AFFILIATE MARKETING

https://binomo.com?a=90810425bb57&t=0

Monday, October 16, 2023

ଭାରତର ରହସ୍ୟମୟୀ ହ୍ରଦ ଭିତରେ ପଡ଼ି ରହିଛି ଶହ ଶହ କଙ୍କାଳ, ୧୦୦୦ ବର୍ଷରୁ ଅଧିକ ପୁରୁଣା

COASTAL NEWS ODIA 1161

ଭାରତର ରହସ୍ୟମୟୀ ହ୍ରଦ ଭିତରେ ପଡ଼ି ରହିଛି ଶହ ଶହ କଙ୍କାଳ, ୧୦୦୦ ବର୍ଷରୁ ଅଧିକ ପୁରୁଣା




ଉତ୍ତରାଖଣ୍ଡ - ଭାରତରେ ଏପରି ଅନେକ ଭୟାନକ ଏବଂ ଭୌତିକ ସ୍ଥାନ ଅଛି ଯାହା ବିଷୟରେ ଲୋକମାନେ ଖୁବ୍‌ କମ୍ ଜାଣିଛନ୍ତି । ଆପଣ ଦେଶର ଅନେକ ଭଙ୍ଗା ଦୁର୍ଗ ଏବଂ ପଶ୍ଚିମବଙ୍ଗର ହଣ୍ଟେଡ ରେଳ ଷ୍ଟେସନ ବିଷୟରେ ତ ନିଶ୍ଚିତ ଶୁଣିଥିବେ । ଠିକ ସମାନ ଭାବେ ଏଭଳି ଏକ ହ୍ରଦ ମଧ୍ୟ ଅଛି ଯାହା ବହୁତ ସୁନ୍ଦର ଦେଖାଯାଏ କିନ୍ତୁ ଯେତେବେଳେ ଆପଣ ଏହି ହ୍ରଦ ବିଷୟରେ ଜାଣିବେ, ସେତେବେଳେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । କାରଣ ଏହି ହ୍ରଦ ଭିତରେ ରହିଛି ଏକ ରହସ୍ୟମୟୀ କାରଣ ରହିଛି । ଏହି ହ୍ରଦର ନାମ ରୂପକୁଣ୍ଡ ଏବଂ ଏହା ଉତ୍ତରାଖଣ୍ଡରେ ଅବସ୍ଥିତ ।

ହିମାଳୟର ସୌନ୍ଦର୍ଯ୍ୟ ସହ ସେଠାରେ ଉପସ୍ଥିତ ସମସ୍ତ ଜିନିଷ ସ୍ୱପ୍ନ ପରି ମନେହୁଏ । ପ୍ରତିବର୍ଷ ହଜାର ହଜାର ଲୋକ ହିମାଳୟର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଯାଇଥାନ୍ତି । ତେବେ ଏଠାରେ ଏକ ହ୍ରଦ ମଧ୍ୟ ଅଛି ଯେଉଁଠାରେ ଲୋକମାନେ ଯାଆନ୍ତି କିନ୍ତୁ ଏହା ନିକଟରେ ପହଞ୍ଚିବା ପରେ ସେମାନେ ଭୟଭୀତ ଅନୁଭବ କରନ୍ତି । ଏହି ହ୍ରଦକୁ ‘କଙ୍କାଳର ହ୍ରଦ’ ବୋଲି କୁହାଯାଏ । ରୁପକୁଣ୍ଡ ହ୍ରଦ ସମୁଦ୍ର ପତ୍ତନଠାରୁ ପ୍ରାୟ ୧୬.୫୦୦ ଫୁଟ ଉଚ୍ଚରେ ଅବସ୍ଥିତ । ଏହା ତ୍ରିସୁଳ ପର୍ବତର ତଳ ଭାଗରେ ଉତ୍ତରାଖଣ୍ଡରେ ଅବସ୍ଥିତ । ହ୍ରଦଟି ଦୂରରୁ ଖୁବ ସୁନ୍ଦର ଦେଖାଯାଏ, କିନ୍ତୁ ଯେତେବେଳେ କେହି ଏହା ଭିତରକୁ ଚାହିଁ ଦେଖନ୍ତି ସେତେବେଳେ ସେମାନେ ଭୟରେ ଥରି ଯାଆନ୍ତି । କାରଣ ଏହି ହ୍ରଦ ଭିତରେ ଶହ ଶହ କଙ୍କାଳ ପଡ଼ି ଥିବାର ଦେଖାଯାଏ ।



ଏହି ହ୍ରଦ ବର୍ଷସାରା ଜମା ହୋଇ ରହିଥାଏ, କିନ୍ତୁ ଋତୁ ଉପରେ ନିର୍ଭର କରି ଏହା ତରଳିବାକୁ ଲାଗେ ଏବଂ ବଡ ହୋଇଯାଏ । ଯେତେବେଳେ ଗ୍ରୀଷ୍ମ ଋତୁରେ ବରଫ ତରଳିଯାଏ, ସେତେବେଳେ ହ୍ରଦ ଭିତରେ ଥିବା କଙ୍କାଳଗୁଡିକ ଦେଖାଯାଏ କିନ୍ତୁ ଶୀତଦିନେ ସେଗୁଡ଼ିକ ଦେଖାଯାଏ ନାହିଁ । ବିସିସିଆଇର ଏକ ରିପୋର୍ଟ ଅନୁଯାୟୀ ଏପର୍ଯ୍ୟନ୍ତ ୬୦୦-୮୦୦ ଲୋକଙ୍କ କଙ୍କାଳ ମିଳିଛି । ବରଫରେ ପୋତି ହୋଇଯିବା କାରଣରୁ ସେହି କଙ୍କାଳଗୁଡ଼ିକ ଉପରେ ଏବ ବି ମାଂସ ରହିଥିବା ଦେଖାଯାଏ । 
ସରକାର ଏହି ହ୍ରଦକୁ ରହସ୍ୟମୟୀ ବୋଲି କହିଛନ୍ତି କାରଣ ଲୋକମାନେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ଏ ବିଷୟରେ ଜାଣି ନାହାନ୍ତି । ରିପୋର୍ଟ ଅନୁସାରେ ବ୍ରିଟିଶ ରେଞ୍ଜର୍ସ ପ୍ରଥମେ ୧୯୪୨ ମସିହାରେ ଏଠାରେ କଙ୍କାଳ ଦେଖିଥିଲେ ।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...