AFFILIATE MARKETING

https://binomo.com?a=90810425bb57&t=0

Tuesday, August 15, 2023

ତ୍ରିରଙ୍ଗା ଶୋଭାଯାତ୍ରାକୁ ନେଇ ବିଜେବି କଲେଜର ଦୁଇ ଛାତ୍ର ଗୋଷ୍ଠୀ ମୁହାମୁହିଁ

 COASTAL NEWS 390

ତ୍ରିରଙ୍ଗା ଶୋଭାଯାତ୍ରାକୁ ନେଇ ବିଜେବି କଲେଜର ଦୁଇ ଛାତ୍ର ଗୋଷ୍ଠୀ ମୁହାମୁହିଁ 



ଭୁବନେଶ୍ବର :ତ୍ରିରଙ୍ଗା ଶୋଭାଯାତ୍ରାକୁ ନେଇ ବିଜେବି କଲେଜର ଦୁଇ ଛାତ୍ର ଗୋଷ୍ଠୀ ମୁହାମୁହିଁ ହୋଇଛନ୍ତି। ତ୍ରିରଙ୍ଗା ନେଇ ଗୋଟିଏ ଗୋଷ୍ଠୀ ଛାତ୍ର କଲେଜ କ୍ୟାମ୍ପସ ଭିତରକୁ ଯିବା ବେଳେ ଅନ୍ୟ ଗୋଟିଏ ଗୋଷ୍ଠୀ କଲେଜ ସୁରକ୍ଷାକର୍ମୀଙ୍କୁ କହି କଲେଜ ମୁଖ୍ୟ ଫାଟକରେ ତାଲା ପକାଇଦେଇଥିବା ଅଭିଯୋଗ ହୋଇଛି।

ଯାହାକୁ ନେଇ ଉଭୟଙ୍କ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା। ଏହି ବଚସା ଉଗ୍ରରୂପ ନେଇଥିଲା। ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୁଲିସ ପହଞ୍ଚିବା ବୁଝାସୁଝା କରିବା ଉତ୍ତେଜନା ଥମିଥିଲା।

ଅ଼ନ୍ୟପକ୍ଷରେ ଗେଟ୍ ବାହାରେ ତ୍ରିରଙ୍ଗା ଧରି ଗୋଟିଏ ଗୋଷ୍ଠୀ ଧାରଣାରେ ବସିଛନ୍ତି। ଅନ୍ୟ ଗୋଟିଏ ଗୋଷ୍ଠୀ କଲେଜ କ୍ୟାମ୍ପସ ଭିତରେ ରହିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

କଲେଜ କ୍ୟାମ୍ପସ ଭିତରେ ଛାତ୍ର ଗୋଷ୍ଠୀର ଜଣେ ଛାତ୍ର କହିଛନ୍ତି, ସାଢ଼େ ଆଠଟା ସମୟରେ କଲେଜ ପ୍ରୋଗାମ ସରିଥିଲା। ଏହାପରେ ୪୦ରୁ ୫୦ ଜଣ ଅଣ ଛାତ୍ର ମାରାଣସ୍ତ୍ର ଧରି କଲେଜ ଭିତରକୁ ଆସୁଥିଲେ। ସୁରକ୍ଷାକର୍ମୀ ଏହା ଦେଖି ଗେଟ୍‌ ତଲା ପକାଇ ଦେଇଥିଲେ। ଆମେ ସୁରକ୍ଷାକର୍ମୀଙ୍କୁ କହି ଗେଟ୍ ତଲା ପକାଇ ନାହୁଁ।

କଲେଜ ବାହାରେ ଥିବା ଛାତ୍ର ଗୋଷ୍ଠୀର ଜଣେ ଛାତ୍ର କହିଛନ୍ତି, ଆମେ ତ୍ରିରଙ୍ଗା ଯାତ୍ରା କରିବା ପାଇଁ କଲେଜ ପ୍ରନ୍ସିପାଲଙ୍କ ପାଖରୁ ଅନୁମତି ନେଇଥିଲୁ । ପ୍ରନ୍ସିପାଲ ମଧ୍ୟ ଅନୁମତି ଦେଇଥିଲେ। ଗତକାଲି ରାତିରେ ପିଲାମାନେ ଭାରତମାତାର ପୋଷ୍ଟର ମାରିଲାବେଳେ ବିଜୁ ଛାତ୍ର ଜନତା ଦଳର କିଛି ପିଲା ଆସି ଆମ ପିଲାମାନଙ୍କୁ ମାଡ଼ ମାରିଥିଲେ ଓ ପୋଷ୍ଟର ଚିରି ଦେଇଥିଲେ। ଆଜି  ଆମକୁ ତ୍ରିରଙ୍ଗା ଯାତ୍ରା କରାଇ ଦେଲାନି। ବିଜୁ ଜନତା ଦଳ ଓଡ଼ିଶାରେ ତାଲିବାନ ଶାସନ ଚଳାଇଛି।

ଅନ୍ୟପକ୍ଷରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହେବା ନେଇ କଲେଜ ଅଧ୍ୟକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ

No comments:

COASTAL NEWS

କହିଲେ କହିବେ କହୁଛି

କେଜାଣି କଣ ହେଇଛି, ଗାଁ ଜମିଦାର ରବି ବାବୁ ଏବେ, ନିତିଆ କୁ ଦେଖି ଜଳୁଛି, କହିଲେ କହିବେ କହୁଛି... ରବି ବାବୁ ପୁଅ ବିଦେଶୀ କମ୍ପାନୀ, ଅଫିସର ଗୋଟେ ହୋଇଛ...