AFFILIATE MARKETING

https://binomo.com?a=90810425bb57&t=0

Thursday, August 17, 2023

ମୃତଦେହକୁ ଦୁଇ ଯୁବକ ଏକ ବାଇକ୍‌ରେ ବୋହି ନେଲେ

 COASTAL NEWS 400

ମୃତଦେହକୁ ଦୁଇ ଯୁବକ ଏକ ବାଇକ୍‌ରେ ବୋହି ନେଲେ

 


କୋକସରା,୧୬ା୮ : ଦାଦନ ଖଟିବାକୁ ହାଇଦ୍ରାବାଦକୁ ଦୁଇ ମାସ ତଳେ ଯାଇଥିଲେ କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ କାଦୋପଦର ଗାଁର ଯୁବକ ଗିରିଧାରୀ ବାଗ। କିଛିଦିନ ତଳେ ତାଙ୍କ ଦେହ ଅସୁସ୍ଥ ହେବାରୁ ହାଇଦ୍ରାବାଦରୁ ମଙ୍ଗଳବାର ଦୁଇ ଜଣ ସାଥୀ ଶ୍ରମିକଙ୍କ ସାହାଯ୍ୟରେ ସଙ୍ଗୀତା ନାମକ ଯାତ୍ରୀବାହୀ ବସ୍‌ରେ ନିଜ ଭିଟାମାଟିକୁ ଫେରୁଥିଲେ। ମାତ୍ର ଆସିବା ବାଟରେ ନବରଙ୍ଗପୁର ନିକଟରେ ବସ୍‌ରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଆମପାଣିରେ ବସ୍‌ ପହଞ୍ଚିବା ପରେ ସମ୍ପର୍କୀୟମାନେ ଆଗରୁ ଖବର ପାଇ ଅପେକ୍ଷା କରି ରହିଥିଲେ। ଗିରିଧାରୀଙ୍କ ମୃତଦେହକୁ ଦୁଇ ଯୁବକ ଏକ ବାଇକ୍‌ରେ ଆମପାଣି ବିଜୁ ଏକ୍ସପ୍ରେସ୍‌ ଓ୍ବେ ରାସ୍ତା ଠାରୁ ନିଜ ଗାଁ କାଦୋପଦର ନେଇ ଯାଇଥିଲେ।

ସୂଚନାନୁଯାୟୀ, ଦୁଇ ମାସ ତଳେ ଜୟପାଟଣା ବ୍ଲକ ବାନେର ପଞ୍ଚାୟତ କାଦୋପଦର ଗାଁର ଯୁବକ ଗିରିଧାରୀ ହାଇଦ୍ରାବାଦର ଏକ ଘରୋଇ କମ୍ପାନୀରେ ଡ୍ରାଇଭର ଭାବରେ ନିୟୋଜିତ ଥିଲେ। ହେଲେ ସେଠାରେ ସେ ଅସୁସ୍ଥ ହେବାରୁ ଘରକୁ ଫେରିବା ସମୟରେ ବସ୍‌ରେ ଜୀବନ ଚାଲିଯାଇଥିଲା। ଗାଁରେ ଆଜି ମୃତଦେହ ପହଞ୍ଚିବା ପରେ ଗାଁ ଶ୍ମାଶନରେ ଶେଷକୃତ୍ୟ କରାଯାଇଛି। ଏହି ଘଟଣାକୁ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି

No comments:

COASTAL NEWS

ବଢ଼ିଲା ବାତ୍ୟା ଆଶଙ୍କା

ବଢ଼ିଲା ବାତ୍ୟା ଆଶଙ୍କା ନମସ୍କାର, ଆପଣ ଦେଖୁଛନ୍ତି କୋଷ୍ଟାଲ ନିଉଜ୍ । ମୁଁ ଆପଣଙ୍କ ଉପସ୍ଥାପକ ଶେଖର ସୁମନ ଦାସ । ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରକୁ ନେଇ...