AFFILIATE MARKETING

https://binomo.com?a=90810425bb57&t=0

Wednesday, August 2, 2023

ଅନ୍ଧବିଶ୍ୱାସର ଅନ୍ଧାରୀ ଗଳିରେ ମଣିଷ

ଅନ୍ଧବିଶ୍ୱାସର ଅନ୍ଧାରୀ ଗଳିରେ ମଣିଷ




କାଞ୍ଜିପାଣି - ଅନ୍ଧବିଶ୍ୱାସର ଅନ୍ଧାରୀ ଗଳିରେ ମଣିଷ। ବ୍ୟାପକ ସଚେତନତା ସତ୍ତ୍ୱେ ମଣିଷ ସେହି ଗଳିରୁ ବାହାରି ପାରୁନି। ନିଜ ସମ୍ପର୍କୀୟଙ୍କ ରକ୍ତରେ ଖେଳୁଛି ହୋଲି ମଣିଷ। ଗୁଣିଗାରେଡି ସନ୍ଦେହରେ କେତେବେଳେ ପତ୍ନୀକୁ ହତ୍ୟା କରୁଛି ସ୍ୱାମୀ ତ ଆଉ କେତେବେଳେ ସ୍ୱାମୀକୁ ବଳି ଦେଉଛି ସ୍ତ୍ରୀ। ଆଉ କେତେବେଳେ ଦାଦାକୁ ହତ୍ୟା କରୁଛି ପୁତୁରା। ଏମିତି ଏକ ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ କାଞ୍ଜିପାଣି ଥାନା ଅଞ୍ଚଳରେ।

ଦୀର୍ଘ ଦିନ ହେଲା ରୁଗୁଡ଼ିକସଡ଼ା ଗାଁର ଛବି ଦେହୁରୀଙ୍କ ସ୍ୱାସ୍ଥ୍ୟ ଖରାପ ହେଉଥିଲା। ଏଥିରେ ତାଙ୍କ ଦାଦା ଅଜୟ ଦେହୁରୀଙ୍କର ହାତ ଥିବା ସେ ସନ୍ଦେହ କରୁଥିଲେ। ଅଜୟ ଗୁଣିଗାରେଡି କରୁଥିବାରୁ ଛବି ଅସୁସ୍ଥ ହେଉଥିବା ସନ୍ଦେହ କରୁଥିଲେ। ଏହାକୁ ନେଇ ଦୀର୍ଘ ଦିନ ହେଲା ଛବି ଓ ତାଙ୍କ ଦାଦାଙ୍କ ମଧ୍ୟରେ ଗଣ୍ଡଗୋଳ ହେଉଥିଲା। ହେଲେ ରବିବାର ସନ୍ଧ୍ୟା ବେଳେ ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିଥିଲା।

ଅଭିଯୋଗରୁ ପ୍ରକାଶ, ଛବି ମଦ ନିଶାରେ ଅଜୟ ଦେହୁରୀଙ୍କ ଘରେ ପହଞ୍ଚି ଥିଲେ। ଗୁଣି ଗାରେଡିକୁ ନେଇ ସେଠାରେ ଉଭୟଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଛବି ଏକ ଟାଙ୍ଗିଆରେ ତାଙ୍କ କାକା ଅଜୟ ଦେହୁରୀଙ୍କୁ ପଛ ପାର୍ଶ୍ୱରୁ ଆକ୍ରମଣ କରିଥିଲା। ଫଳରେ ଘଟଣା ସ୍ଥଳରେ ଅଜୟଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ କାଞ୍ଜିପାଣି ଥାନା ପୁଲିସ ଗାଁରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ହତ୍ୟାକାଣ୍ଡରେ ଛବିକୁ ଗିରଫ କରିଛି ପୁଲିସ୍‌।

No comments:

COASTAL NEWS

ଭାରତର ପ୍ରଥମ ଘରୋଇ ରକେଟ ବିକ୍ରମ-୧ର ଲଞ୍ଚ୍‌ ସଫଳ

ଭାରତର ପ୍ରଥମ ଘରୋଇ ରକେଟ ବିକ୍ରମ-୧ର ଲଞ୍ଚ୍‌ ସଫଳ ସ୍କାଏରୁଟ୍‌ ଏରୋସ୍ପେଶ ପକ୍ଷରୁ ନିର୍ମିତ ବିକ୍ରମ-୧କୁ ଲଞ୍ଚ କଲା ଇସ୍ରୋ ସ୍କାଏରୁଟ୍‌ ଏରୋସ୍ପେଶ ଟିମ୍‌ କୁ ଶୁଭେଚ୍ଛ...