AFFILIATE MARKETING

https://binomo.com?a=90810425bb57&t=0

Thursday, August 17, 2023

ସଫଳତା ଦିଗରେ ଚନ୍ଦ୍ରଯାନ-3

 COASTAL NEWS 414

ସଫଳତା ଦିଗରେ ଚନ୍ଦ୍ରଯାନ-3



ସଫଳତା ଦିଗରେ ଆଉ ଏକ ସୋପାନ ଅତିକ୍ରମ କଲା ଚନ୍ଦ୍ରଯାନ-3। ଇସ୍ରୋର ଏହି ଉଚ୍ଚାଭିଳାଷୀ ମିଶନ୍ ଆଜି ସଫଳତା ପୂର୍ବକ ଲ୍ୟାଣ୍ଡର ବିକ୍ରମକୁ ପ୍ରପଲସନରୁ ଅଲଗା କରିଛି। ମଧ୍ୟାହ୍ନ 1ଟା ସମୟରେ ପ୍ରପଲସନରୁ ଅଲଗା ହୋଇଛି ଲ୍ୟାଣ୍ଡର ବିକ୍ରମ। ଏହାପରେ ଚନ୍ଦ୍ରପୃଷ୍ଠ ଅଭିମୁଖେ ଏକାକୀ ଯାତ୍ରା ଆରମ୍ଭ କରିଛି ଲ୍ୟାଣ୍ଡର ବିକ୍ରମ। 

ଲ୍ୟାଣ୍ଡର ବିକ୍ରମ ବର୍ତ୍ତମାନ ପ୍ରଜ୍ଞାନ ରୋଭରର ଚିତ୍ର ଉତ୍ତୋଳନ କରିବ। ଏହା ମାଧ୍ୟମରେ ଚନ୍ଦ୍ରପୃଷ୍ଠର ଗତିବିଧି ଉପରେ ନଜର ରଖାଯାଇ ପାରିବ। ଚନ୍ଦ୍ର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ ପାଇଁ ଆଗାମୀ 6 ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ଇସ୍ରୋ କହିଛି। ଜୁଲାଇ 14 ରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ LVM3 ରକେଟ୍ ଦ୍ୱାରା ଚନ୍ଦ୍ରଯାନ-3 ମହାକାଶକୁ ଉତକ୍ଷେପଣ କରାଯାଇଥିଲା। ଏହି ମିଶନକୁ ନେଇ ଖୁବ୍ ଆଶାବାଦୀ ରହିଛି ଇସ୍ରୋ। କାରଣ ପୂର୍ବରୁ ଇସ୍ରୋର ମୁନ୍ ମିଶନ୍ ଦୁଇ ଦୁଇ ଥର ବିଫଳ ହୋଇଯାଇଛି।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...