AFFILIATE MARKETING

https://binomo.com?a=90810425bb57&t=0

Tuesday, August 15, 2023

ରୁଷିଆରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟି ୨୫ ଜଣ ଜୀଅନ୍ତା ଜଳି ଯାଇଥିବା ଜଣାଯାଇଛି

 COASTAL NEWS 388

ରୁଷିଆରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟି ୨୫ ଜଣ ଜୀଅନ୍ତା ଜଳି ଯାଇଥିବା ଜଣାଯାଇଛି



ରୁଷିଆ - ରୁଷିଆରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟି ୨୫ ଜଣ ଜୀଅନ୍ତା ଜଳି ଯାଇଥିବା ଜଣାଯାଇଛି। ମୃତକଙ୍କ ମଧ୍ୟରେ ୩ ଶିଶୁ ଥିବା ଜଣାଯାଇଛି। ଦକ୍ଷିଣ ରୁଷିଆର ଦାଗେସ୍ତାନ ଅଞ୍ଚଳରେ ଗତ ରାତିରେ ଏହି ସାଂଘାତିକ ଅଗ୍ନିକାଣ୍ଡ ଘଟିଛି।

ଦାଗେସ୍ତାନ ଅଞ୍ଚଳରେ ଥିବା ଏକ ଅଟୋ ୱାର୍କସପ୍‌ରେ ପ୍ରଥମେ ନିଆଁ ଲାଗିଥିଲା। ଏହାପରେ ନିଆଁ ନିକଟସ୍ଥ ଗ୍ୟାସ୍‌ ଷ୍ଟେଶନରେ ଲାଗି ଯାଇଥିବା ବେଳେ ଆଖି ପିଛୁଳାକେ ବ୍ୟାପି ଯାଇଥିଲା। ଫଳରେ ଉକ୍ତ ସମୟରେ ସେଠାରେ ଉପସ୍ଥିତ ଲୋକେ ନିଆଁ କବଳରେ ପଡ଼ି ଜୀଅନ୍ତା ଜଳି ଯାଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଏହା ଏକ ଯୁଦ୍ଧ ଦୃଶ୍ୟଠୁ କିଛି କମ୍‌ ଭୟଙ୍କର ଦେଖା ଯାଉ ନ ଥିଲା।

ଖବର ପାଇ ତୁରନ୍ତ ଅଗ୍ନିଶମ କର୍ମଚାରୀ ଓ ପୁଲିସ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲ। ଏହାପରେ ପ୍ରାୟ ୪ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ସେମାନେ ନିଆଁକୁ ଆୟତ୍ତ କରି ପାରିଥିଲେ। ଏହାପରେ ତା’ ମଧ୍ୟରୁ ୨୫ ମୃତଦେହ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏହି ଅଗ୍ନିକାଣ୍ଡରେ ୬୬ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରଙ୍କ ମଧ୍ୟରେ ୧୦ ଶିଶୁ ଥିବା ଦାଗେସ୍ତାନର ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...