AFFILIATE MARKETING

https://binomo.com?a=90810425bb57&t=0

Monday, October 16, 2023

ନନ୍ଦନକାନନରେ ପହଞ୍ଚିଲା ଭୋଗରାଇରୁ ଉଦ୍ଧାର କୁମ୍ଭୀର

COASTAL NEWS ODIA 1159

ନନ୍ଦନକାନନରେ ପହଞ୍ଚିଲା ଭୋଗରାଇରୁ ଉଦ୍ଧାର କୁମ୍ଭୀର



ଭୋଗରାଇ - (CNO ): ବାଲେଶ୍ବର ପରେ ବନବିଭାଗକୁ ଖବର ଦେଇଥିଲେ। ସୁସ୍ଥ ହେବା ପରେ କୁମ୍ଭୀରଟିକୁ  ଶୁକ୍ରବାର ସକାଳେ ଉଦୟପୁର ବନପାଳ ପରମାନନ୍ଦ ପରିଡ଼ା, ଖଡିବିଲ ବନରକ୍ଷୀ ସଞ୍ଜୟ କୁମାର ମହାନ୍ତି ଓ ଉଦୟପୁର ବନଖଣ୍ଡ କାର୍ଯ୍ୟାଳୟକୁ ନେଇଯାଇଥିଲେ । ନନ୍ଦନକାନନ ପ୍ରାଣୀ ଚିକିତ୍ସାଳୟର ଡାକ୍ତର୍ ଭିକ୍ରମ ଟି, ଫରେଷ୍ଟଗାର୍ଡ ରାମଚନ୍ଦ୍ର କାଣ୍ଡି ତଥା ଅନ୍ୟ ଅଭିଜ୍ଞ କର୍ମଚାରୀ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ l

ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକର ତାଳସାରି ବେଳାଭୂମି ନିକଟସ୍ଥ କୀର୍ତନିଆ ବନାଞ୍ଚଳ ବିଟ୍ ଅଧୀନ ମୂରଲୀ ଚଢ଼ରୁ ଶୁକ୍ରବାର ଉଦ୍ଧାର ହୋଇଥିବା ମାଈ ଘଡ଼ିଆଳ କୁମ୍ଭୀରର ଏବେ ଆବାସସ୍ଥଳ ପାଲଟିଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନର କାଚଘର ୨୭ ନଂ ଖୁଆଡ଼ କୁମ୍ଭୀରର ଓଜନ ୧୧୮ କିଲୋଗ୍ରାମ ହୋଇଥିଲାବେଳେ ଲମ୍ବ ୧୨. ୩ ଫୁଟ ରହିଛି ବୋଲି ପ୍ରାଣୀ ଉଦ୍ୟାନ ପକ୍ଷରୁ ସୂଚନା ଦିଆଯାଇଛି। 

ନନ୍ଦନକାନନରେ ପହଞ୍ଚିବା ପରେ ସେଠାରେ ପ୍ରାଣୀ ଚିକିତ୍ସକମାନେ ତା'ର ସ୍ଵାସ୍ଥ୍ୟ ପରୀକ୍ଷା କରିବା ସହିତ ମାଛ ଖାଇବାକୁ ଦେଇଥିଲେ। ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ରହିଛି। ଗୁରୁବାର ରାତିରେ କୁମ୍ଭୀର ଉଦ୍ଧାର କାରୀ ପ୍ରକାଶ ମଣ୍ଡଳଙ୍କ ସହିତ ଅନ୍ୟ କର୍ମଚାରୀ ମାନେ ଉଦୟପୁର ବନଖଣ୍ଡ କାର୍ଯ୍ୟାଳୟରେ  ପହଞ୍ଚି ଆବଶ୍ୟକ ଚିକିତ୍ସା ଯୋଗାଇ ଦେଇଥିଲେ l

ପ୍ରକାଶଥାଉକି ଭୋଗରାଇ ଅଞ୍ଚଳର ୩୦ ଜଣ ମତ୍ସ୍ୟଜୀବୀ  ଡଙ୍ଗାରେ ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକର ତାଳସାରି ନିକଟସ୍ଥ ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଥିଲାବେଳେ ଭୋର ସମୟରେ ସୁବର୍ଣ୍ଣପୁର ଦୀପ ସଂଲଗ୍ନ ମୂରଲୀ ଚଢ଼ରେ ଏହି କୁମ୍ଭୀର ଦେଖିଥିଲେ। ରବୀନ୍ଦ୍ର ଗଙ୍ଗେଇ, କାହ୍ନୁଚରଣ ଖାଟୁଆ, ଧନଞ୍ଜୟ ଜେନା, ଶମ୍ଭୁନାଥ ଜେନାଙ୍କ ସମେତ ଅନ୍ୟ ମତ୍ସ୍ୟଜୀବୀମାନେ କୁମ୍ଭୀରଟିକୁ ବାନ୍ଧିବା ନେତୃତ୍ୱରେ ୧୦ ଜଣିଆ ସବୁଜବାହିନୀ କର୍ମୀ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀରକୁ ଉଦ୍ଧାର କରି ବିଚିତ୍ରପୁର ଇକୋ ଟୁରିଜିମ (ଖଡିବିଲ) କୁ ନେଇଥିଲେ। 

ସେଠାରୁ ଏକ ପିକ୍‌ଅପ୍ ରେ ଭୋଗରାଇ ପ୍ରାଣୀ ଚିକିତ୍ସାଳୟକୁ ନେଇ ପ୍ରାଥମିକ ଚିକିତ୍ସା କରିବା ସହିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଖବର ଦେଇଥିଲେ। ସାମାନ୍ୟ କୁମ୍ଭୀରଟିକୁ ଦଉଡ଼ି ବନ୍ଧନରୁ ମୁକ୍ତକରି ଏକ ବଡ଼ ବାକ୍ସରେ ରଖୁଥିଲେ। ପରେ ଏହି ମାଈ ଘଡିଆଳ କୁମ୍ଭୀରକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ନେଇଥିଲା ବେଳେ ଖଡିବିଲ ବନରକ୍ଷୀ ସଞ୍ଜୟ କୁମାର ମହାନ୍ତି ଛାଡିବା ପାଇଁ ଯାଇଥିଲେ। ଅନୁଗୁଳ ଜିଲ୍ଲାର ଟିକରପଡ଼ା |ସାତକୋଶିଆ କୁମ୍ଭୀର ସଂରକ୍ଷଣ କେନ୍ଦ୍ରରେ ଘଡିଆଳ କୁମ୍ଭୀର ସଂରକ୍ଷଣ କରାଯାଉଛି। ଏମାନେ କେବଳ ମାଛ ଓ ଛୋଟ ଛୋଟ ଜଳଜୀବକୁ ଖାଇ ଥାଆନ୍ତି।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...