AFFILIATE MARKETING

https://binomo.com?a=90810425bb57&t=0

Saturday, August 12, 2023

ଭୁଲ୍ ଇଞ୍ଜେକସନ ଦେବା ଯୋଗୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି

 ଭୁଲ୍ ଇଞ୍ଜେକସନ ଦେବା ଯୋଗୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି



ଜଳେଶ୍ଵର - ଭୁଲ୍ ଇଞ୍ଜେକସନ ଦେବା ଯୋଗୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଡାକ୍ତରଖାନେରେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ହାତିଗଡ ସ୍ୱାସ୍ଥ୍ୟ କେନ୍ଦ୍ରରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ସର୍ଦ୍ଦାର ବନ୍ଧ ପଞ୍ଚାୟତର ଶଙ୍ଖାଭଙ୍ଗା ଗ୍ରାମର ଗଙ୍ଗାଧର ମହାନ୍ତ। ତାଙ୍କୁ ୪୫ ବର୍ଷ ହୋଇଥିଲା।

ଗଙ୍ଗାଧରଙ୍କର ପେଟ ଯନ୍ତ୍ରଣା ହେଉଥିଲା। ପରିବାର ଲୋକେ ଗୁରୁବାର ଦିନ ୩ଟା ସମୟରେ ତାଙ୍କୁ ହାତୀଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଗତକାଲି ବିଳମ୍ବିତ ରାତିରେ ଗଙ୍ଗାଧର ଅଧିକ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କର ପେଟ ଯନ୍ତ୍ରଣା ଅଧିକ ହୋଇଥିଲା। ଏନେଇ ପରିବାର ଲୋକେ ନର୍ସ ଦିଦିଙ୍କୁ ଜଣାଇଥିଲେ। ନର୍ସ ଦିଦି ଆସି ଗଙ୍ଗାଧରଙ୍କୁ ଏକ ଇଞ୍ଜେକସନ୍‌ ଦେଇଥିଲେ। ଇଞ୍ଜେକସନ୍‌ ଦେବାର କିଛି ସମୟ ପରେ ଗଙ୍ଗାଧରଙ୍କର ମୃତ୍ୟୁ ଘଟିଥିଲା। ନର୍ସ ଦିଦି ଭୁଲ୍ ଇଞ୍ଜେକସନ୍‌ ଦେବା ଯୋଗୁ ଗଙ୍ଗାଧରଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।

ଗଙ୍ଗାଧର ସ୍ତ୍ରୀ ମାଳତି ମହାନ୍ତ କହିଛନ୍ତି, ନର୍ସ ଦିଦି ନିଦରୁ ଉଠି ଆସି ମୋ ସ୍ୱାମୀଙ୍କୁ ଇଞ୍ଜେକସନ୍ ଦେଇଦେଲେ। ଇଞ୍ଜେକସନ୍ ଦେବାର କିଛି ସମୟ ପରେ ମୋ ସ୍ୱାମୀ ଚାଲିଗଲେ। ନର୍ସ ଦିଦି ଭୁଲ୍ ଇଞ୍ଜେକସନ ଦେବା ଯୋଗୁ ମୋ ସ୍ୱାମୀଙ୍କର ମୃତ୍ୟୁ ଘଟିଛି।

ପେଟ ଯନ୍ତ୍ରଣା ଭଲ ହେବା ପାଇଁ ମୁଁ ଇଞ୍ଜେକ୍ସନ ଦେଇଥିଲି। କିପରି ତାଙ୍କର ମୃତ୍ୟୁ ହୋଇଛି ମୁଁ ଜାଣି ନାହିଁ ବୋଲି ସଂପୃକ୍ତ ନର୍ସ ଦିଦି କହିଛନ୍ତି। ଏନେଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...