AFFILIATE MARKETING

https://binomo.com?a=90810425bb57&t=0

Saturday, October 14, 2023

ପୁରୀ ପାଇଁ ଚର୍ଚ୍ଚାରେ ମୋଦୀ ଓ ନବୀନ

COASTAL NEWS ODIA 1134

ପୁରୀ ପାଇଁ ଚର୍ଚ୍ଚାରେ ମୋଦୀ ଓ ନବୀନ



ପୁରୀ - (CNO ): ଆଗାମୀ ସାଧାରଣ ନିର୍ବାଚନରେ ପୁରୀରୁ ପ୍ରତିଦ୍ବନ୍ଦିତା କରିପାରନ୍ତି ନରେନ୍ଦ୍ର ଦାମୋଦରଦାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେପି ଲୋକସଭା ପ୍ରାର୍ଥୀଭାବେ ପ୍ରଧାନମନ୍ତ୍ରୀ ମୋଦୀ ପୁରୀରୁ ପ୍ରତିଦ୍ବନ୍ଦିତା ନିମନ୍ତେ ଆଗ୍ରହୀ ଥିବା ଦଳୀୟ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଗୁରୁବାର ମୋଦୀଙ୍କ ଇଚ୍ଛା ସମ୍ପର୍କରେ ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। 

ସେହିପରି ପୁରୀ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ଲଢ଼ିବେ ବୋଲି ଦଳର ଜଣେ ସଭ୍ୟ ଦଇତାପତି ରାମକୃଷ୍ଣ ଦାସ ମହାପାତ୍ର କହିଛନ୍ତି। ଏହାକୁ ଦୃଷ୍ଟିରେ ରଖ୍ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର, ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ପରିକ୍ରମା ମାର୍ଗ, ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ ଶ୍ରୀଜଗନ୍ନାଥ ତୀର୍ଥଯାତ୍ରୀ କମ୍ପ୍ଲେକ୍ସ ଆଦି ନିର୍ମାଣ କରାଯାଉଥିବା ସେ କହିଛନ୍ତି । ଏହାଛଡ଼ା ନବୀନ ଯଦି · ପୁରୀରୁ ପ୍ରାର୍ଥୀ ହୁଅନ୍ତି ଦଳର ସମସ୍ତ କର୍ମୀ ତାଙ୍କ ପାଇଁ କାର୍ଯ୍ୟ କରିବେ ଏବଂ ନବୀନଙ୍କର ବିପୁଳ ବିଜୟ ହେବ ବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି । 

ବିଧାୟକ ଜୟନ୍ତ କହିଛନ୍ତି ପୁରୀରେ ଯେଉଁସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ସବୁଥ୍‌ରେ କେନ୍ଦ୍ର ସରକାରଙ୍କ ଅନୁଦାନ ରହିଛି । ଦଳ ଯଦି ତାଙ୍କୁ ପୁଣିଥରେ ପ୍ରାର୍ଥୀ କରେ ସେ ନବୀନଙ୍କ ବିରୋଧରେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ଥିବା କହିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପୁରୀରୁ ନିର୍ବାଚନ ଲଢ଼ିବା ନେଇ ଦୁଇ ରାଜନୈତିକ ଦଳ ପକ୍ଷରୁ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ।

୨୦୧୯ ନିର୍ବାଚନରେ ପୁରୀ ଲୋକସଭା ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ର ବିଜୟୀ ହୋଇଥିଲେ। ତାଙ୍କୁ କଡ଼ା ଟକ୍କର ଦେଇଥିଲେ ବିଜେପି ପ୍ରାର୍ଥୀ ଡା. ସମ୍ବିତ କୁମାର ପାତ୍ର |୨୦୨୪ ନିର୍ବାଚନରେ ପିନାକୀ ଆଉ lଲୋକସଭା ପ୍ରାର୍ଥୀ ହେବାକୁ ଚାହୁଁ ନଥିବା ଚର୍ଚ୍ଚା ହେଉଛି । ସେ ରାଜ୍ୟସଭା ଯିବାକୁ ଆଗ୍ରହୀ ଥିବା ଜଣାପଡ଼ିଛି । ସେହିପରି ବିଜେଡିର ଦୁର୍ଗଭାବେ ପରିଚିତ ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୨୦୧୯ରେ ବିଜେପି ପ୍ରାର୍ଥୀ ଜୟନ୍ତ କୁମାର ଷଡ଼ଙ୍ଗୀ ଜିତିଥିଲେ। 

ଦଳର କିଛି ତୁଙ୍ଗ ନେତାଙ୍କ ଅନ୍ତର୍ଘାତୀ କାର୍ଯ୍ୟ ଯୋଗୁଁ ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କୁ ପରାଜୟର ସ୍ବାଦ ଚାଖୁବାକୁ ପଡ଼ିଥିଲା। ଆଗାମୀ ନିର୍ବାଚନ ପାଇଁ ମହେଶ୍ବରଙ୍କ ପୁଅ ସୁନିଲ ରାଜନୀତିକୁ ଓହ୍ଲାଇ ଥିବାବେଳେ ଯୁବ ବିଜେଡି ରାଜ୍ୟ ଉପ ସଭାପତି ଶୁଭାଶିଷ ଦଳୀୟ ପ୍ରାର୍ଥୀ ହେବାକୁ ଲବି ଚଳାଇଛନ୍ତି। ତେଣୁ ନବୀନ ଯଦି ପୁରୀରୁ ନିର୍ବାଚନ ଲଢ଼ନ୍ତି ତାହେଲେ ଦଳର ସମସ୍ତ କର୍ମୀ ଏବଂ ନେତା ତାଙ୍କ ପାଇଁ କାର୍ଯ୍ୟ କରିବେ । 

ପିନାକୀ ଯଦି ରାଜ୍ୟସଭା ଯିବେ ତାଙ୍କ ସ୍ଥାନରେ ବିଜେଡି ନୟାଗଡ଼ ବିଧାୟକ ଡ. ଅରୁଣ ସାହୁ କିମ୍ବା ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କୁ ଲୋକସଭା ପ୍ରାର୍ଥୀ କରିବା ସମ୍ଭାବନା ରହିଛି।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...