AFFILIATE MARKETING

https://binomo.com?a=90810425bb57&t=0

Tuesday, August 15, 2023

77ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ତ୍ରିରଙ୍ଗା ଉଡାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

 COASTAL NEWS 385


77ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ତ୍ରିରଙ୍ଗା ଉଡାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି



ନୂଆଦିଲ୍ଲୀ - 77ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ତ୍ରିରଙ୍ଗା ଉଡାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ବୀର ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଏଥର ଦେଶବାସୀଙ୍କୁ ପରିବାନଜନ କହି ସମ୍ୱୋଧିତ କରିଛନ୍ତି। ସେ କହିଛନ୍ତି, "ବିଶ୍ୱର ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ର ଏବେ ଜନସଂଖ୍ୟା କ୍ଷେତ୍ରରେ ମଧ୍ୟ ଅଗ୍ରଣୀ ଦେଶ। ଏତେ ବଡ ଦେଶ, ମୋ ପରିବାରର 140 କୋଟି ସଦସ୍ୟ ଆଜି ସ୍ୱାଧୀନତା ଦିବସ ପାଳନ କରୁଛନ୍ତି।"

 

ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରୁ ପ୍ରାକୃତିକ ବିପର୍ଯ୍ୟୟ ଉପରେ ବକ୍ତବ୍ୟ ରଖି କହିଛନ୍ତି, 'କିଛିଦିନ ହେବ ଦେଶରେ ବିଭିନ୍ନ ଅଞ୍ଚଳବାସୀଙ୍କୁ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡୁଛି। ଯେଉଁମାନେ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଛନ୍ତି ସମସ୍ତଙ୍କୁ ସମବେଦନା ଜଣାଉଛି।' ମଣିପୁର ହିଂସା ଉପରେ ମଧ୍ୟ ବକ୍ତବ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ। ମଣିପୁରରେ ଯେଉଁ ହିଂସା ଘଟିଥିଲା ତାହା ମୋତେ ବ୍ୟଥିତ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ତଥାପି କିଛି ଦିନ ଧରି ନିରନ୍ତର ସେଠାରେ ଶାନ୍ତି ଖବର ଆସୁଛି, ଏହା ଆଶ୍ୱସ୍ତିକର। ପ୍ରଧାନମନ୍ତ୍ରୀ କହିଛନ୍ତି, ମଣିପୁରବାସୀଙ୍କ ସହ ପୂରା ଦେଶ ଛିଡା ହୋଇଛି। ଲୋକମାନେ ଶାନ୍ତି ପର୍ବକୁ ଆଗକୁ ବଢିବା ଉଚିତ୍। ଶାନ୍ତି ବଜାୟ ରଖିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଚେଷ୍ଟା କରୁଛନ୍ତି ଏବଂ ଜାରି ରଖିବେ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଆଜି ଆମ ଯୁବପିଢି ଯେଉଁ ସୌଭାଗ୍ୟ ପାଇଛନ୍ତି ତାହା କଷ୍ଟସାଧ୍ୟ। ଆମେ ଏହାକୁ ହରାଇବା ଉଚିତ୍ ନୁହେଁ। ଆଗାମୀ ସମୟ ଦେଶ ଟେକ୍ନୋଲୋଜି ଦ୍ୱାରା ପ୍ରଭାବିତ ହେବାକୁ ଯାଉଛି। ଆମର ଛୋଟ ସହରଗୁଡିକ ଜନସଂଖ୍ୟାରେ କମ୍ ହୋଇପାରନ୍ତି, କିନ୍ତୁ ସେମାନଙ୍କ ସାମର୍ଥ୍ୟ ଅନ୍ୟମାନଙ୍କଠାରୁ କିଛି କମ୍ ନୁହେଁ। ଦେଶରେ କୌଣସି ସୁଯୋଗର ଅଭାବ ନାହିଁ। ଆପଣ ଯେତେ ସୁଯୋଗ ଚାହିଁବେ ଏହି ଦେଶ ସେତେ ସୁଯୋଗ ଦେବାର ସାମର୍ଥ୍ୟ ରଖିଛି। 

କୋଭିଡ ସମୟରେ ଦେଶ ସମଗ୍ର ବିଶ୍ୱକୁ ମାନବିକତା ଶିଖାଇଛି କହିଛନ୍ତି ପ୍ରଧାନମନ୍ତ୍ରୀ। ସାରା ବିଶ୍ୱକୁ ବଞ୍ଚାଇବା ଭଳି କାର୍ଯ୍ୟ କରିଛି ଭାରତ। ସଂସ୍କାର ପାଇଁ ହିମତ୍ ଆବଶ୍ୟକ। 2014ରେ ସରକାର ଗଠନ କରିବା ପରେ ସଂସ୍କାର ଆଣିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, 'ସଂସ୍କାର ଆଣିବା ପାଇଁ ହିମତ ମୋ ସରକାରର ରହିଛି। ରିଫର୍ମ ସହ ପରଫର୍ମ କରି ଦେଶର ବିକାଶରେ ସାମିଲ ହୋଇଛି।'

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...