AFFILIATE MARKETING

https://binomo.com?a=90810425bb57&t=0

Friday, August 11, 2023

ଜନ୍ମକଲା ମା’ବାପା ନିଜର ୩ ଶିଶୁଙ୍କୁ ବଡ଼ବିଲସ୍ଥିତ ହରିହର ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଛାଡ଼ିଦେଇ ପଳାଇ ଗଲେ

 ଜନ୍ମକଲା ମା’ବାପା ନିଜର ୩ ଶିଶୁଙ୍କୁ ବଡ଼ବିଲସ୍ଥିତ ହରିହର ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଛାଡ଼ିଦେଇ ପଳାଇ ଗଲେ 




ବଡ଼ବିଲ, :ସନ୍ତାନଟିଏ ପାଇବାକୁ ମା’ବାପା ବ୍ରତ ଉପବାସ, ମାନସିକ କରିବା ସହ ମନ୍ଦିର ସମ୍ମୁଖରେ ଅଧିଆ ପଡୁଛନ୍ତି। ହେଲେ ଏମିତି ବି ମା’-ବାପା ଅଛନ୍ତି ଯେଉଁମାନେ ନିଜ ପିଲାଙ୍କୁ ଅନାଥ କରିବାକୁ ପଛାଉନାହାନ୍ତି। ଏଭଳି ଏକ ଦୁଃଖଦ ଘଟଣା କେନ୍ଦୁଝର ଜିଲା ବଡ଼ବିଲ ଥାନାଞ୍ଚଳରେ ଦେଖିବାକୁ ମିଳିଛି। ଜନ୍ମକଲା ମା’ବାପା ନିଜର ୩ ଶିଶୁଙ୍କୁ ବଡ଼ବିଲସ୍ଥିତ ହରିହର ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଛାଡ଼ିଦେଇ ପଳାଇଥିବା ଆଲୋଡ଼ନ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ, ବୁଧବାର ରାତିରେ ମନ୍ଦିର ସିଂହଦ୍ୱାର ସମ୍ମୁଖରେ ୩ ଶିଶୁଙ୍କ କ୍ରନ୍ଦନ ଶୁଣି ମନ୍ଦିରର କର୍ମଚାରୀ ସଞ୍ଜିତ ସେମାନଙ୍କ ପରିଚୟ ପଚାରି ବୁଝିଥିଲେ। ୩ ଶିଶୁଙ୍କ ମଧ୍ୟରୁ ୨ ଜଣ ୯ ଓ ୬ବର୍ଷର ଶିଶୁକନ୍ୟା ଏବଂ ୩ ବର୍ଷୀୟ ପୁତ୍ର ସନ୍ତାନ ରହିଛନ୍ତି। ସେମାନଙ୍କ ଘର ପାଲହଟିଂ ଅଞ୍ଚଳରେ କହିଥିବା ବେଳେ ସେମାନଙ୍କ ମା’ ସତୀ ଏବଂ ବାପା ମୁନ୍ନା ସିଂ ସେମାନଙ୍କୁ ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଛାଡ଼ିଦେଇ ପଳାଇଥିବା କହିଥିଲେ। ଗଲାବେଳେ ଶିଶୁମାନଙ୍କ ସହ ଏକ ଲୁଗା ଭର୍ତ୍ତି ବ୍ୟାଗ ମଧ୍ୟ ଛାଡ଼ିଯାଇଥିବା ଜଣାପଡ଼ିଛି। ଶିଶୁମାନଙ୍କୁ ନିଷ୍ଠୁରତାର ସହ ଘରକୁ ନ ଫେରିବାକୁ ତାଗିଦା କରିବା ସହ ଫେରିଲେ ହତ୍ୟା ଧମକ ଦେଇଥିବା ଶିଶୁମାନେ କହିଥିଲେ। ତେବେ ମନ୍ଦିର କର୍ମଚାରୀ ୩ ଶିଶୁଙ୍କୁ ମନ୍ଦିର ଭିତରକୁ ନେଇ ଖାଇବାକୁ ଦେଇ ସକାଳ ହେବା ପର୍ଯ୍ୟନ୍ତ ମା’ବାପାଙ୍କ ଆସିବା ନିମନ୍ତେ ଅପେକ୍ଷା କରିଥିଲେ। ଗୁରୁବାର ସକାଳେ କେହି ନେବାକୁ ନ ଆସିବାରୁ ମନ୍ଦିର କର୍ତ୍ତୃପକ୍ଷ ବଡ଼ବିଲ ପୋଲିସକୁ ଅବଗତ କରିଥିଲେ। ପୋଲିସ ପହଞ୍ଚତ୍ ୩ ଶିଶୁଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲା। ଚାଇଲ୍ଡ ଲାଇନକୁ ଖବର ଦେବା ସହ ନିଷ୍ଠୁର ମା’ବାପାଙ୍କୁ ଖୋଜାଖୋଜି ଆରମ୍ଭ କରିଥିବା ଜଣାପଡ଼ିଛି। ଏ ନେଇ ବଡ଼ବିଲ ଥାନା ଇନ୍ସପେକ୍ଟର ପ୍ରମୋଦିନୀ ସାହୁ କହିଛନ୍ତି, ପାଲହଟିଂରେ ସେହି ନାମଧାରୀ କେହି ବ୍ୟକ୍ତି ନ ଥିବା ଜଣାପଡ଼ିଛି। ଚାଇଲ୍ଡ ଲାଇନ୍‌କୁ ଶିଶୁମାନଙ୍କ ଉଦ୍ଧାର ନେଇ ଖବର ଦିଆଯାଇଛି। ସେମାନେ ଆସି ନ ଥିବାରୁ ଶିଶୁଙ୍କୁ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ସେରେଣ୍ଡାସ୍ଥିତ ଆଦିବାସୀ ବିକାଶ ସମିତିରେ ଦିନକ ପାଇଁ ରଖାଯାଇଛି। ଶିଶୁମାନଙ୍କ ମା’ବାପାଙ୍କର କିଛି ଖୋଜ ଖବର ମିଳିପାରିନାହିଁ। ମା’ବାପାଙ୍କର କୌଣସି ପତ୍ତା ନ ମିଳିଲେ ଶୁକ୍ରବାର ସିଡବ୍ଲ୍ୟୁସି (ଚାଇଲ୍ଡ ୱେଲଫେୟାର କମିଟି)କୁ ହସ୍ତାନ୍ତର କରାଯିବ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...