପି, ଅକାଳୀ ଦଳ, ସ୍ୱାଧୀନ ସାଂସଦ ସିମରନଜିତ ମାନ୍‌ ଓ ନବନୀତ ରାଣା ଉପସ୍ଥିତ ରହିଥିଲେ। ସେମାନଙ୍କ ଉପସ୍ଥିତରେ ଭୟସ ଭୋଟ ଦ୍ୱାରା ଅନାସ୍ଥା ପ୍ରସ୍ତାବ ଉପରେ ନିଷ୍ପତ୍ତି ହୋଇଥିଲା।

ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ପକ୍ଷ ରଖିଥିଲେ। ସେ ମଣିପୁର ଉପରେ କମ ଓ ବିରୋଧୀଙ୍କୁ ବେଶର ଟାର୍ଗେଟ କରିଥିଲେ। ସେ ନିଜ ଭାଷଣର ପ୍ରଥମ ଦେଢ଼ ଘଣ୍ଟାରୁ ଅଧିକ ସମୟ କେବଳ ବିରୋଧୀଙ୍କୁ ସମାଲୋଚନା କରିଥିଲେ।

ଏହାକୁ ବିରୋଧ କରି ବିରୋଧୀ ମେଣ୍ଟ ଇଣ୍ଡିଆର ସାଂସଦମାନେ କକ୍ଷ ତ୍ୟାଗ କରିଥିଲେ। ଏହାପରେ ମୋଦି ମଣିପୁର ଉପରେ ମାତ୍ର କିଛି ମିନିଟ ପାଇଁ ମତ ରଖିଥିଲେ। ମଣିପୁରରେ ନୂଆ ସୂର୍ଯ୍ୟ ଉଦୟ ହେବ ବୋଲି ସେ ଦମ୍ଭୋକ୍ତି କରିଛନ୍ତି।

ବୁଧବାର ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ ଦୀର୍ଘ ୨ ଘଣ୍ଟା କାଳ ଭାଷଣ ଦେଇଥିଲେ। ସେ ବିରୋଧୀଙ୍କୁ ତୀବ୍ର ସମାଲୋଚନା କରିବା ସହ ମଣିପୁର ହିଂସା ପାଇଁ ହାଇକୋର୍ଟଙ୍କୁ ଦାୟୀ କରିଥିଲେ।

ମଣିପୁରରେ ମେ’ ୩ରୁ ହିଂସା ଆରମ୍ଭ ହୋଇଛି। ଆଦିବାସୀ ଓ ଅଣ ଆଦିବାସୀଙ୍କ ସଂଘର୍ଷ ଯୋଗୁ ପୂରା ରାଜ୍ୟ ଜଳୁଛି। ତେବେ ପ୍ରଧାନମନ୍ତ୍ରୀ ଜୁଲାଇ ୨୦ରେ ମଣିପର ହିଂସା ସମ୍ପର୍କରେ ମାତ୍ର କିଛି ସେକେଣ୍ଡ ପାଇଁ ମୁହଁ ଖୋଲିଥିଲେ। ଏହାର ଦିନକ ପୂର୍ବରୁ ମଣିପୁରରେ ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ବିଚ୍‌ ରାସ୍ତାରେ ଚଲାଇ ଚଲାଇ ନେବାର ଭିଡିଓ ସାମ୍ନାକୁ ଆସିଥିଲା।

ତେଣୁ ମୋଦି ସଂସଦ ବାହାରେ ଏହି ଘଟଣାରେ ଗଭୀର ମର୍ମାହତ ଓ ବ୍ୟଥିତ ଥିବା କହିଥିଲେ। ଏଥିସହ ସେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଏହାପରେ ମୋଦି ମଣିପୁରକୁ ନେଇ ଗୃହ ଭିତରେ କିମ୍ବା ବାହାରେ ଏଯାଏ କୌଣସି ପ୍ରକାରର ବିବୃତି ସିଧାସଳଖ ରଖି ନଥିଲେ। ଅବଶ୍ୟ ସରକାରୀ ସୂତ୍ର ଅନୁସାରେ, ମୋଦି ନିୟମିତ ମଣିପୁରର ସ୍ଥିତି ସମୀକ୍ଷା କରୁଥିବା ରିପୋର୍ଟ ପ୍ରକାଶ ପାଉଛି।

ଏସବୁ ଭିତରେ ବିରୋଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିବୃତି ଦାବି କରି ମୌସୁମୀ ଅଧିବେଶନ ଆରମ୍ଭରୁ ହିଁ ନାରାବାଜୀ କରିଥିଲେ। ତଥାପି ମୋଦି କିଛି ନ କହିବାରୁ ସେମାନେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...