AFFILIATE MARKETING

https://binomo.com?a=90810425bb57&t=0

Saturday, October 14, 2023

ଗେଣ୍ଡୁ ଚାରା ଚୋରି ଅଭିଯୋଗରେ ନାବାଳିକାକୁ ହତ୍ୟା

COASTAL NEWS ODIA 1141

ଗେଣ୍ଡୁ ଚାରା ଚୋରି ଅଭିଯୋଗରେ ନାବାଳିକାକୁ ହତ୍ୟା



ଉଦଳା, ୧୨/୧୦ (CNO) : ମୟୂରଭଞ୍ଜ ଜିଲ୍ଲାର ଉଦଳା ପୋଲିସ ବୁଧବାର ଦିନ ତାଙ୍କ ପଛପଟରୁ ଗେଣ୍ଡୁ ଚାରା ଚୋରି ଅଭିଯୋଗରେ ଜଣେ ପଡୋଶୀ 12 ବର୍ଷର ବାଳିକାକୁ ହତ୍ୟା ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରିଛି।  ଭାଲୁହୁରୁଡା ଗାଁର ଲକ୍ଷ୍ମୀ ମୁର୍ମୁ ନାମକ ଅଭିଯୁକ୍ତଙ୍କୁ ଉଦଲା ପୋଲିସ ଷ୍ଟେସନରେ ପଚରାଉଚରା କରାଯାଇଥିଲା।

ଭାଲୁହୁରୁଡା ଗ୍ରାମର ସୀତା ହାଁସଦା ଏବଂ ଗୁଲଟି ହାଁସଦାଙ୍କ ୧୧ ବର୍ଷର ଝିଅ ସରସ୍ଵତୀ ହାଁସଦା ଭୁବନେଶ୍ବର ଲକ୍ଷ୍ମୀସାଗର ହାଇସ୍କୁଲରେ ଷଷ୍ଠ ଶ୍ରେଣୀରେ ପଢୁଥିଲେ। ଝିଅକୁ ଭୁବନେଶ୍ଵରରେ ନ ପଢାଇ ଉଦଳାରେ ପଢାଇବେ ବୋଲି ସେଠାରୁ ବିଦ୍ୟାଳୟ ପ୍ରସ୍ଥାନ (ସ୍କୁଲ୍‌ ଲିଭିଙ୍ଗ୍ ସାର୍ଟିଫିକେଟ୍) ଆଣିବାକୁ ବାପା ଗୁଲଟି ଏବଂ ମାଅ ସୀତା ଦିନକ ପୂର୍ବରୁ ଭୁବନେଶ୍ବର ଯାଇଥିଲେ। ଭୁବନେଶ୍ବର ଯିବାବେଳେ ନିଜର ବଡ଼ ଝିଅ ସରସ୍ୱତୀଙ୍କୁ ପଡୋଶୀ ଲକ୍ଷ୍ମୀ ମୁର୍ମୁଙ୍କ ଘରେ ଛାଡି ଅନ୍ୟ ଦୁଇ ପିଲାଙ୍କୁ ସାଙ୍ଗରେ ନେଇ ଯାଇଥିଲେ । 

ଗତକାଲି ହଠାତ୍ ମଧ୍ୟାହ୍ନରେ ସୀତାଙ୍କୁ ପଡୋଶୀ ଲକ୍ଷ୍ମୀ ମୁର୍ମୁ ଫୋନ କରି ତାଙ୍କ ଝିଅ ପଇସା ସହ ଗେଣ୍ଡୁ ଓ ଲଙ୍କା ଚାରା ଚୋରି କରିଛି ବୋଲି କୁଆଡେ କହିଥିଲେ । ଘରେ ପହଞ୍ଚିବା ପରେ ଏହି କଥା ବୁଝିବେ ବୋଲି ସୀତା କହିଥିଲେ। ହେଲେ ହଠାତ୍। ସନ୍ଧ୍ୟାରେ ତାଙ୍କ ଝିଅ ବେକରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଥିବା ଫୋନ ଯୋଗେ ସୀତାଙ୍କୁ ଜଣାଇଥିଲେ ତାଙ୍କ ପଡୋଶୀ। ଯାହା ଶୁଣିବା ପରେ ମୃତ ସରସ୍ବତୀଙ୍କ ମାଆ ଏବଂ ବାପା ଭୁବନେଶ୍ବରରୁ ତୁରନ୍ତ ଘରକୁ ଫେରି ଦୁଆର ମୁହଁରେ ଝିଅର ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ। 

ନାବାଳିକା ଝିଅର ମୃତଦେହ ଝୁଲନ୍ତା ଅବସ୍ଥାରେ ରହିଥିବାବେଳେ ତାହାର ଗୋଡ ଭୂଇଁରେ ଲାଗିଥିବା ଓ ଶରୀରରେ ମାଡ଼ ଚିହ୍ନ ଥିବା ଦେଖିବାକୁ ପାଇଥିବା ଅଭିଯୋଗ କରି ପରିବାର ପକ୍ଷରୁ ଉଦଳା ଥାନାରେ ଏତଲା ଦେଇଥିଲେ ପୁଲିସ ସାଇଣ୍ଟିଫିକ୍ ଦଳ ଜରିଆରେ ତଦନ୍ତ ଆରମ୍ଭ କରିବା ସହ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ କରାଇଛି । 

ଅଭିଯୋଗ ଆଧାରରେ ତଦନ୍ତକୁ ତ୍ବରାନ୍ବିତ କରିବା ସହିତ ଅଭିଯୁକ୍ତ ଲକ୍ଷ୍ମୀ ମୁର୍ମୁଙ୍କୁ ପୁଲିସ୍ ଗିରଫ କରିଛି। ତେବେ ଲକ୍ଷ୍ମୀଙ୍କ କହିବାନୁସାରେ ସରସ୍ଵତୀ ତାଙ୍କ ଘର ବାଡିରେ ଥିବା ଗେଣ୍ଡୁ ଚାରା ଗଛ ଓପାଡି ନେଇ ଯାଇଥିଲେ। ଜାଣିବା ପରେ ଲକ୍ଷ୍ମୀ ତାଙ୍କୁ ଉକ୍ତ ଚାରା ସେହିଠାରେ ଆଣି ଲଗାଇବାକୁ କହିଥିଲେ। ହେଲେ ସରସ୍ଵତୀ ତାହା ନ ମାନିବାରୁ ଲକ୍ଷ୍ମୀ ଏକ କୃଷ୍ଣଚୂଡ଼ା ବାଡିରେ ସରସ୍ଵତୀଙ୍କୁ ମାଡ ମାରିଥିଲେ ।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...