AFFILIATE MARKETING

https://binomo.com?a=90810425bb57&t=0

Monday, October 16, 2023

ପେତପଡ଼ା ସମବାୟ ସମିତି ଉପରେ ହାଇକୋର୍ଟଙ୍କ ରହିତାଦେଶ

COASTAL NEWS ODIA 1158

ପେତପଡ଼ା ସମବାୟ ସମିତି ଉପରେ ହାଇକୋର୍ଟଙ୍କ ରହିତାଦେଶ


ଆଳି - (CNO ): ନୂତନ ଭାବେ କାର୍ଯ୍ୟକ୍ଷମ ହୋଇଥିବା ପେତପଡ଼ା ସମିତି ଉପରେ ହାଇକୋର୍ଟ ରହିତାଦେଶ ଜାରି
କରିଛନ୍ତି। ଗତ ୪ତାରିଖରେ ଜୁଆଣିଆ ପ୍ରାଥମିକ ସେବା ସମବାୟ ସମିତିର କାର୍ଯ୍ୟକାରିତା ଉପରେ ବି ହାଇକୋର୍ଟ ମଧ୍ୟବର୍ତକାଳୀନ ରହିତାଦେଶ ଜାରି କରିଥିଲେ।

ଆଳି ବ୍ଲକ ୩୪ ପଞ୍ଚାୟତରେ ପୂର୍ବରୁ ସମୁଦାୟ ୧୧ ପ୍ରାଥମିକ କୃଷି ସେବା ସମବାୟ ସମିତି କାର୍ୟ କରୁଥିଲା । ସରକାରଙ୍କ ନୂତନ ନିୟମ ଆଧାରରେ ପେତପଡା, ଜୁଆଣିଆ ସମେତ ନିଆଳ, ସଂସିଧା, ଚଣ୍ଡିଆଗଡି, କୋଳିଡିହ , ଏକମାଣିଆ, ନୂଆପଡା, ସହିରା, ଏରଡଙ୍ଗ ଆଦି ୧୦ଟି ପ୍ରାଥମିକ କୃଷି ସେବା ସମବାୟ ସମିତି କାର୍ଯ୍ୟକ୍ଷମ ହୋଇଥିଲା। 

ଗତ ଅଗଷ୍ଟ ମାସ ୨୩ ତାରିଖରେ ଏହି ୧୦ଟି ସମିତିର ନବନିଯୁକ୍ତ ସଂପାଦକମାନଙ୍କୁ ରସିଦବହି ଓ ଅନ୍ୟାନ୍ୟ ନଥିପତ୍ର ଦିଆଯାଇ ସମିତିଗୁଡ଼ିକୁ କାର୍ଯ୍ୟକ୍ଷମ କରାଯାଇଥିଲା। ତେବେ ପୂର୍ବ କୃଷି ସେବା ସମବାୟ ସମିତି ଗୋବିନ୍ଦପୁରରୁ ପୃଥକ କରାଯାଇ ନୂତନ ଭାବେ ଗଠିତ ପେତପଡା ଓ ଜୁଆଣିଆ ଦୁଇ ସମିତିର ବୈଧତାକୁ ନେଇ ଗୋବିନ୍ଦପୁର ପ୍ରାଥମିକ କୃଷି ସେବା ସମବାୟ ସମିତିର ସଭାପତି ଧନରଞ୍ଜନ ବୋଷ ରାଜ୍ୟ ସମବାୟ ପ୍ରବନ୍ଧକଙ୍କ ନିକଟରେ ଅଭିଯୋଗ ଫର୍ଦ ଦାଏର କରିଥିଲେ । 

ଏହି ଅଭିଯୋଗର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ବଦଳରେ ଗତ ଅଗଷ୍ଟ ୨୩ ତାରିଖରେ ପେତପଡା ଓ ଜୁଆଣିଆ ସମିତି ପାଇଁ ନିଯୁକ୍ତ ସଂପାଦକଙ୍କୁ ସମସ୍ତ ନଥିପତ୍ର ଓ କ୍ଷମତା ଦିଆଯାଇ ସମିତିକୁ କାର୍ଯ୍ୟକ୍ଷମ କରିବା ପାଇଁ ଆଦେଶ ହୋଇଥିଲା । ଦୁଇ ସମିତିର ଅନୁବନ୍ଧନ,ରସିଦ ବହି ପ୍ରଦାନ ଓ ସଂପାଦକଙ୍କୁ କ୍ଷମତା ଅର୍ପଣ ଆଦେଶ ବିରୋଧରେ ଶ୍ରୀ ବୋଷ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ରିଟ୍ ପିଟିସନ୍‌ ନମ୍ବର ୨୯୬୭୮୨୦୨୩ ଓ ୨୯୭୧୯ରେ ମାମଲା ଦାଏର କରିଥିଲେ । 

ଏହି ମାମଲାକୁ ଉଚ୍ଚ ନ୍ୟାୟାଳୟ ଗ୍ରହଣ କରି ୪ ତାରିଖରେ ଜୁଆଣିଆ ସମିତି ଉପରେ ରହିତାଦେଶ ଜାରି କରିଥିବା ବେଳେ ଗତ ୯ ତାରିଖରେ ପରବର୍ତୀ ଶୁଣାଣି ପର୍ଯ୍ୟନ୍ତ ପେତପଡା ପ୍ରାଥମିକ କୃଷି ସେବା ସମବାୟ ସମିତିର କାର୍ଯ୍ୟ ଉପରେ ମଧ୍ୟବର୍ତ୍ତୀକାଳୀନ ରହିତାଦେଶ କର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି । ଏବେ ଉଚ୍ଚ ନ୍ୟାୟାଳୟଙ୍କ ଏହି ଆଦେଶ ପରେ ପେତପଡା ଓ ଜୁଆଣିଆ ଦୁଇ ସମିତିର କାର୍ଯ୍ୟକାରିତାରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...