AFFILIATE MARKETING

https://binomo.com?a=90810425bb57&t=0

Wednesday, October 18, 2023

ମା ନୂହେଁ ରାକ୍ଷସୀ

COASTAL NEWS ODIA 1171

ମା ନୂହେଁ ରାକ୍ଷସୀ



କନ୍ଧମାଳ - (CNO) ଭଞ୍ଜ ବିହାରୀ ମହାନ୍ତି - ମା’ କୋଳ ପିଲା ପାଇଁ ସବୁଠି ସୁରକ୍ଷିତ ସ୍ଥାନ। ମା’ର ପଣତକାନି ପିଲାକୁ ସବୁ ବିପଦରୁ ରକ୍ଷା କରିଥାଏ। ମା’ ପାଖରେ ଥିବା ବେଳେ କୌଣସି ବିପଦ ପିଲାଙ୍କ ପାଖ ମାଡ଼ି ନଥାଏ। କାରଣ ନିଜ ଜୀବନକୁ ବାଜି ଲଗାଇ ମା’ ପିଲାକୁ ରକ୍ଷା କରିଥାଏ। ହେଲେ ଏଠାରେ ଆମେ ଯେଉଁ ମାଆ କଥା କହିବାକୁ ଯାଉଛୁ ସେ ନିଜ ପିଲା ପାଇଁ ପାଲଟି ଯାଇଛି ରାକ୍ଷସୀ। ନିଜ ୪ବର୍ଷର ଝିଅକୁ ମାରି ଜଙ୍ଗଲରେ ପୋତି ଦେଇଛି। ପୁଲିସ ଅଭିଯୁକ୍ତ ମା’ ପଦ୍ମିନୀ ଦଣ୍ଡିଆଙ୍କୁ ଅଟକ ରଖିଛି। ଏପରି ହୃଦୟ ବିଦାରକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ସାରଙ୍ଗଡ ଥାନା ଅନ୍ତର୍ଗତ ଗୁଟିଙ୍ଗିଆ ଗାଁରେ। ମୃତ ନାବାଳିକା ଜଣଙ୍କ ହେଲେ ସୁରେଖା ଦଣ୍ଡିଆ।
 
ସୂଚନା ଅନୁଯାୟୀ, ପଦ୍ମିନୀ ଗୁଟିଙ୍ଗିଆ ଗ୍ରାମର ରାକେଶଙ୍କୁ ବିବାହ କରିଥିଲେ। ବିବାହର ପରେ ପାରିବାରିକ ଅଶାନ୍ତି ଲାଗି ରହିଥିଲା। ଏଥିପାଇଁ ଗତ ୪ବର୍ଷ ହେଲା ପଦ୍ମିନୀ ନିଜ ବାପ ଘରେ ରହୁଥିଲେ।

ଗତ ଶନିବାର ଦିନ ପଦ୍ମିନୀ ନିଜ ୪ବର୍ଷର ଝିଅ ସୁରେଖାକୁ ନେଇ କେଉଁ ଆଡେ ପଳାଇ ଯାଇଥିଲେ। ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ, ହେଲେ ପାଇ ନଥିଲେ। ସୋମବାର ପୁଣି ପଦ୍ମିନୀ ବାପଘରକୁ ପଳାଇ ଆସିଥିଲେ। ହେଲେ ଝିଅ ତାଙ୍କ ସାଙ୍ଗରେ ନଥିଲେ। ଏନେଇ ପଦ୍ମିନୀଙ୍କ ବାପା ନାତୁଣୀ ବିଷୟରେ ପଚାରିଥିଲେ। ପଦ୍ମିନୀ ଝିଅକୁ ମାରି ଜଙ୍ଗଲରେ ପୋତି ଦେଇଥିବା କହିଥିଲେ। ଏନେଇ ପଦ୍ମିନୀଙ୍କ ବାପା ପୁଲିସକୁ ଖବର ଦେଇଥିଲେ। ପୁଲିସ ପଦ୍ମନୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲା। ଝିଅକୁ ମାରି ଜଙ୍ଗଲରେ ପୋତି ଦେଇଥିବା ପଦ୍ମନୀ ପୁଲିସ ଆଗରେ କହିଥିଲେ। ପୁଲିସ ଗତକାଲି ଜଙ୍ଗଲରୁ ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର କରିଥିଲା।

କେଉଁ କାରଣ ପାଇଁ ପଦ୍ମିନୀ ଝିଅକୁ ହତ୍ୟା କଲେ ତା’ର କାରଣ ଜଣାପଡ଼ିନାହିଁ। ପୁଲିସ ପଦ୍ମିନୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏପରି ଘଟଣାକୁ ଅଞ୍ଚଳବାସୀ ନିନ୍ଦା କରିଛନ୍ତି।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...