AFFILIATE MARKETING

https://binomo.com?a=90810425bb57&t=0

Wednesday, October 18, 2023

COASTAL NEWS ODIA 1170

ପୂର୍ବତନ ସରପଞ୍ଚ ଜଇରାମ ଜେନାଙ୍କ ଘରେ ଭିଜିଲାନ୍ସ
ଭୂଇଁପୁରରେ ସକାଳ ସାଢେ ୫ରୁ ୬ଟା ପର୍ଯ୍ୟନ୍ତ ହେଲା ଖୋଳତାଡ଼
ଆଳି,୧୭/୧୦(ନି.ପ୍ର): ଭୂଇଁପୁର ପଞ୍ଚାୟତର ନେଇ ଏଭଳି ହୋଇଥିବା ସ୍ଥାନୀୟ ଅଞ୍ଚଳରେ
ପୂର୍ବତନ ସରପଞ୍ଚ ଜଇରାମ ଜେନାଙ୍କ ଘରେ ଚର୍ଚ୍ଚା ହେଉଛି। ତେବେ ଚଢ଼ଉ ସମ୍ପର୍କରେ
ଆଜି ଭିଜିଲାନ୍ସ ଚଢ଼ଉ ହୋଇଛି। କ'ଣ ପାଇଁ ଭିଜିଲାନ୍ସ ଟିମକୁ ପଚରା ଯାଇଥିଲେ ବି କୌଣସି
ଭିଜିଲାନ୍ସ ଚଢ଼ଉ କରିଛି ସେନେଇ କୌଣସି ପ୍ରତିକ୍ରିୟା ମିଳିପାରିନି ।
ସୂଚନା ମିଳିପାରିନି । ହେଲେ ଠିକାକାମ ଅବା
ବ୍ୟାବସାୟିକ କାରବାରରେ କିଛି ହେରଫେର
ସମୟ ସକାଳ ସାଢେ ୫ଟା। ଗୋଟିଏ
ଧଳାରଙ୍ଗର ବଲେରୋ ଗାଡ଼ି ସହ ଆଳି ପୁଲିସ
ଟିମ୍ ପହଞ୍ଚିଥିଲା ପୂର୍ବତନ ସରପଞ୍ଚ ଶ୍ରୀ ଜେନାଙ୍କ
ଘରେ। ଶାସକ ଦଳର ଜଣେ ଛାମୁଆ ନେତା
ଭାବେ ପରିଚିତ ଶ୍ରୀ ଜେନାଙ୍କ ଘରକୁ ସକାଳୁ
ପୁଲିସ ଆସିଥିବା ଖବର ନିଆଁ ଭଳି ପ୍ରଚାର
ହୋଇଯାଇଥିଲା। ଖବର ପାଇ ସ୍ଥାନୀୟ ଲୋକେ
ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧୂ ଶ୍ରୀ ଜେନାଙ୍କ
ଘର ସମ୍ମୁଖରେ ପହଞ୍ଚିଥିଲେ। ପୂର୍ବତନ
ସରପଞ୍ଚଙ୍କ ଘର ସମ୍ମୁଖରେ ଉପସ୍ଥିତ ଥିବା
ପୁଲିସ କର୍ମଚାରୀଙ୍କୁ ପଚାରିବାରୁ କେନ୍ଦ୍ରାପଡ଼ାରୁ
ଭିଜିଲାନ୍ସ ଟିମ୍ ଆସିଥିବା ଜଣାପଡ଼ିଥିଲା। ପ୍ରାୟ
ଅଧଘଣ୍ଟା କାଳ ଭିଜିଲାନ୍ସ ଟିମ୍ ଘର ଭିତରେ
ରହି ଖୋଳତାଡ଼ କରିଥିଲା। ସକାଳ ୬ଟା
ବେଳକୁ ଭିଜିଲାନ୍ସ ଟିମ୍ ଘର ଭିତରୁ
ବାହାରିଥିଲେ।
ପୂର୍ବତନ ସରପଞ୍ଚଙ୍କ ଘରକୁ ବଡ଼ସକାଳୁ
କ'ଣ ପାଇଁ ଆସିଥିଲେ, କ'ଣ ପାଇଁ ଚିଡ଼ଉ
ହେଉଥିଲା ବୋଲି ଭିଜିଲାନ୍ସ ଅଧିକାରିଣୀଙ୍କୁ
ପଚାରିବାରୁ ସେ କିଛି କହିବାକୁ ମନା
କରିଥିଲେ। ଗଣମାଧ୍ୟମ ପ୍ରତିନିଧିଙ୍କୁ
ଆଡ଼େଇଯାଇ ସିଧା ବଲେରୋରେ ବସି
ପଳାଇଥିଲେ। ଅଳି ପୁଲିସକୁ ମଧ୍ୟ ଭିଜିଲାନ୍ସ
ଟିମ୍ ଆସିବାର କାରଣ ସମ୍ପର୍କରେ ପଚାରିଥିଲେ
ବି କିଛି ଉତ୍ତର ମିଳିନଥିଲା । ତେବେ ଆଜି
ଭିଜିଲାନ୍ସ ବିଭାଗ ଅଧିକାରିଣୀଙ୍କ ସହ ଫୋନରେ
ଯୋଗାଯୋଗ ପାଇଁ ଉଦ୍ୟମ କରାଯାଇଥିଲେ ବି
ସେ ଫୋନ ଗ୍ରହଣ କରିନଥିଲେ।
ତେବେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା
ଅନୁସାରେ, ପୂର୍ବତନ ସରପଞ୍ଚ ଶ୍ରୀ ଜେନା
ଠିକାକାମ ସହ ବିଭିନ୍ନ ବ୍ୟବସାୟରେ ସମ୍ପୃକ୍ତ।
ଠିକାକାମ ଅବା ବ୍ୟବସାୟିକ କାରଣକୁ ନେଇ
ଚଢ଼ଉ ହୋଇଥାଇପାରେ ବୋଲି ସନ୍ଦେହ
କରାଯାଉଛି । ତେବେ ବଡ଼ସକାଳୁ ଭିଜିଲାନ୍ସ
ଟିମ୍ ଆସିବା ଓ ମାତ୍ର ଅଧଘଣ୍ଟାଏ ଭିତରେ
ପଳାଇଯିବାକୁ ନେଇ ନାନା ଆଲୋଚନା
ହେଉଛି । ଏହି ପ୍ରସଙ୍ଗରେ ଭିଜିଲାନ୍ସ ବିଭାଗ ମୁହଁ
ଖୋଲିବାପରେ ସତ ସାମ୍ନାକୁ ଆସିବ।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...